ETV Bharat / state

ଡ଼ିସେମ୍ବର 1ରେ କଂଗ୍ରେସର ତୁଳସୀ ଯାତ୍ରା, ପୁରୀରେ ପ୍ରସ୍ତୁତି ବୈଠକ ଶେଷ - 1 ତାରିଖରେ ତୁଳସୀ ଯାତ୍ରା

ଆସନ୍ତା 1 ତାରିଖରେ କଂଗ୍ରେସ କରିବ ତୁଳସୀ ଯାତ୍ରା । ଏନେଇ ପୁରୀ ଜିଲ୍ଲା କଂଗ୍ରେସ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅଧିକ ପଢନ୍ତୁ

preparatory meeting
ତୁଳସୀ ଯାତ୍ରା ପ୍ରସ୍ତୁତି ବୈଠକ
author img

By ETV Bharat Odisha Team

Published : Nov 26, 2023, 8:23 PM IST

ତୁଳସୀ ଯାତ୍ରା ପ୍ରସ୍ତୁତି ବୈଠକ

ପୁରୀ: ଆସନ୍ତା 1 ତାରିଖରେ କଂଗ୍ରେସ କରିବ ତୁଳସୀ ଯାତ୍ରା । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ଖୋଲି ମହାପ୍ରଭଙ୍କ ରତ୍ନ ଅଳଙ୍କାର ଗଣତି, ବେଦାନ୍ତ ନେଇଥିବା ଚାଷ ଜମି ଚାଷୀଙ୍କୁ ଫେରସ୍ତ, ପୁରୀ ସହରବାସୀଙ୍କ ଜମିଜମା ସମସ୍ୟାର ସମାଧାନ ଦାବି ରହିଛି । ଏ ସମସ୍ତ ଦାବି ନେଇ କଂଗ୍ରେସ ତୁଳସୀ ଯାତ୍ରା କରିବାକୁ ଯାଉଥିବାବେଳେ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା କଂଗ୍ରେସ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବରିଷ୍ଠ ନେତା ଶିବାନନ୍ଦ ରାୟ, ପ୍ରସାଦ ହରିଚନ୍ଦନ ଯୋଗ ଦେଇ କାର୍ଯ୍ୟକ୍ରମକୁ କିଭଳି ସଫଳ କରାଯାଇ ପାରିବ ସେନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ଏହି ତୁଳସୀ ଯାତ୍ରା ଡିସେମ୍ବର 1 ତାରିଖରେ ପୁରୀରେ ଅନୁଷ୍ଠିତ ହେବ ।

ସାରା ରାଜ୍ୟରୁ କଂଗ୍ରେସ କର୍ମୀ ଓ ନେତା ଏହି ତୁଳସୀ ଯାତ୍ରାରେ ସାମିଲ ହେବେ । ଓଡ଼ିଶାର 314 ବ୍ଳକ, 120 ପୌରାଞ୍ଚଳରୁ ତୁଳସୀ ସଂଗ୍ରହ କରାଯିବ । ଏହାକୁ ଭୁବନେଶ୍ଵର ଅଣାଯାଇ ଡିସେମ୍ବର 1 ତାରିଖରେ ଏକ ବିରାଟ ଶୋଭାଯାତ୍ରା ପୁରୀ ଅଭିମୁଖେ ଆସିବ । ପୁରୀ ଶରଧାବାଲିରେ କଂଗ୍ରେସ କର୍ମୀ, ନେତା ଏକାଠି ହୋଇ ଏକ ସଂକୀର୍ତ୍ତନ ମଣ୍ଡଳି ଶ୍ରୀମନ୍ଦିର ଅଭିମୁଖେ ଯିବ। ଏଥିରେ 5 ହଜାର କଂଗ୍ରେସ କର୍ମୀ ସାମିଲ ହେବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସଂଗୃହିତ ତୁଳସୀକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯିବ।

ଏହା ବି ପଢନ୍ତୁ...କଂଗ୍ରେସର ତୁଳସୀ ଯାତ୍ରା, 30ରେ ରାଉରକେଲାରେ ହେବ ତୁଳସୀ ସଂଗ୍ରହ

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ପ୍ରସଙ୍ଗ, ସରକାରଙ୍କୁ ଜିଲ୍ଲା କଂଗ୍ରେସର ଚେତାବନୀ

ଏହା ବି ପଢନ୍ତୁ...ଭଦ୍ରକରେ କଂଗ୍ରେସର ତୁଳସୀ ସଂଗ୍ରହ ପଦଯାତ୍ରା

ତେବେ ପୁରୀ ଜିଲା କଂଗ୍ରେସ କମିଟିର ସଭାପତି ଜୟ ନାରାୟଣ ପଟ୍ଟନାୟକ କହିଛନ୍ତି, "ଶ୍ରୀମନ୍ଦିରର ଗୋଟିଏ ଦ୍ଵାର ଖୋଲା ଥିବାରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ଅକ୍ଟୋବର 16 ତାରିଖରେ ପୁରୀରେ ବିଶାଳ ପଦଯାତ୍ରା କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା କଂଗ୍ରେସ। ପରେ ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇ ସରକାରଙ୍କୁ ସଚେତନ କରାଯାଇଥିଲା। ହେଲେ ସରକାର ଚେତିଲେ ନାହିଁ । ଏଣୁ ପୁଣି ସରକାରଙ୍କୁ ସଚେତନ କରାଇବା ପାଇଁ କଂଗ୍ରେସ ତୁଳସୀ ଯାତ୍ରା କରାଯିବ। ଓଡ଼ିଶାବାସୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। "

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.