ETV Bharat / state

ଶେଷ ପର୍ଯ୍ୟାୟରେ କୋଣାର୍କ ଉତ୍ସବ ପ୍ରସ୍ତୁତି - Preparations for the Konark festival in the final phase

ଡିସେମ୍ବର 1ରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Konark festival
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Nov 29, 2019, 10:31 PM IST

ପୁରୀ: ଡିସେମ୍ବର 1ରୁ 5 ତାରିଖ 5 ଦିନ ଧରି ଚାଲିବ କୋଣାର୍କ ଉତ୍ସବ-2019 । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଓଡିଶାର କଳାକୃତିକୁ ନେଇ କାରିଗରଙ୍କ ଦ୍ବାରା ମୁକ୍ତାକାଶ ରଙ୍ଗମଞ୍ଚ ସଜେଇ ହେଉଥିବା ବେଳେ ବାଲୁକା ଶିଳ୍ପୀଙ୍କ ପାଇଁ ପ୍ରସ୍ତୁତ ଚନ୍ଦ୍ରଭାଗା ପୀଠ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଚଳିତ ବର୍ଷ କୋଣାର୍କ ଉତ୍ସବ ସହ ବାଲୁକା ମହୋତ୍ସବକୁ ମଧ୍ୟ ଆକର୍ଷଣୀୟ କରିବାକୁ ପ୍ରୟାସ କରାଯାଇଛି । 5 ଦିନିଆ ଏହି କୋଣାର୍କ ଉତ୍ସବରେ ମୁକ୍ତାକାଶ ରଙ୍ଗ ମଞ୍ଚରେ ନାମୀଦାମୀ କଳାକାରମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରିବେ । ବିଶେଷ କରି ଓଡିଶୀ, କଥକ, ମୋହିନନାଟ୍ୟମ, କୁଚୁପୁଡି, ଭାରତନାଟମ୍ୟ ସହିତ ଡ୍ୟାନସ ଅପ୍ ଇଣ୍ଡୋନେସିଅ।ର ନୃତ୍ୟକୁ ମନୋଭରୀ ଉପଭୋଗ କରିବାର ସୁଯୋଗ ପାଇବେ ଦର୍ଶକ । ଏହା ସହିତ ଯୁକ୍ତରାଷ୍ଟ୍ର ଅ।ମେରିକା, ଅ।ୟାରଲାଣ୍ଡ, ଋଷିଅ।, କାନାଡା, ଟଗୋ, ଶ୍ରୀଲଙ୍କା ଅ।ଦି ଦେଶବିଦେଶର 123 ଜଣ ବାଲୁକା ଶିଳ୍ପୀ ଆୟୋଜିତ ବାଲୁକା ମହୋତ୍ସଵ କାର୍ଯ୍ୟକ୍ରମରେ ଭାଗ ନେବେ ।

