ETV Bharat / state

କୋରୋନା ପାଇଁ ଫିକା ପଡିଲା ମହାବିଷୁବ ସଂକ୍ରାନ୍ତି

author img

By

Published : Apr 13, 2020, 12:02 PM IST

କୋରୋନା ପାଇଁ ଫିକା ପଡିଲା ମହାବିଷୁବ ସଂକ୍ରାନ୍ତି । ମନ୍ଦିର ବାହାରୁ ଠାକୁରଙ୍କୁ ଦର୍ଶନ କଲେ ପୁରୀବାସିନ୍ଦା । ଅଧିକ ପଢନ୍ତୁ.....

people of puri can not celebrate maha bishuba sankranti due to corona
କୋରୋନା ପାଇଁ ଫିକା ପଡିଲା ମହାବିଷୁବ ସଂକ୍ରାନ୍ତି

ପୁରୀ: ଆଜି (ସୋମବାର) ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ପଞ୍ଜିକାରେ ପ୍ରଥମ ସଂକ୍ରାନ୍ତି । ଏହାକୁ ଓଡ଼ିଆ ନବ ବର୍ଷ ଭାବେ ମଧ୍ୟ ପାଳନ କରାଯାଏ । ପ୍ରତେକ ଓଡ଼ିଆ ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ଠାକୁରଙ୍କ ଆଶୀର୍ବାଦ ନେଇ ଥାନ୍ତି । ସେହିପରି ଆଜି ମଧ୍ୟ ମହାବୀର ଜୟନ୍ତୀ ଭାବେ ପାଳନ କରାଯାଏ । ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରାଯାଏ । ହେଲେ କୋରୋନା କଟକଣା ଯୋଗୁଁ ଫିକା ପଡିଛି ପଣା ସଂକ୍ରାନ୍ତି । ସିଦ୍ଧମହାବୀର ଓ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରରେ ଥିବା ହନୁମାନ ମନ୍ଦିରକୁ ଯିବା ପାଇଁ ବାରଣ କରାଯାଇଛି ।

କେଵଳ ପରମ୍ପରା ଅନୁଯାୟୀ ପୂଜକ ଓ ସେବକମାନେ ଭୋଗ ଲଗାଇ ପୂଜାର୍ଚ୍ଚନା କରିଛନ୍ତି । କିଛି ପୁରୀ ବାସିନ୍ଦା ମଧ୍ୟ ଦକ୍ଷିଣ ଦ୍ବାରା ହନୁମାନ ମନ୍ଦିର ଯାଇ ଦୂରରୁ ମହାବୀରଙ୍କୁ ଦର୍ଶନ କରିଛନ୍ତି । କେରୋନାକୁ ନାଶ କରି ବିଶ୍ବବାସୀଙ୍କୁ ରକ୍ଷା ପାଇଁ ଭକ୍ତ ମାନେ ମହାବୀରଙ୍କୁ ପ୍ରାର୍ଥନା କରିଛନ୍ତି । ଅନ୍ୟପଟେ ପୋଲିସ ପକ୍ଷରୁ ସାମାଜିକ ଦୂରତ୍ବ ବଜାୟ ରଖି ଠାକୁରଙ୍କୁ ଦର୍ଶନ ପାଇଁ କୁହାଯାଉଛି । ମନ୍ଦିର ଭିତରକୁ କାହାରିକୁ ନ ଛଡା ଯାଇ ବାହାରେ ଭକ୍ତମାନେ ଦର୍ଶନ କରୁଛନ୍ତି । ତେବେ ପୁରୀରେ କୋରୋନା କଟକଣା ଭିତରେ କିଭଳି ମହାବିଷୁବ ସଂକ୍ରାନ୍ତି ପାଳନ ହେଉଛି ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ ରିପୋର୍ଟର ଶକ୍ତି ପ୍ରସାଦ ମିଶ୍ର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.