ETV Bharat / state

ପିପିଲି ଫାଇଟ୍: କଣ ରହିଛି ଭୋଟରଙ୍କ ମୁଡ୍, କାହାକୁ ବାଛିବେ ଜନତା ?

ପିପିଲି ଫାଇଟ୍ ପାଇଁ ଆରମ୍ଭ ହୋଇଯାଇଛି ଘମାସାନ୍ ଲଢେଇ । ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଅଭିଯାନ ଜୋରଦାର କରିଥିବାବେଳେ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି । ତେବେ କଣ ରହିଛି ପିପିଲି ଭୋଟରଙ୍କ ମୁଡ୍ ? କାହାର ହେବ ଜିତାପଟ ? ଦେଖନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ରିପୋର୍ଟ...

ମହାରଥି ଗଡରେ ମହାରଥି କିଏ
ମହାରଥି ଗଡରେ ମହାରଥି କିଏ
author img

By

Published : Apr 2, 2021, 9:56 PM IST

Updated : Apr 3, 2021, 4:23 PM IST

ପୁରୀ: ପିପିଲି ଉପନିର୍ବାଚନ ନେଇ ବିଗୁଲ ବାଜି ସାରିଛି । ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଅଭିଯାନ ଜୋରଦାର କରିଥିବା ବେଳେ ଡୋର ଟୁ ଡୋର କ୍ୟାମ୍ପେନିଂ ସମେତ ବାଇକ ରାଲି, ସଭା ସମିତି ମଧ୍ୟ ଅନୁଷ୍ଠିତ ହେଉଛି । ଭୋଟରମାନେ ତାଙ୍କୁ ଭୋଟ ଦେଲେ ଅଞ୍ଚଳର ବିକାଶ ହେବ ବୋଲି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଭୋଟରଙ୍କୁ ବୁଝାଉଛନ୍ତି । ତେବେ ପ୍ରକୃତ ଭୋଟରଙ୍କ କ’ଣ ସମସ୍ୟା ରହିଛି ଏବଂ ସେମାନେ କିଭଳି ପ୍ରାର୍ଥୀଙ୍କୁ ଜିତାଇବାକୁ ଚାହୁଁଛନ୍ତି ସେ ନେଇ ଇଟିଭି ଭାରତ ଟିମ, ଗ୍ରାଉଣ୍ଡରେ ପହଞ୍ଚି, ପିପିଲିର ଜସୁଆପୁର, ବିର ପୁରୁଷୋତ୍ତମ ପୁର ଓ ରୂପଦେଇପୁର ପଞ୍ଚାୟତକୁ ଯାଇ ଭୋଟରଙ୍କ ମତାମତ ନେଇଛି ।

ପିପିଲି ଫାଇଟ୍: କଣ ରହିଛି ଭୋଟରଙ୍କ ମୁଡ୍, କାହାକୁ ବାଛିବେ ଜନତା

ତେବେ ଲୋକଙ୍କ କହିବା କଥା ଚାଷ ପାଇଁ ଜଳସେଚନ, ବ୍ୟବହାର ପାଇଁ ପାନୀୟ ଜଳ, ବିଦ୍ୟୁତ ଓ ରାସ୍ତା ଘାଟ ସମସ୍ୟା ଏବେ ବି ଗ୍ରାମାଞ୍ଚଳରେ ରହିଛି । ପିପିଲି ବ୍ଲକର ବିର ପୁରୁଷୋତ୍ତମପୁର, ଜସୁଆପୁର, ରୂପଦେଇପୁର ଅଞ୍ଚଳରେ ଦେଇଯାଇଥିବା ଶୁକଳ କେନାଲରେ ଠିକ ଭାବେ ପାଣି ଆସୁ ନଥିବା ହେତୁ ଚାଷୀମାନେ କେବଳ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କରୁଛନ୍ତି । କେନାଲ ମରାମତି ନହେବା ହେତୁ ପାଣି ଜମିକୁ ଆସିପାରୁ ନାହିଁ । ଫଳରେ ଚାଷୀ ପନି ପରିବା ଚାଷ କରିପାରୁ ନାହାଁନ୍ତି । ସେହିପରି ଗ୍ରାମଞ୍ଚଳରେ ଏବେବି ରାସ୍ତା ଠିକ ଭାବେ କାମ ହୋଇନାହିଁ । ଲୋକ ସଂଖ୍ୟା ଅନୁପାତରେ ପାନୀୟ ଜଳ ବ୍ୟବହାର ପାଇଁ ଟ୍ୟୁବ ବେଲ ନାହିଁ । ଅନେକ ଲୋକ ସରକାରଙ୍କ ପକ୍ଷରୁ ପକ୍କାଘର ପାଇପାରି ନାହାଁନ୍ତି । ଏଣୁ, ଏହିସବୁ ସମସ୍ୟା ସମାଧାନ ନେଇ ସେମାନେ ପ୍ରାର୍ଥୀଙ୍କୁ ଅବଗତ କରାଇବା ସହ ଯେଉଁ ପ୍ରାର୍ଥୀ ଉପରେ ଏନେଇ ଭରସା ହେବ ତାକୁ ଭୋଟ ଦେବେ ବୋଲି ଭୋଟର କହିଛନ୍ତି ।

