ETV Bharat / state

ପାଖେଇ ଆସୁଛି ଦୀପାବଳି, ପୁରୀରେ ଜୋରଦାରରେ ଚାଲିଛି ପ୍ରସ୍ତୁତି

author img

By

Published : Oct 20, 2022, 8:58 PM IST

Updated : Oct 20, 2022, 9:45 PM IST

ଆଲୋକର ପର୍ବ ଦୀପାବଳିି ପାଇଁ ଜୋରସୋରରେ ଚାଲିଛି ଦୀପ ପ୍ରସ୍ତୁତି । ଦୀର୍ଘ ଦୁଇବର୍ଷ ପରେ ଧୁମଧାମରେ ଦୀପାବଳି ପାଳିବେ ରାଜ୍ୟବାସୀ । ପୁରୀ ସହରରେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

ପାଖେଇ ଆସୁଛି ଦୀପାବଳି, ପୁରୀରେ ଜୋରଦାରରେ ଚାଲିଛି ପ୍ରସ୍ତୁତି
ପାଖେଇ ଆସୁଛି ଦୀପାବଳି

ପୁରୀ: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଚାରିଆଡେ ଉତ୍ସବର ମାହୋଲ । ଦୁଇ ବର୍ଷ ପରେ ବିନାକଟକଣାରେ ଧୁମଧାମରେ ପର୍ବ ପାଳିବେ ରାଜ୍ୟବାସୀ । ଗତ ଦୁଇ ବର୍ଷ ହେଲା କୋଭିଡ କଟକଣା ହେତୁ ଦୀପାବଳି ଫିକା ପଡ଼ିଥିଲା । ଏଣୁ ଚଳିତ ଦୀପାବଳି ପର୍ବକୁ ପାଳନ ପାଇଁ ସବୁଠି ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ପୁରୀରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ପୁରୀରେ ଜୋରଦାରରେ ଚାଲିଛି ପ୍ରସ୍ତୁତି

ଦୀପାବଳିରେ ଘରେ ଘରେ ଜଳିବ ଦୀପ । ଏଥିପାଇଁ ଦୀପ ପ୍ରସ୍ତୁତିରେ ଲାଗି ପଡିଛନ୍ତି କୁମ୍ଭକାରମାନେ । ପୁରୀର କୁମ୍ଭାରପଡ଼ାରେ ଦୀପ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭଳିକି ଭଳି ଦୀପ ତିଆରି ହୋଇଛି । ଏକ ଟଙ୍କା ରୁ ଆରମ୍ଭ କରି ଶହେ ଟଙ୍କା ଯାଏ ରହିଛି ଦୀପର ମୂଲ୍ୟ । ବରାଦ ମୁତାବକ ପଈସିକା, ଅମାବାସ୍ୟା, ଗଙ୍ଗା ଦୀପ ସହିତ ପାଞ୍ଚ ଓ ସାତ ଦୀପ ତିଆରି ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଜୟପୁର ବିମାନବନ୍ଦରକୁ ଉଡିବ ବିମାନ, DGCA ପକ୍ଷରୁ ମିଳିଲା ଲାଇସେନ୍ସ

ଚଳିତ ଦୀପାବଳୀ ପର୍ବକୁ ନେଇ କୁମ୍ଭକାର ମାନେ ବେଶ୍ ଉତ୍ସାହିତ ରହିଛନ୍ତି । ଗତ ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ଦୀପାବଳି ବେପାର ପୁରା ଠପ୍ ହୋଇ ଯାଇଥିଲା । ଚଳିତ ବର୍ଷ କଟକଣା ନଥିବା ହେତୁ ଭଲ ରୋଜଗାର ହେବ ବୋଲି କୁମ୍ଭାକାରମାନେ କହିଛନ୍ତି । ସେହିପରି କେତେକ ମଧ୍ଯ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଦୀପାବଳି ଫିକା ପଡିବା ଆଶଙ୍କାକରି ବେପାରରେ ମାନ୍ଦା ଅବସ୍ଥା ହୋଇ ପାରେ ବୋଲି ଆଶଙ୍କା କରିଛନ୍ତି କୁମ୍ଭକାର ପରିବାର । ସେପଟେ ପୁରୀରେ ଚଳିତ ଦୀପାବଳିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରାଯାଇଛି । ବାଣ ଦୋକାନୀଙ୍କୁ ଗାଇଡଲାଇନ ଅନୁଯାୟୀ ଲାଇସେନ୍ସ ଦିଆଯିବ । ଜନଗହଳି ସ୍ଥାନରୁ ଦୂରରେ ବାଣ ଦୋକାନ ଖୋଲିବା ନେଇ ବ୍ୟବସ୍ଥା ହେବ । କୌଣସି ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବାହିନୀ, ମେଡିକାଲରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ନେଇ ପ୍ରସ୍ତୁତି ହୋଇ ଥିବା ପୁରୀ ଜିଲାପାଳ ଓ ଏସପି କହିଛନ୍ତି ।

ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ," ଏହା ଏକ ଖୁସିର କଥା । ଦୀର୍ଘ ଦୁଇବର୍ଷ ପରେ ଧୁମଧାମରେ ଦେଶରେ ପାଳନ ହେବ ଦୀପାବଳି । ଆମେ ଏନେଇ ପ୍ରସ୍ତୁତି ବୈଠକ ସାରିଦେଇଛୁ । ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାଣବିକ୍ରିକୁ ନେଇ ଯାହା ଗାଇଡଲାଇନ ରହିଛି ତାହା କିଭଳି କାର୍ଯ୍ୟକାରୀ ହୋଇପାରିବ ସେନେଇ ଆମେ ସଜାଗ ରହିଛୁ । ଆଶା କରୁଛୁ ଚଳିତ ବର୍ଷର ଦୀପାବଳି ଭଲରେ କଟିବ ।"

ଇଟିଭି ଭାରତ, ପୁରୀ

Last Updated : Oct 20, 2022, 9:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.