ETV Bharat / state

ଆପତ୍ତିଜନକ ଟିପ୍ପଣି ପ୍ରସଙ୍ଗ, ପ୍ରବଚକ ଚାରଣ ରାମଦାଶଙ୍କ ବିରୁଦ୍ଧରେ ବିକ୍ଷୋଭ - Offensive remarks on lord

ଭଗବାନଙ୍କ ଉପରେ ପ୍ରବଚନରେ ଭୁଲ ମନ୍ତବ୍ୟ ବିବାଦୀୟ ହେବା ସହ ଜନ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରବଚକ ଚରଣ ରାମଦାସ । ଜୋର ଧରିଛି ବିକ୍ଷୋଭ । ଅଧିକ ପଢନ୍ତୁ...

ଆପତ୍ତିଜନକ ଟିପ୍ପଣି ପ୍ରସଙ୍ଗ, ପ୍ରବଚକ ଚାରଣ ରାମଦଶ ବିରୁଦ୍ଧରେ ଭିକ୍ଷୋଭ

author img

By

Published : Apr 28, 2021, 7:00 PM IST

ବ୍ରହ୍ମଗିରି/ପୁରୀ: ଭଗବାନଙ୍କ ଉପରେ ପ୍ରବଚନରେ ଭୁଲ ମନ୍ତବ୍ୟ ବିବାଦୀୟ ହେବା ସହ ଜନ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରବଚକ ଚରଣ ରାମଦାସ । ମାନବାଧିକାର ସୁରକ୍ଷା ସଙ୍ଘ ବ୍ରହ୍ମଗିରି ଶାଖା ପକ୍ଷରୁ ଅଲାରନାଥ ମନ୍ଦିର ସମୁଖରେ ଓ ଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ପୁରୀ ସିଂହଦ୍ବାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିବା ଦେଖିବାକୁ ମିଳିଛି ।

ଆପତ୍ତିଜନକ ଟିପ୍ପଣି ପ୍ରସଙ୍ଗ, ପ୍ରବଚକ ଚାରଣ ରାମଦାଶ ବିରୁଦ୍ଧରେ ଭିକ୍ଷୋଭ

ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ରାମଦାସ ପ୍ରବଚନ କାର୍ଯ୍ୟକ୍ରମ ବେଳେ ଭଗବାନ ବିଷ୍ଣୁଙ୍କ ପ୍ରସଙ୍ଗରେ ଏକ ବିବାଦୀୟ ତଥା ଘୃନିତ ବୟାନ ଦେଇଥିଲେ । ଏଥିରେ ଆପତ୍ତିଜନକ ଶବ୍ଦ ବ୍ୟବହାର ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଏହି ବିବାଦୀୟ ମନ୍ତବ୍ୟ ପ୍ରସାରିତ ହେବା ପରେ ସବୁଠି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

ଆଜି ମାନବାଧିକାର ସୁରକ୍ଷା ସଙ୍ଘ ବ୍ରହ୍ମଗିରି ଶାଖା ପକ୍ଷରୁ ସଂଘର ଯୁବ ସଭାପତି ପ୍ରିୟ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ବିକ୍ଷୋଭ ସହ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି । ଲୋକନାଥ ମନ୍ଦିର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସଂଗଠନର ସଦସ୍ୟମାନେ । ସେହିପରି ପୁରୀରେ ମଧ୍ୟ ଏହି ପ୍ରସଙ୍ଗରେ ବିବାଦ ବଢିବାରେ ଲାଗିଛି । ପ୍ରବଚକ ଚାରଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ଜଗନ୍ନାଥ ଭକ୍ତ ପରିଷଦ । ସମ୍ପୃକ୍ତ ପ୍ରବଚକଙ୍କ ଫୋଟୋ ଦାହ କରିବା ସହ ତାଙ୍କ ଉପରେ ଓ ଉକ୍ତ ଚ୍ୟାନେଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନେଇ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଥାନାରେ ଏତଲା ଦେଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.