ETV Bharat / state

ପୁରୀରେ ପଲ୍ସ ପୋଲିଓ ଅଭିଯାନ ଆରମ୍ଭ, ୭୬୬ ଟି ବୁଥରେ ପୋଲିଓ ବୁନ୍ଦା ପ୍ରଦାନ - Pulse polio campaign starting

ରାଜ୍ୟରେ ଆଜିଠାରୁ(ରବିବାର) ଆସନ୍ତା 3ଦିନ ଧରି ପଲସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଫେବୃୟାରୀ ୨ ତାରିଖ ଯାଏଁ ଚାଲିବ । ଏନେଇ ଆଜି ପୁରୀ ପେଣ୍ଠକଟା ସେଚନ ବିହାର ସ୍କୁଲରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପୋଲିଓ ବୁନ୍ଦା ଖୁଆଇ ଏହାର ଶୁଭାରମ୍ଭ କରିଛନ୍ତି ।

ପୁରୀରେ ପଲ୍ସ ପୋଲିଓ ଅଭିଯାନ ଆରମ୍ଭ
ପୁରୀରେ ପଲ୍ସ ପୋଲିଓ ଅଭିଯାନ ଆରମ୍ଭ
author img

By

Published : Jan 31, 2021, 7:38 PM IST

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମ । ରାଜ୍ୟରେ ଆଜିଠାରୁ(ରବିବାର) ଆସନ୍ତା 3ଦିନ ଧରି ପଲସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଫେବୃୟାରୀ ୨ ତାରିଖ ଯାଏଁ ଚାଲିବ । ଏନେଇ ଆଜି ପୁରୀ ପେଣ୍ଠକଟା ସେଚନ ବିହାର ସ୍କୁଲରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପୋଲିଓ ବୁନ୍ଦା ଖୁଆଇ ଏହାର ଶୁଭାରମ୍ଭ କରିଛନ୍ତି ।

ପୁରୀରେ ପଲ୍ସ ପୋଲିଓ ଅଭିଯାନ ଆରମ୍ଭ

ଏହି ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲାରେ ପାଞ୍ଚ ବର୍ଷ ବୟସରୁ କମ ଏକ ଲକ୍ଷ ୮୩ ହଜାର ୫୦୮ ଜଣ ଶିଶୁ ସାମିଲ ହୋଇଛନ୍ତି। ଏଥିପାଇଁ ଦୁଇ ଲକ୍ଷ ୩୩ ହଜାର ୫୬ ଡୋଜ ପ୍ରସ୍ତୁତ ରଖାଯାଇଛି । ପ୍ରଥମ ଦିନ ଅର୍ଥାତ ଆଜି(ରବିବାର) ୭୬୬ ଟି ବୁଥରେ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି।

ଜିଲ୍ଲାର ଷ୍ଟେସନ, ବସଷ୍ଟାଣ୍ତ, ଶ୍ରୀମନ୍ଦିର ନିକଟ, ଚନ୍ଦ୍ରଭାଗା ଓ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ, ବିଭିନ୍ନ ବସ୍ତି ନିକଟସ୍ଥ ୫୬ଟି ସ୍ଥାନରେ ପୋଲିଓ ବୁନ୍ଦା ଦିଆଯାଉଛି। ଏହାଦ୍ବାରା ବାହାରୁ ଆସୁଥିବା ପର୍ଯ୍ୟଟକ, ବୁଲା ବେପାରୀମାନଙ୍କ ଶିଶୁ ସାମିଲ ହୋଇପାରିବେ।

ଏଥିସହ ୨୪ଟି ଭ୍ରାମ୍ୟମାଣ ଟିମ ଗଠନ କରାଯାଇଛି । ବୁନ୍ଦା ପ୍ରଦାନ ନିମନ୍ତେ ୩ ହଜାର ୬୪ ଜଣ ବୁନ୍ଦା ପ୍ରଦାନକାରୀ ଏବଂ ୧୬୨ ଜଣ ସୁପରଭାଇଜର ନିଯୁକ୍ତ ହୋଇଛନ୍ତି । ଆସନ୍ତା ୧ ଓ ୨ ତାରିଖରେ ଘରକୁ ଘର ବୁଲି ବୁନ୍ଦା ପ୍ରଦାନ କରାଯିବ । ଏଥିରେ ୩ ଲକ୍ଷ ୬୩ ହଜାର ୩୮ଟି ପରିବାର ସାମିଲ ହେବେ । ଅଙ୍ଗନୱାଡି, ଆଶାକର୍ମୀ ଏବଂ ଏନଏମ୍ମାନେ ଏଥିରେ ନିଯୁକ୍ତ ହୋଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.