ETV Bharat / state

ଅବକାରୀ ବିଭାଗ ଇନ୍ସପେକ୍ଟରଙ୍କ ଚାଞ୍ଚଲ୍ୟକର ଚିଠି: ନିଶା ମାଫିଆଙ୍କ ଠାରୁ ମାସିକିଆ ବଟି ନେଉଛି ପୁରୀ ପୋଲିସ

author img

By

Published : Jun 6, 2022, 4:27 PM IST

ଅବକାରୀ କମିଶନରଙ୍କୁ ଅବକାରୀ ବିଭାଗର ଇନ୍ସପେକ୍ଟରଙ୍କ ଚାଞ୍ଚଲ୍ୟକର ଚିଠି । ପୁରୀ ଜିଲ୍ଲାରେ ନିଶା ବେପାରୀଙ୍କ ଠାରୁ ମାସିକିଆ ବଟି ନେଇ ପୋଲିସ ତାଙ୍କୁ ସୁରକ୍ଷା ଦେଇଥିବା ଉଲ୍ଲେଖ । ଅଧିକ ପଢନ୍ତୁ

ଅବକାରୀ ବିଭାଗ ଇନ୍ସପେକ୍ଟରଙ୍କ ଚାଞ୍ଚଲ୍ୟକର ଚିଠି: ବଟି ନେଇ ନିଶା ବେପାରିଙ୍କୁ ସୁରକ୍ଷା ଦେଉଛି ପୋଲିସ

ପୁରୀ: ଜିଲ୍ଲା ଅବକାରୀ ବିଭାଗରେ ହୁଲସ୍ତୁଲ । ମାସିକିଆ ଟଙ୍କା ନେଉଛି ପୁରୀ ପୋଲିସ । ଅବକାରୀ କମିଶନର୍‌ଙ୍କୁ ଏଭଳି ଚିଠି ଲେଖି ଗଣମାଧ୍ୟମ ଆଗରେ ଖୁଲମଖୁଲା ଅଭିଯୋଗ ଆଣିଛନ୍ତି ପୁରୀ ଅବକାରୀ ଇନ୍ସପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡା । ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଛନ୍ତି । ଯାହାଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି । ଏପ୍ରକାର ଚାଞ୍ଚଲ୍ୟ ସୃଷ୍ଟିକାରୀ ଚିଠି ଅବକାରୀ କମିଶନର୍‌ଙ୍କୁ ଜୁନ୍‌ ୪ ତାରିଖରେ ଲେଖିଛନ୍ତି ପୁରୀ ଜିଲ୍ଲାର ଅବକାରୀ ଇନ୍ସପେକ୍ଟର୍‌ ।

ଚିଠିଟି ଏବେ ଉଭୟ ଅବକାରୀ ବିଭାଗ ଓ ଓଡ଼ିଶା ପୋଲିସରେ ହଟଚମଟ ସୃଷ୍ଟି କଲାଣି । ଜିଲ୍ଲା ମୋବାଇଲ୍ ୟୁନିଟ୍‌ର ଇନ୍ସପେକ୍ଟର୍‌ ଇନ୍‌-ଚାର୍ଜ ଅଫିସ୍‌ରେ ଇନ୍ସପେକ୍ଟର୍‌ ଭାବେ କାମ କରୁଥିବା ସଞ୍ଜୟ କୁମାର ପଣ୍ଡା ଜୁନ୍‌ ୪ ତାରିଖରେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସେ ବିଭାଗର ଜଣେ ଦାୟିତ୍ବବାନ୍ ଅଧିକାରୀ ହିସାବରେ ଅଳ୍ପ କର୍ମଚାରୀ, ଅଳ୍ପ ଦରମା, ବିନା ଗାଡ଼ି, ବିନା କ୍ବାର୍ଟର୍ସରେ କାର୍ଯ୍ୟ କରିବା କଷ୍ଟକର ହେଉଛି ।

କଠିନ ପରିଶ୍ରମ, ସଚ୍ଚୋଟତା ପାଇଁ ଅବକାରୀ ବିଭାଗ କର୍ମଚାରୀଙ୍କୁ ପୁରସ୍କୃତ କରାଯିବା ଉଚିତ ବୋଲି ପଣ୍ଡା ଚିଠିରେ ଦର୍ଶାଇଛନ୍ତି । ସେହିପରି ପୋଲିସର କାର୍ଯ୍ୟଦକ୍ଷତା ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ନିଜ ବିଭାଗ ଓ ପୋଲିସ ବିରୁଦ୍ଧରେ ସତ ସାମ୍ନାକୁ ଆଣିଥିବାରୁ ତାଙ୍କ ବିରୁଦ୍ଧରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ହେଲେ ସେ ସାମ୍ନା କରିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ।

ଇଟିଭି ଭାରତ, ପୁରୀ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.