ETV Bharat / state

ଆରମ୍ଭ ହେଲା କୁମ୍ଭକାରଙ୍କ ମୁଖ୍ୟ ପର୍ବ କୁରାଳ ପଞ୍ଚମୀ - kural panchami

୫ ଦିନ ଧରି ଚାଲୁଥିବା କୁମ୍ଭକାରଙ୍କ ମୁଖ୍ୟ ପର୍ବ କୁରାଳ ପଞ୍ଚମୀରେ ଇଷ୍ଟଦେବତା ରୁଦ୍ରପାଳ ଓ ରତ୍ନେଶ୍ବରୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଅଧିକ ପଢନ୍ତୁ...

କୁମ୍ଭକାରଙ୍କ ମୁଖ୍ୟ ପର୍ବ କୁରାଳ ପଞ୍ଚମୀ ଆରମ୍ଭ

author img

By

Published : Dec 20, 2020, 11:37 AM IST

ପୁରୀ: କୁମ୍ଭକାରଙ୍କ ପ୍ରମୁଖ ପର୍ବ କୁରାଳ ପଞ୍ଚମୀ ଆରମ୍ଭ ହୋଇଛି । ୫ ଦିନ ଧରି ଚାଲୁଥିବା ଏହି ପର୍ବରେ ଇଷ୍ଟଦେବତା ରୁଦ୍ରପାଳ ଓ ରତ୍ନେଶ୍ବରୀଙ୍କ ପୂଜାର୍ଚ୍ଚନା କରିଥାନ୍ତି। କୁମ୍ଭକାରମାନେ ବର୍ଷ ତମାମ ବୃତ୍ତି ପାଇଁ ବ୍ୟବହାର କରୁଥିବା ହାଣ୍ଡି, କୁଡୁଆ ଗଢା ବନ୍ଦ ରଖି ହାଣ୍ଡିଗଢା ସରଞ୍ଜାମ ଯଥା ଚକ, ପିଣ୍ଡ, ପାଟଣା, ହାଣ୍ଡିକୁ ପୂଜା କରିଥାନ୍ତି।

କୁମ୍ଭକାରଙ୍କ ମୁଖ୍ୟ ପର୍ବ କୁରାଳ ପଞ୍ଚମୀ ଆରମ୍ଭ

ପୁରୀ ସହରର କୁମ୍ଭାରପଡା, ଜେନାପୁର, ଟିକରପଡା, ନୂଆସାହିରେ କୁମ୍ଭକାର ଭକ୍ତି ଓ ନିଷ୍ଠାର ସହ ରୁଦ୍ରପାଳ ଓ ରତ୍ନେଶ୍ବରୀଙ୍କ ପୂଜାର୍ଚ୍ଚନା କରିଥାନ୍ତି। କୁରାଳ ପୁରାଣରେ ବର୍ଣ୍ଣନା ଅନୁଯାୟୀ ସୃଷ୍ଟି ଆରମ୍ଭ ସମୟରେ ମାନବଗଣଙ୍କ ପାକ ପ୍ରସ୍ତୁତି ନିମନ୍ତେ ଭଗବାନ ବିଷ୍ଣୁ କୁମ୍ଭକାରଙ୍କୁ ସୃଷ୍ଟି କରିଥିଲେ। ସମସ୍ତ ହିନ୍ଦୁ ପୂଜାପାର୍ବଣରେ ମାଟି କଳସ ଅଗ୍ରପୂଜ୍ୟ ହୋଇଥିବାବେଳେ ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ କେବଳ ମାଟିହାଣ୍ଡିରେ ପ୍ରସ୍ତୁତ କୁଡୁଆରେ ମହାପ୍ରସାଦ ରନ୍ଧା ଯାଇଥାଏ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.