ଅଗାମୀ ଏପ୍ରିଲ 17 ତାରିଖରେ ପିପିଲି ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେବ । ସୂଚନା ଅନୁଯାୟୀ ପିପିଲି ନିର୍ବାଚନ ମଣ୍ଡଳୀର ମୋଟ ଭୋଟରଙ୍କ ସଂଖ୍ୟା 2ଲକ୍ଷ 29ହଜାର 583 । ସେଥିମଧ୍ୟରୁ ପୁରୁଷ ଭୋଟର ହେଉଛନ୍ତି 1ଲକ୍ଷ 19 ହଜାର 20 ଏବଂ ମହିଳା ଭୋଟରଙ୍କ ସଂଖା 1 ଲକ୍ଷ 10 ହଜାର 561 ଏବଂ ଅନ୍ୟାନ୍ୟ ରହିଛନ୍ତି 2 ଜଣ । ପିପିଲି ଓ ଡେଲଙ୍ଗ ଅଞ୍ଚଳକୁ ନେଇ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା 110 ନମ୍ବର ବିଧାନସଭା ଆସନ ।

ତେବେ ଗତ 2000 ମସିହାରୁ ବିଜେଡି ଏହି ଆସନରେ ଜିତି ଆସୁଥିବା ବେଳେ ଗତ 2019 ନିର୍ବାଚନରେ ମଧ୍ୟ ବିଜେଡିରୁ ପ୍ରଦୀପ ମହାରଥୀ ଜିତିଥିଲେ । ତେବେ ଗତ 2020 ଅକ୍ଟୋବର 4 ପ୍ରଦୀପ ମହରଥୀଙ୍କ ଦେହାନ୍ତ ପରେ ପୁଣି ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ତେବେ ଏଥର ସ୍ବର୍ଗତ ପ୍ରଦୀପଙ୍କ ଜାଗାରେ ତାଙ୍କ ପୁଅ ରୁଦ୍ର ମହାରଥୀ ନିର୍ବାଚନ ଲଢୁଥିବା ବେଳେ ଏଥର ପିପିଲି ନିର୍ବାଚନ ମଣ୍ଡଳୀବାସୀ ବିଜେଡିକୁ ଜିତାଇବେ ନା ଅନ୍ୟ କାହାକୁ ଜିତାଇବେ ସେ ନେଇ ନାନା ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ତେବେ ଗ୍ରାମାଞ୍ଚଳ ବିଭିନ୍ନ ସମସ୍ୟାକୁ ନେଇ ଭୋଟର ଅସନ୍ତୁଷ୍ଟ ଥିବା ବେଳେ ଏଥର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।

କୁହାଯାଏ ଯେ, ପିପିଲିରେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଲୋକପ୍ରିୟତା ଯୋଗୁଁ ସେ ଗତ ଦୁଇ ଦଶନ୍ଧି ହେଲା ନିର୍ବାଚନ ଜିତି ଆସୁଥିଲେ । ତେବେ ପ୍ରଦୀପଙ୍କ ଦେହାନ୍ତ ପରେ ଭୋଟରଙ୍କ ମୁଡ କ’ଣ ରହୁଛି ଓ କେଉଁ ପ୍ରାର୍ଥୀ ମୁଣ୍ଡରେ ଭୋଟର ସୁନା କଳସ ଢାଳୁଛନ୍ତି ସେ ନେଇ ସମସ୍ତଙ୍କର ଏବେ ନିର୍ବାଚନ ଫଳାଫଳକୁ ଅପେକ୍ଷା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 3, 2021, 4:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.