ETV Bharat / state

କୃଷି ଆଇନ ବିରୋଧରେ ଆନ୍ଦୋଳନ

author img

By

Published : Feb 19, 2021, 8:59 AM IST

ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଡାକରାରେ କୃଷି ଆଇନ ବାତିଲ ଦାବିରେ ପୁରୀ ରେଳ ଷ୍ଟେସନରେ ରେଳ ରୋକ ଓ ଧାରଣା ଅନୁଷ୍ଠିତ ହୋଇ ଯାଇଛି । ଅଧିକ ପଢନ୍ତୁ...

କୃଷି ଆଇନ ବିରୋଧରେ ଆନ୍ଦୋଳନ
କୃଷି ଆଇନ ବିରୋଧରେ ଆନ୍ଦୋଳନ

ପୁରୀ: ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଡାକରାରେ କୃଷି ଆଇନ ବାତିଲ ଦାବିରେ ପୁରୀ ରେଳ ଷ୍ଟେସନରେ ରେଳ ରୋକ ଓ ଧାରଣା ଅନୁଷ୍ଠିତ ହୋଇ ଯାଇଛି । ମୋଦି ସରକାର ବିଗତ 6 ବର୍ଷରେ ଜନ ବିରୋଧୀ ନୀତି ବିରୁଦ୍ଧରେ ଐକ୍ୟ ବଦ୍ଧ ଆନ୍ଦୋଳନ ଡାକରା ଦେଇଥିଲେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ।

କୃଷି ଆଇନ ବିରୋଧରେ ଆନ୍ଦୋଳନ

ଦିଲ୍ଲୀ ରାଜ ରାସ୍ତାରେ ଲକ୍ଷ ଲକ୍ଷ କୃଷକ କୃଷି ଓ କୃଷକ ବିରୋଧୀ ତିନି କଳା କୃଷି ଆଇନିକୁ ରଦ୍ଦ କରିବା ଦାବିରେ ବିଗତ 85 ଦିନ ଧରି ଶୀତ କାକରରେ ବସିଛନ୍ତି । 204 ଜଣ କୃଷକ ଯୋଦ୍ଧା ପ୍ରାଣ ବଳି ଦେଇ ସାରିଲେଣି । ତଥାପି ମୋଦି ସରକାର କର୍ପୋରେଟ ସ୍ବାର୍ଥରେ ଅନ୍ଧ । ଘରୋଇ ମଣ୍ଡି ଆଇନ, ଠିକା ଚାଷ ଆଇନ, ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ ସଂଶୋଧନ ଭଳି ତିନିଟି ଆଇନି କେବଳ ଯେ ଚାଷୀ ଓ କୃଷକ ମାନଙ୍କୁ କ୍ଷତି ପହଞ୍ଚାଇ ବ ତାହା ନୁହେଁ । ଏହା ଦ୍ବାରା ଖାଉଟି, ଗରିବ ଲୋକେ ହନ୍ତସନ୍ତ ହେବେ । ଖାଦ୍ୟ ନିରାପତ୍ତା ବଳୟ ନଷ୍ଟ ହେବ । କର୍ପୋରେଟ ହାତକୁ ଜମି ଚାଲିଯିବ । ଦର ନିର୍ଦ୍ଧାରଣ କ୍ଷମତା ବ୍ୟବସାୟୀ ହାତକୁ ଯିବ । ଚାଷୀ ଓ ଭାଗ ଚାଷୀ ଲୁଟ୍‌ ର ଶିକାର ହେବେ ବୋଲି ସମିତି ପକ୍ଷରୁ କୁହାଯାଇଛି ।

ଏହାକୁ ବିରୋଧ କରି ଦିଲ୍ଲୀ କୃଷକ ଆନ୍ଦୋଳନ କୁସମର୍ଥନରେ ତିନିଟି କଳା କୃଷି ଆଇନି ରଦ୍ଦ, ଫସଲର ଦେଢ଼ ଗୁଣ ଦର, ପ୍ରତି ଫସଲରେ ବୋନସ ସହ MSP ଲାଗୁ କରିବା ଦାବିରେ ସମିତି ସଭ୍ୟ ଶରତ କୁମାର ରାୟଗୁରୁ, ଅଶୋକ ପ୍ରଧାନ ପ୍ରଦୀପ୍ତ ମହାନ୍ତି, ପ୍ରତାପ ଚି଼ହ୍ନ ରା, ହରିହର ସେନାପତି, ମୋହନନାଇଡ଼ୁ, ଭୀମସେନ ସ୍ବାଇଁ ଜିତେନ୍ଦ୍ରିୟ ବେହେରା , ମନୋରଞ୍ଜନ ମହାରଣା ବିଭୁତି ରାଉତରାୟ ଗୋବିନ୍ଦ ମହାପାତ୍ର ସୁରେନ୍ଦ୍ର ତପସୁ ଟୁନା ନାୟକ, ଗୋବିନ୍ଦ ମାଝୀ କିଷାନ ପଟ୍ଟନାୟକ ଜ୍ୟୋତି ପ୍ରକାଶ ନାୟକ ପବିତ୍ର ଦଳାଇ ପ୍ରମୁଖ ଯୋଗଦେଇ କହିଛନ୍ତି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.