ETV Bharat / state

ନ୍ୟାୟ ପ୍ରଦାନ ଦାବିରେ ପୁରୀରେ ଧାରଣା ଦେଲେ ନିଖୋଜ ପିହୁର ମା - ପିହୁର ମାଆଙ୍କ ଧାରଣା

କିନ୍ତୁ ଶ୍ରୀମନ୍ଦିର ଯିବା ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ପୁରୀ ପୋଲିସ ପିହୁ ମାଆକୁ ଅଟକ ରଖିଥିଲା। ଶ୍ରୀ ମନ୍ଦିର ଯାଏ ଯିବାକୁ ଅନୁମତି ଦେଇ ନଥିଲା। ଫଳରେ ପିହୁ ର ମା ପୁଲିସର ଗୋଡ଼ ତଳେ ପଡି ଶ୍ରୀମନ୍ଦିର ଯିବାକୁ ନେହୁରା ହୋଇଥିଲେ। ହେଲେ ପୋଲିସ ଛାଡି ନଥିଲା। ଅଧିକ ପଢନ୍ତୁ

ପିହୁର ମା
ପିହୁର ମା
author img

By

Published : Dec 27, 2022, 10:05 AM IST

ପୁରୀ: ନ୍ୟାୟ ପ୍ରଦାନ ଦାବିରେ ପୁରୀରେ ଧାରଣାରେ ବସିଲେ ନିଖୋଜ ପିହୁର ମା । ପୁରୀରେ ସୋମବାର ବିଜେଡିର 25ତମ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା । ତେବେ ଯାଜପୁର ବିଞ୍ଝାରପୁରର କୁନି ଝିଅ ପିହୁ ନିଖୋଜ ଘଟଣାରେ ରାଜ୍ୟ ସରକାର ନ୍ୟାୟ ପ୍ରଦାନ କରିନଥିବାରୁ ନିଖୋଜ ଶିଶୁ କନ୍ୟା ପିହୁର ମା ମୋନାଲିସା ନାୟକ ଆଜି ପୁରୀ ଆସି ମହାପ୍ରଭୁଙ୍କ ନିକଟରେ ଦୀପଦାନ କରି ମୁଖ୍ୟମନ୍ତ୍ରୀଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

କିନ୍ତୁ ଶ୍ରୀମନ୍ଦିର ଯିବା ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ପୁରୀ ପୋଲିସ ପିହୁ ମା କୁ ଅଟକ ରଖିଥିଲା । ଶ୍ରୀମନ୍ଦିର ଯାଏଁ ଯିବାକୁ ଅନୁମତି ଦେଇ ନଥିଲା । ଫଳରେ ପିହୁର ମା ପୋଲିସର ଗୋଡ଼ ତଳେ ପଡି ଶ୍ରୀମନ୍ଦିର ଯିବାକୁ ନେହୁରା ହୋଇଥିଲେ ସୁଦ୍ଧା ପୋଲିସ ତାଙ୍କୁ ଛାଡ଼ି ନଥିଲା ।

ଯାହାକୁ ନେଇ ପିହୁଙ୍କ ମାଆ ଗୁଣ୍ଡିଚା ମନ୍ଦିର ଆଗରେ କାନ୍ଦିକାନ୍ଦି ଧାରଣା ଦେଇଥିଲେ । ରାଜ୍ୟ ସରକାର ମହିଳାଙ୍କୁ ନ୍ୟାୟ ଦେଉଥିବା କଥା ପ୍ରଚାର କରୁଥିବା ବେଳେ ତାଙ୍କୁ କାହିଁକି ରାଜ୍ୟ ସରକାର ନ୍ୟାୟ ଦେଉ ନାହାଁନ୍ତି ବୋଲି ପିହୁଙ୍କ ମାଆ ପ୍ରଶ୍ନ କରିଛନ୍ତି । ପୁରୀ ପୋଲିସ ପିହୁ ମାଆ ଓ ତାଙ୍କ ପରିବାର ଲୋକଙ୍କୁ ଅଟକ ରଖିବା ପରେ ଛାଡି ଦେଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.