ETV Bharat / state

ପୁରୀରେ ବଢ଼ୁଛି କୋଭିଡ ସଂକ୍ରମଣ, ଅମାନିଆଙ୍କୁ ସାବାଡ଼ ପାଇଁ ସଜାଗ ପୋଲିସ - ପୁରୀ ଏସପି ଅଖିଳେଶ୍ବର ସିଂ

ଅନଲକ ପରେ ସଚେତନତା ଅଭାବରୁ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସଠିକ ଭାବେ ମାସ୍କ ପିନ୍ଧୁ ନଥିବା ବେଳେ ସାମାଜିକ ଦୂରତା, ହାତ ଧୋଇବା ନିୟମ ପାଳନ କରୁ ନାହାନ୍ତି । ତେବେ ପୁରୀ ସହର ତଥା ଜିଲ୍ଲାରେ ଅମାନିଆଙ୍କୁ ସାବାଡ଼ କରିବାକୁ ପୁରୀ ପୋଲିସ ପୁଣି ଅଣ୍ଟା ଭିଡିଛି ।

ପୁରୀରେ ବଢ଼ୁଛି କୋଭିଡ ସଂକ୍ରମଣ: ପୁଣି ଅମାନିଆଙ୍କୁ ସାବାଡ଼ ପାଇଁ ପୋଲିସ ପ୍ରସ୍ତୁତ

author img

By

Published : Sep 24, 2020, 10:22 AM IST

ପୁରୀ: ଜିଲ୍ଲାରେ ବୁଧବାର ଦିନ 219ଟି କୋଭିଡ ପଜିଟିଭ ମାମଲା ଆସିଛି । ଫଳରେ ପୁରୀରେ ବୁଧବାର ସୁଦ୍ଧା ମୋଟ ପଜିଟିଭ ସଂଖା 8871 ରହିଛି । ତେବେ ଗତ ଅଗଷ୍ଟ ମାସରୁ ପୁରୀ ଜିଲ୍ଲାରେ କୋଭିଡ ପଜିଟିଭ ସଂଖା ବଢି ଚାଲିଛି । ଯାହାକି ପ୍ରଶାସନର ଚିନ୍ତା ବଢିଛି । ବିଶେଷ କରି ଅନଲକ ପରେ ସଚେତନତା ଅଭାବରୁ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସଠିକ ଭାବେ ମାସ୍କ ପିନ୍ଧୁ ନଥିବା ବେଳେ ସାମାଜିକ ଦୂରତା, ହାତ ଧୋଇବା ନିୟମ ପାଳନ କରୁ ନାହାନ୍ତି । ତେବେ ପୁରୀ ସହର ତଥା ଜିଲ୍ଲାରେ ଅମାନିଆଙ୍କୁ ସାବାଡ଼ କରିବାକୁ ପୁରୀ ପୋଲିସ ପୁଣି ଅଣ୍ଟା ଭିଡିଛି ।

ପୁରୀରେ ବଢ଼ୁଛି କୋଭିଡ ସଂକ୍ରମଣ: ପୁଣି ଅମାନିଆଙ୍କୁ ସାବାଡ଼ ପାଇଁ ପୋଲିସ ପ୍ରସ୍ତୁତ

ପୁଣି ବିଭିନ୍ନ ଛକ ଓ ରାସ୍ତାରେ ମାସ୍କ ଚେକିଂ ଅଭିଯାନ ଜୋରଦାର ହେବ ବୋଲି ପୁରୀ ଏସପି ଅଖିଳେଶ୍ବର ସିଂ ସୂଚନା ଦେଇଛନ୍ତି । ଲୋକଙ୍କ ଭଲ ପାଇଁ ଏହି ମାସ୍କ ଚେକିଂ କାର୍ଯ୍ୟକ୍ରମ ଜୋରଦାର ପୁଣି ଚାଲିବ । ଅମାନିଆଙ୍କ ଠାରୁ ଫାଇନ ଆଦାୟ ମଧ୍ୟ ହେବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।

ସୂଚନାଥାଉକି, ବର୍ତ୍ତମାନ ସୁଦ୍ଧା 6993 ଜଣ ସୁସ୍ଥ ହୋଇ ସାରିଲେଣି । ମୋଟ ଆକ୍ଟିଭ କେସ ରହିଛି 1835 । ସେହିପରି କୋଭିଡରେ ପୁରୀ ଜିଲ୍ଲାରେ 40 ଜଣଙ୍କର ମୃତ୍ୟୁ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.