ETV Bharat / state

ଦୂଷିତ ଜଳ ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ଲୋକେ, ସ୍ଥିତି ପରଖିଲେ ପୁରୀ ଜିଲ୍ଲାପାଳ

ଜନସ୍ବାସ୍ଥ୍ୟ ବିଭାଗର ଦାୟିତ୍ବ ହିନତା ପୁଣିଥରେ ପଦାରେ । ପାଣି ପାଇପ ଫାଟି ଯିବାରୁ ଦୂଷିତ ଜଳ ପାଣି ପାଇପରେ ମିଶୁଛି । ଯାହାକୁ ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ଲୋକେ । ଅଧିକ ପଢନ୍ତୁ

author img

By

Published : Dec 14, 2022, 10:27 AM IST

ଦୂଷିତ ଜଳ ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ଲୋକେ , ସ୍ଥିତି ପରଖିଲେ ଜିଲ୍ଲାପାଳ

ପୁରୀ: ସହରରେ ଜନସ୍ବାସ୍ଥ୍ୟ ବିଭାଗର ଦାୟିତ୍ବ ହୀନତା ପୁଣିଥରେ ପଦାରେ ପଡିଛି । ପାନୀୟ ଜଳ ଯୋଗାଣ ପାଇଁ ଯାଇଥିବା ପାଣି ପାଇପ୍ ସ୍ଥାନ ଗୁଡିକରେ ନିର୍ମାଣ କାମ ବେଳେ ଉପସ୍ଥିତ ରହୁନାହାନ୍ତି ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ । ଫଳରେ ଅନେକ ସମୟରେ ପାଣି ପାଇପ ଫାଟି ଯିବାରୁ ଆବର୍ଜନା ଜଳ ପାଣି ପାଇପରେ ମିଶୁଛି । ଯାହାଦ୍ବାରା ଦୂଷିତ ପାଣି ପିଇ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହେଉଛନ୍ତି ସହରବାସୀ ।

ତେବେ ଆଜି ଏହି ଘଟଣାର ପୁନରାବୃତ୍ତି ଘଟିଛି । ଶ୍ରୀମନ୍ଦିର ନିକଟ ଗାଣ୍ଡୁଆ ଚଉରା ଛକରେ ନିର୍ମାଣ କାର୍ଯ୍ୟ ବେଳେ ପାଣି ପାଇପ୍ ଫାଟି ଯିବାରୁ ନର୍ଦ୍ଦମା ପାଣି ମିଶିଛି । ଏନେଇ ବାସେଳୀ ସାହି, ପାଣିକାତ ଓ ଗୋଛିକାର ସାହିରେ ଘରେ ଘରେ ବ୍ୟାପିଛି ଝାଡ଼ାବାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଶ୍ରମିକ ମାନଙ୍କର ଅସାବଧାନତା ଯୋଗୁଁ ପାଣି ପାଇପ ଫାଟି ଯାଇଥିବା ଅଭିଯୋଗ ହୋଇଛି । ବାସେଳୀ ସାହିର ଏହି ତିନୋଟି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ ବୋଲି ଦାବି କରିଛନ୍ତି ଆକ୍ରାନ୍ତ ହୋଇଥିବା ବ୍ୟକ୍ତି।

ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୟରେ ପାଣି ପାଇପ କିଭଳି ସୁରକ୍ଷିତ ରହିବ ସେ ଦିଗରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଧ୍ୟାନ ରଖିବା ଆବଶ୍ୟକ ବୋଲି ଦାବି ହୋଇଛି । ତେବେ ବାସେଳୀ ସାହିରେ ଝାଡ଼ାବାନ୍ତି ବ୍ୟାପି ଅନେକ ଲୋକ ଆକ୍ରାନ୍ତ ହେବା ଘଟଣା ପ୍ରଶାସନର ନଜରକୁ ଆସିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ନିଜେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆକ୍ରାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ଟିମ୍ ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରି ମେଡିସିନ ପ୍ରଦାନ କରିଛନ୍ତି। ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳରେ ଥିବା ସମସ୍ତ ପାଣିଟାଙ୍କିକୁ ବିଶୋଧନ କରାଯିବା ସହ ସ୍ଥାନୀୟ ଅଞ୍ଚଳରେ ବ୍ଲିଚିଙ୍ଗ ପାଉଡର ପକାଯାଇ ସଫା ସୁତୁରା କରାଯାଇଛି ।

ଅନ୍ୟପଟେ ପୁରୀ ସହରରେ ପାନୀୟ ଜଳ ଯୋଗାଣ ହେଉଥିବା ଅନେକ ସ୍ଥାନରେ ପାଇପ୍ ଗୁଡିକରେ କଳଙ୍କି ଲାଗି ନଷ୍ଟ ହେଉଛି । ଡ୍ରେନ୍ ଭିତରେ ମଧ୍ୟ ଅଧିକାଂଶ ପାଣି ପାଇପ ରହିଛି । ତେଣୁ ତୁରନ୍ତ ଏହି ପୁରୁଣା ପାଇପ୍ ବଦଳାଯାଇ ନୂଆ ପାଇପ୍ ଲଗାଯିବା ସହ ପାଣି ନ ଯୋଗାଇ ଦିଆଗଲେ ଆଗାମୀ ଦିନରେ ପୁରୀ ସହରରେ ବ୍ୟାପକ ମାତ୍ରାରେ ଝାଡ଼ାବାନ୍ତି ଓ ଜଣ୍ଡିସ ବ୍ୟାପିବାର ଆଶଙ୍କା ରହିଥିବା ନେଇ ଜଣାପଡିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.