ETV Bharat / state

ଶ୍ରୀକ୍ଷେତ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ବଡଦାଣ୍ଡରେ ଚାଲି ଚାଲି ଗଲେ ଶ୍ରୀମନ୍ଦିର

author img

By

Published : Nov 10, 2022, 12:53 PM IST

Updated : Nov 10, 2022, 1:14 PM IST

ବଡଦାଣ୍ଡରେ ଚାଲି ଚାଲି ଯାଇ ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କଲେ ଗଜପତି ମହାରାଜା । ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ବଡଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଗଲେ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ଏଥିପାଇଁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀରେ ପହଞ୍ଚିଛନ୍ତି । ତାଳବଣିଆ ହେଲିପ୍ୟାଡରୁ ଓହ୍ଲାଇ ସେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ତେବେ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ରାଷ୍ଟ୍ରପତି ମୁର୍ମୁ ବଳଗଣ୍ଡି ଛକରେ କାରରୁ ଓହ୍ଲାଇ ବଡଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିରକୁ ଯାଇଥିବାର ଦେଖିବାକୁ ମିଳିଛି(President Droupadi Murmu walks on Bada Danda) । ସେଠାରେ ସେ ମହାପ୍ରଭୁଙ୍କୁ ହାତଟେକି ଭକ୍ତିଭାବ ପ୍ରଦର୍ଶନ କରିଥିଲେ । ଚାଲି ଚାଲି ଶ୍ରୀମନ୍ଦିରର ପହଞ୍ଚିବା ପରେ ସିଂହଦ୍ବାର ସାମ୍ନାରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଗଜପତି ମହାରାଜା ମହାମହିମଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: President Visit Odisha: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶ୍ରୀମନ୍ଦିରକୁ ଯାଉଥିବା ସମୟରେ ରାଷ୍ଟ୍ରପତି ବାଟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି । ଏହାପରେ ଶ୍ରୀମନ୍ଦିରକୁ ଯାଇ ଅରୁଣସ୍ତମ୍ଭ ସ୍ପର୍ଶ କରି ଆର୍ଶୀବାଦ ନେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦର୍ଶନ ପାଇଁ ଦିନ ସାଢେ ୧୦ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି । ସେ ଦର୍ଶନ ସାରି ଫେରିବା ପରେ ସାଧାରଣ ଦର୍ଶନ ଆରମ୍ଭ ହେବ । ତେବେ ରାଷ୍ଟ୍ରପତି ମୁର୍ମୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସିଂହଦ୍ବାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।

ଶ୍ରୀମନ୍ଦିରରେ ଦର୍ଶନ ସାରି ଦ୍ରୌପଦୀ ମୁର୍ମୁ ରାଜଭବନରେ ପହଞ୍ଚି ମଧ୍ୟାହ୍ନ ଭୋଜନରେ ମହାପ୍ରସାଦ ସେବନ କରିବେ । ଏହାପରେ ୩ଟା ୫୦ ମିନିଟରେ ରାଜଭବନରୁ ତାଳବଣିଆ ହେଲିପ୍ୟାଡକୁ ଯିବେ । ଏଠାରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଉଲ୍ଲେଖଯୋଗ୍ୟ, ପ୍ରଥମ ଓଡ଼ିଆ ମହିଳା ତଥା ଆଦିବାସୀ ନେତ୍ରୀ ଭାବେ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିଥିଲେ ଦ୍ରୌପଦୀ ମୁର୍ମୁ । ଏହାପରେ ପ୍ରଥମ ଥର ପାଇଁ ସେ ଜନ୍ମମାଟି ଓଡିଶାକୁ ଆସିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Nov 10, 2022, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.