ETV Bharat / state

ପିପିଲିରୁ 50 ଲକ୍ଷ ଟଙ୍କା ଜବତ ମାମଲା: ପୋଲିସର ତଦନ୍ତ ଜାରି

author img

By

Published : Apr 7, 2021, 5:46 PM IST

ପିପିଲି ଟୋଲଗେଟ ନିକଟରେ ଗତ ୫ ତାରିଖରେ ଦୁଇଜଣ ଯୁବକଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ ହେବା ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଛି । ଏହି ଟଙ୍କା କେଉଁଠୁ ଆସୁଥିଲା ଓ ଏହା କାହା ପାଖକୁ ଯିବାର ଥିଲା ସେନେଇ ଛାନଭିନ କରୁଛି ପୋଲିସ । ଅଧିକ ପଢନ୍ତୁ...

ପିପିଲିରୁ 50 ଲକ୍ଷ ଟଙ୍କା ଜବତ ମାମଲା: ପୋଲିସର ତନାଘନା ତଦନ୍ତ

ପୁରୀ: ପିପିଲି ଟୋଲଗେଟ ନିକଟରେ ଗତ ୫ ତାରିଖରେ ଦୁଇଜଣ ଯୁବକଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ ହେବା ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଛି । ଏହି ଟଙ୍କା କେଉଁଠୁ ଆସୁଥିଲା ଓ ଏହା କାହା ପାଖକୁ ଯିବାର ଥିଲା ସେନେଇ ଛାନଭିନ କରୁଛି ପୋଲିସ । ଏହା ଏକ ସମ୍ୱେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ତଦନ୍ତ ନସରିବା ପର୍ଯ୍ୟନ୍ତ କାହା ନାଁ ପ୍ରକାଶ କରିବା ଉଚିତ୍ ହେବ ନାହିଁ ବୋଲି ପୁରୀ ଏସପି କହିଛନ୍ତି ।

ତେବେ ଆୟକର ବିଭାଗକୁ ଏନେଇ ଅବଗତ କରାଯାଇଥିବା ବେଳେ ନିର୍ବାଚନ ଏସଓପି ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସେପଟେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିବା ଏସପି କହିଛନ୍ତି । ବିଏସଏଫର ଏକ କମ୍ପାନୀ ମୂତୟନ କରାଯିବା ସହ ପୋଲିସ ପକ୍ଷରୁ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଏସପି କନଓ୍ୱର ବିଶାଳ ସିଂ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.