ETV Bharat / state

‘ଜାତୀୟ ସଡକ ସୁରକ୍ଷା ମାସ’ ପାଳନ ନିମନ୍ତେ ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ

author img

By

Published : Jan 17, 2021, 7:57 AM IST

ଜାତୀୟ ସଡକ ସୁରକ୍ଷା ମାସ-୨୦୨୧ ପାଳନ ଆସନ୍ତା ୧୮ ତାରିଖରୁ ପୁରୀରେ ଆରମ୍ଭ ହୋବାକୁ ଯାଉଛି, ଯାହା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଜାତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଜାତୀୟ ସଡକ ସୁରକ୍ଷା ମାସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ: ଜାତୀୟ ସଡକ ସୁରକ୍ଷା ମାସ-୨୦୨୧ ପାଳନ ଆସନ୍ତା ୧୮ ତାରିଖରୁ ପୁରୀରେ ଆରମ୍ଭ ହୋବାକୁ ଯାଉଛି, ଯାହା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ସଡକ ସୁରକ୍ଷା ମାସ ପାଳନ ନିମନ୍ତେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆସନ୍ତା ୧୮ ତାରିଖ ସକାଳ 8.30 ସମୟରେ ଗୁଣ୍ତିଚା ମନ୍ଦିରଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ଭିଆଇପି ରୋଡ ଦେଇ ଦିଗବାରେଣି ନିକଟରେ ପହଞ୍ଚିବ । ଏବଂ ଏହି ସଡକ ସୁରକ୍ଷା ରଥର ଶୁଭାରମ୍ଭ କରିବେ ଜିଲ୍ଲାପାଳ । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲିବା ସହ ସଡକ ସୁରକ୍ଷା ବାର୍ତ୍ତା ପ୍ରଦାନ କରିବ । ସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ ବ୍ଲକରେ ସାଇକେଲ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି ।

ଏପଟେ ୧୯ ତାରିଖରେ ବସ ମାଲିକ ସଂଘ ପକ୍ଷରୁ ବସଷ୍ଟାଣ୍ତରେ ଗାଡି ଚାଳକ ମାନଙ୍କ ନିମନ୍ତେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ଏଥିସହ ଆସନ୍ତା ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ଉପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସକାଳ ୮ରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ୱାଲ ପେଣ୍ଟିଂ ପ୍ରତିଯୋଗିତା ଆୟୋଜନ କରାଯାଇଛି ।

ଆସନ୍ତା ୨୪ ତାରିଖରେ ସକାଳ ସମୟରେ ଗାନ୍ଧୀଘାଟ ନିକଟରେ ପଥପ୍ରାନ୍ତ ନାଟକ, ନାଗାମେଢ, ଗୋଟିପୁଅ ନାଚ, ଦସ୍ତଖତ ଅଭିଯାନ ସହ ସଡକ ସୁରକ୍ଷା ନିୟମ ପାଳନ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ଏତଦବ୍ୟତୀତ ପୋଲିସ ସହ ମିଶି ମିଳିତ ଭାବେ ଯାଞ୍ଚ କରାଯାଇ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନିତିରଞ୍ଜନ ସେନ, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.