ETV Bharat / state

ପିପିଲି ଉପନିର୍ବାଚନ, ରାଜନୈତିକ ଦଳର ଘନଘନ ବୈଠକ

author img

By

Published : Sep 9, 2021, 8:18 AM IST

ପିପିଲି ଉପନିର୍ବାଚନ ନେଇ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳର କସରତ ଆରମ୍ଭ । ଭୋଟରଙ୍କୁ ମନାଇବା ପାଇଁ ଆରମ୍ଭ ହୋଇଯାଇଛି ରଣନୀତି । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ, ରାଜନୈତିକ ଦଳର ଘନ ଘନ ବୈଠକ

ପୁରୀ: ପିପିଲି ଉପନିର୍ବାଚନ ନେଇ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳର କସରତ ଆରମ୍ଭ । କଂଗ୍ରେସ ଦଳୀୟ କର୍ମୀ ଓ ବରିଷ୍ଠ ନେତାଙ୍କୁ ନେଇ ବୈଠକ କରି ଥିବାବେଳେ ଦଳ କିଭଳି ତୃଣମୂଳସ୍ତରରୁ ସୁଦୃଢ ହୋଇ ଲୋକଙ୍କ ସମର୍ଥନ ହାସଲ କରିବ ସେନେଇ ମାନସ ମନ୍ଥନ କରିଛି । ସେହିପରି ଶାସକ ବିଜେଡି ଓ ବିରୋଧୀ ବିଜେପି ଉପରେ ପ୍ରବଳ ବର୍ଷିଛି ।

ତେବେ ବିଜେଡି ଦୀର୍ଘ ବର୍ଷ ହେବ କ୍ଷମତାରେ ଥିଲେ ମଧ୍ୟ ପିପିଲି ନିର୍ବାଚନ ମଣ୍ଡଳୀର ଆଖି ଦୃଶିଆ ଉନ୍ନତି କାର୍ଯ୍ୟ କରିନାହିଁ । ଯାହା କିଛି ହୋଇଥିଲା କଂଗ୍ରେସ ସମୟରେ ହୋଇଥିଲା । ଏଣୁ ଭୋଟରମାନେ ଏଥର ସଠିକ ବିଚାର କରି କଂଗ୍ରେସକୁ ସମର୍ଥନ କରିବେ ବୋଲି କଂଗ୍ରେସ କହିଛି । ସେହିପରି କେନ୍ଦ୍ର ବିଜେପି ସରକାରଙ୍କ ଜନ ବିରୋଧୀ ନୀତି, ଦରଦାମ ବୃଦ୍ଧି ଯୋଗୁଁ ଲୋକେ ଅତିଷ୍ଠ ଥିବାରୁ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି କଂଗ୍ରେସ କହିଛି । ସେପଟେ ବିଜେପି କହିଛି ଯେ, କଂଗ୍ରେସ ଦୀର୍ଘ ସମୟ ଶାସନରେ ଥିବାବେଳେ ପିପିଲିର କୌଣସି ଆଖି ଦୃଶିଆ ଉନ୍ନତି ହୋଇ ନାହିଁ । ସେହିପରି ଗତ ଫୋନି ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସାହାଯ୍ୟରେ ଦୁର୍ନୀତି, ଆବାସ ଯୋଜନାରେ ଦୁର୍ନୀତି ଏବଂ ବିଭିନ୍ନ ଅବହେଳାକୁ ନେଇ ପିପିଲିବାସୀ ବିଜେଡ଼ି ଓ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ବିଜେପିକୁ ବିପୁଳ ଭୋଟରେ ଜିତାଇବେ ବୋଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି ।

ସେପଟେ ପିପିଲି ଗଡ଼କୁ ବଜାୟ ରଖିବା ପାଇଁ ବିଜେଡିର ରଣକୌଶଳ ଅନୁଷ୍ଠିତ ହୋଇଛି । ବିଭିନ୍ନ ଅଞ୍ଚଳର କର୍ମୀଙ୍କୁ ନେଇ ବିଜେଡି ଭୋଟରଙ୍କୁ ନବୀନ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କିତ ତଥ୍ୟ ପହଞ୍ଚାଇବା ଏବଂ ଦଳ କିପରି ନିର୍ବାଚନ ଜିତିବ ସେନେଇ ପ୍ରସ୍ତୁତି ଚଳାଇଛି । ସେହିପରି ପିପିଲିକୁ ବିଜେଡିର ଅବହେଳା ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ମତ ରଖିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ବିରୋଧି ଅଯଥା କେବଳ ପ୍ରସଙ୍ଗ ତିଆରି କରି ଯେତେ ବିଜେଡି ସରକାରଙ୍କୁ ସମାଲୋଚନା କଲେ ବି ପିପିଲି ଭୋଟର ବିଜେଡିକୁ ଜିତାଇବେ ବୋଲି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.