ତେବେ ଏହି 5 ଦିନ ମଧ୍ୟରେ ବାଲୁକା କଳାକାରମାନେ ସେମାନଙ୍କ ନିଖୁଣ କଳା ଦ୍ଵାରା ବାଲି ମାଧ୍ୟମରେ ପ୍ରକୃତି ପର୍ଯ୍ୟଟନ, ସଂସ୍କୃତି ଓ ପର୍ଵ ପର୍ବାଣୀ, ମହିଳା ସଶକ୍ତିକରଣ, ପ୍ଲାଷ୍ଟିକକୁ ନା ଏବଂ ଐତିହର ବାର୍ତ୍ତା ଦେବେ । ସେପଟେ କୋଣାର୍କ ଉତ୍ସବ କିଭଳି ଭାବରେ ସ୍ବଚାରରୂପରେ ଅନୁଷ୍ଠିତ ହେବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରୁଟ ମ୍ୟାପ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମ ସମୟରେ ଟ୍ରାଫିକ ସମସ୍ୟା ନଉପୁଜେ ସେ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ କୋଣାର୍କ ଉତ୍ସବକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କୋଣାର୍କ ଉତ୍ସବ ପ୍ରସ୍ତୁତି ଶେଷBody: କୋଣାର୍କ ଉତ୍ସବ 2019 ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଂଚିଲାଣି । କାରିଗର ମାନଙ୍କ ଦ୍ଵାରା ଓଡିଶାର କଳାକୃତି କୁ ନେଇ ମୁକ୍ତାକାଶ ରଙ୍ଗମଂଚ ସଜେଇ ହେଉଥିବା ବେଳେ ବାଲୁକା ଶିଳ୍ଫୀ ମାନଙ୍କ ପାଇଁ ପ୍ରସ୍ତୁତ ହେଲାଣି ଚନ୍ଦ୍ରଭାଗା ପୀଠ । ସେପଟେ ଗତବର୍ଷ ତୁଳନା ରେ ଚଳିତ ବର୍ଷ କୋଣାର୍କ ଉତ୍ସବ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୁର୍ଦ୍ଧି ପାଇବ ବୋଲି ଅ।ଶା ରଖିଛି ପ୍ରଶାସନ । ଡିସେମ୍ଵର 1 ତରିଖ ଠାରୁ 5 ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ 2019 ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଂଚିଥିବା ବେଳେ ସଂଧ୍ୟା ସମୟରେ ରଙ୍ଗିନ ଅ।ଲୋକରେ ଝଲସିଲାଣି କୋଣାର୍କ । ଚଳିତ ବର୍ଷ କୋଣାର୍କ ଉତ୍ସବ ସାଙ୍ଗକୁ ବାଲୁକା ମହୋତ୍ସବ କୁ ମଧ୍ୟ ଅ।କର୍ଷଣ କରିବା ଲାଗି ଉଦ୍ୟମ କରାଯାଇଥିବାର ଦେଖିବାକୁ ମିଳିଛି । 5 ଦିନିଅ। ଏହି କୋଣାର୍କ ଉତ୍ସବ ରେ ମୁକ୍ତାକାଶ ରଙ୍ଗ ମଂଚରେ ନାମିଦାମୀ କଳାକାର ମାନଙ୍କ ଦ୍ଵାର। ନୃତ୍ୟ ପରିବେଷଣ କରାଯିବ । ଏଥି ସହିତ ବାଲୁକା ମହୋତ୍ସଵ ରେ 6 ଟି ଦେଶ ପ୍ରତିନିଧିତ୍ଵ କରିବ ଏହି କାର୍ଯ୍ୟକ୍ରମରେ । ବିଶେଷକରି ମୁକ୍ତାକାଶ ରଙ୍ଗମଂଚରେ ଓଡିଶୀ,କଥକ. ମୋହିନ ନାଟ୍ୟମ,କୁଚୁପୁଡି, ଭାରତନାଟମ୍ୟ ସହିତ ଡ୍ୟାନସ ଅପ୍ ଇଣ୍ଡୋନେସିଅ।ର ନୃତ୍ୟ କୁ ମନୋଭରୀ ଉପଭୋଗ କରିବାର ସୁଯୋଗ ପାଇବେ ଦର୍ଶକ ଏହି 5 ଦିନ ମଧ୍ୟରେ । ଏହା ସହିତ ଯୁକ୍ତରାଷ୍ଟ୍ର ଅ।ମେରିକା, ଅ।ୟାରଲାଣ୍ଡ,ଋଷିଅ।,କାନାଡା, ଟଗୋ, ,ଶ୍ରୀଲଙ୍କା ଅ।ଦି ଦେଶ ବିଦେଶର123 ଜଣ ବାଲୁକା ଶିଳ୍ପୀ ଭାଗ ନେବେ ଏହି ବାଲୁକା ମହୋତ୍ସଵ ରେ । ଏହି 5 ଦିନ ମଧ୍ୟରେ ଏହି ବାଲୁକା କଳାକାର ମାନେ ସେମାନଙ୍କ ନିଖୁଣ କଳା ଦ୍ଵାରା ବାଲି ମାଧ୍ୟମରେ ପ୍ରକୃତି ପର୍ଯ୍ୟଟନ, ସଂସ୍କୃତି ଓ ପର୍ଵ ପର୍ବାଣୀ, ମହିଳା ସଶକ୍ତିକରଣ, ପ୍ଲାଷିକକୁ ନା ଓ ଐତିହର ବାର୍ତ୍ତା ଦେବେ ଏହି ବାଲୁକା କଳା ମାଧ୍ୟମରେ ।ସେପଟେ କୋଣାର୍କ ଉତ୍ସବ କିଭଳି ଭାବରେ ସୁଚାରରୂପରେ ଅନୁଷ୍ଠିତ ହେବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରୁଟ ମ୍ୟାପ କରାଯାଇଥିବା ବେଳେ ଟ୍ରାଫିକ ସମସ୍ୟା କିଭଳି ନ ଉପୁଜିବ ସେ ନେଇ ସ୍ଵତତ୍ରଂ ବ୍ୟବସ୍ଥା କରାଯାଇଛି କୋଣାର୍କ ଉତ୍ସବ କୁ ଦେଶ ବିଦେଶରୁ ଅ।ସୁଥିବା ପର୍ଯ୍ୟଟକ ମାନଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରଯାଇଛି କରାଯିବ ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ବାଇଟ,, ।ଅଂଶୁମାନ ଦାସ,, କାରିଗର

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.