ପୁରୀ: ରଥ ନିର୍ମାଣ ପାଇଁ ଫାଶି କାଠ ଦାନ କଲେ ଅନେକ ଦାତା (Phasi Wood for Lord Jagannath's Chariot) । ଏଥିଲାଗି ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାରାଜା ଗଜପତିଙ୍କ ଉପସ୍ଥିତିରେ ପ୍ରାୟ ୮୭ ଜଣ ଦାତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ନୀଳାଦ୍ରି ଭକ୍ତ ନିବାସ ଠାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ୨୦୨୦, ୨୦୨୧, ୨୦୨୨ ବର୍ଷ ପାଇଁ ସମୁଦାୟ ୮୭ ଜଣ ଦାତାଙ୍କୁ ସମ୍ମାନିତ କରାଯାଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ବୃନ୍ଦ ଏବଂ ପିସିସିଏଫ, ବନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ଏହା ବି ପଢନ୍ତୁ- ସରିଲା ଧନୁଯାତ୍ରା, ଶ୍ରୀଜଗନ୍ନାଥ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶରଣରେ କଂସ ମହାରାଜା

ସମସ୍ତ ଦାତାଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ, ଧ୍ଵଜା, ମହାପ୍ରସାଦ ତଥା ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ବନ ବିଭାଗ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ରଥ ନିର୍ମାଣ ପାଇଁ ଫାଶୀ କାଠ ଦାନ କରି ମହାପ୍ରଭୁଙ୍କ ସେବା ଲାଭ ପାଇଁ ସମସ୍ତ ଦାତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଏହା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବେ ଵୋଲି ଗଜପତି ମହାରାଜା ଆଶା ପ୍ରକାଶ କରିଥିଲେ। ସେହିପରି ସମସ୍ତ ଦାତାଙ୍କୁ ମୁଖ୍ୟ ପ୍ରଶାସକ ସାଧୁବାଦ ଜଣାଇଥିଲେ।
ଇଟିଭି ଭାରତ, ପୁରୀ