ETV Bharat / state

ପିପିଲି ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 30, 2021, 4:16 PM IST

Updated : Mar 30, 2021, 5:35 PM IST

ପିପିଲି ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲା କଂଗ୍ରେସ

ପୁରୀ: ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦଳୀୟ ପ୍ରାର୍ଥୀ ଅଜିତ ମଙ୍ଗରାଜ ବିଶାଳ ଶୋଭାଯାତ୍ରାରେ ବାହାରି ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ଏହି ନିର୍ବାଚନ ମଣ୍ଡଳୀରେ ରହିଥିବା ଅନେକ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ପିପିଲି ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଜିତ ପୁଣିଥରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏଥର ପିପିଲି ନିର୍ବାଚନ ମଣ୍ଡଳୀର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ପୂର୍ବରୁ ଏହା କଂଗ୍ରେସର ଦୁର୍ଗ ଥିଲା । ବ୍ୟାପକ ଦୁର୍ନୀତିକୁ ନେଇ ଉଭୟ ବିଜେଡି ଓ ବିଜେପି ଉପରୁ ଲୋକଙ୍କ ଆସ୍ଥା ତୁଟିଯାଇଛି । ରାଜଧାନୀ ଉପକଣ୍ଠରେ ଥିଲେ ମଧ୍ୟ ଏହି ନିର୍ବାଚନମଣ୍ଡଳୀର ଅନେକ ସମସ୍ୟା ରହିଛି । ତୃଣମୂଳ ସ୍ତରରେ ଦଳ ନିଜ ସଂଗଠନକୁ ମଜବୁତ କରିଛି । ତ୍ରିକୋଣୀୟ ପ୍ରତିଦ୍ବନ୍ଦ୍ବୀତା ହେଉଥିଲେ ମଧ୍ୟ ଲୋକେ ପରିବର୍ତ୍ତନ ସପକ୍ଷରେ ମତଦାନ କରି କଂଗ୍ରେସକୁ ଜୟଯୁକ୍ତ କରାଇବେ ବୋଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କହିଛନ୍ତି ।

ସେ ଏକ ଶୋଭାଯାତ୍ରା କରି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଶୋଭାଯାତ୍ରାରେ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମିଲ ହୋଇଥିଲେ । ଏକ ବଡ ଶୋଭାଯାତ୍ରା କରି ଅଜିତ ମଙ୍ଗରାଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ସୂଚନା ଥାଉ କି ଏହି ଉପନିର୍ବାଚନ ପାଇଁ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ସିପିଆଇରୁ କୃଷକ ନେତା ଅଶୋକ ପ୍ରଧାନ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲି ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 30, 2021, 5:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.