ETV Bharat / state

ଭାଦ୍ରବ କୃଷ୍ଣ ଦ୍ବାଦଶୀରେ ଆଜି ଶ୍ରୀବଳଭଦ୍ରଙ୍କ ପ୍ରଳମ୍ବାସୁର ବଧ ବେଶ

author img

By

Published : Aug 16, 2020, 10:20 AM IST

ଶ୍ରୀମନ୍ଦିରରେ ଆଜି ସମ୍ପନ୍ନ ହେବ ପ୍ରଳମ୍ବାସୁର ବଧ ବେଶ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହେବାର ବିଧି ରହିଛି । ଏହି ଦିନ ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ର ଦେବଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଥାଏ । ଅଧିକ ପଢନ୍ତୁ...

rituals in srimandir, srimandir latest news, puri latest news, pralambasur badha besa, holy trinity's rituals, ଶ୍ରୀମନ୍ଦିରରେ ନୀତିକାନ୍ତି, ଶ୍ରୀମନ୍ଦିର ଲାଟେଷ୍ଟ ନ୍ୟୁଜ୍‌, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ପ୍ରଳମ୍ବାସୁର ବଧ ବେଶ, ତ୍ରିବିଗ୍ରହଙ୍କ ରୀତିନୀତି
ଭାଦ୍ରବ କୃଷ୍ଣ ଦ୍ବାଦଶୀରେ ଆଜି ଶ୍ରୀବଳଭଦ୍ରଙ୍କ ପ୍ରଳମ୍ବାସୁର ବଧ ବେଶ

ପୁରୀ: ଶ୍ରୀମନ୍ଦିରରେ ଆଜି ସମ୍ପନ୍ନ ହେବ ପ୍ରଳମ୍ବାସୁର ବଧ ବେଶ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହେବାର ବିଧି ରହିଛି । ଏହି ଦିନ ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ର ଦେବଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଥାଏ । ପ୍ରଥମେ ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସମାପ୍ତି ପରେ ଏହି ବେଶ ହୋଇଥାଏ । ପ୍ରଳମ୍ବାସୁର ଆଖ୍ୟାୟିକା ସଂପର୍କରେ ଶ୍ରୀମଦ୍ ଭାଗବତର ଦଶମ ସ୍କନ୍ଧରେ ବିସ୍ତୃତ ବର୍ଣ୍ଣନା ରହିଅଛି ।

ଏହି ବର୍ଣ୍ଣନା ଅନୁଯାୟୀ ଛଦ୍ମ ବେଶରେ ପ୍ରଳମ୍ବାସୁର ନାମକ ଏକ ରାକ୍ଷସ ରାଜା କଂସଙ୍କ ନିର୍ଦ୍ଦେଶ କ୍ରମେ ପ୍ରଭୁ ବଳରାମ ଓ କୃଷ୍ଣଙ୍କୁ ମାରିବାକୁ ଆସି ନିଜେ ବଧ ହୋଇଥିଲା । ସେହି ଘଟଣାର ସ୍ମାରକୀକୁ ଅବଲମ୍ବନ କରି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇ ଆସୁଅଛି । ପ୍ରଳମ୍ବାସୁର ବଧ ବେଶରେ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରନ୍ତି । କେବଳ ଶ୍ରୀବଳଭଦ୍ରଙ୍କୁ ପ୍ରଳମ୍ବାସୁର ବଧ ବେଶରେ ଭୂଷିତ କରାଯାଏ । ଏକ ବିରାଟକାୟ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନ ସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜାଯାଏ । ସେହି ଅସୁରର ସ୍କନ୍ଧ ଏବଂ ଦୁଇ ଭୂଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ଏହି ବେଶରୁ ସୃଷ୍ଟି ହୁଏ ।

ଏହି ବେଶ ଦ୍ବିପ୍ରହର ଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ସରିବା ଯାଏଁ ଚାଲିଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.