ETV Bharat / state

ବିଜେଡି ବିଧାୟକ ସୌମ୍ୟଙ୍କ କଂଗ୍ରେସ ଫେରିବା ନେଇ ଚର୍ଚ୍ଚା, ପିସିସି ସଭାପତିଙ୍କ ସମର୍ଥନ - ସୌମ୍ୟଙ୍କ ସମ୍ପାଦକୀୟ

5T ସଚିବଙ୍କ ବିରୋଧରେ ସମ୍ପାଦକୀୟ ଲେଖିବା ପରେ ଦଳୀୟ ବିଧାୟକଙ୍କ ବିରୋଧରେ ଶିକାର ମଧ୍ୟରେ ସୌମ୍ୟଙ୍କ ଘରବାହୁଡ଼ା ନେଇ ଚର୍ଚ୍ଚା । ପରୋକ୍ଷରେ ସମର୍ଥନ କଲେ ପିସିସି ସଭାପତି । ଅଧିକ ପଢନ୍ତୁ

come back of Soumya Ranjan Patnaik to Congress

author img

By ETV Bharat Odisha Team

Published : Sep 9, 2023, 10:55 PM IST

ବିଜେଡି ବିଧାୟକ ସୌମ୍ୟଙ୍କ କଂଗ୍ରେସ ଫେରିବା ନେଇ ଚର୍ଚ୍ଚା, ପିସିସି ସଭାପତିଙ୍କ ସମର୍ଥନ

ପୁରୀ: ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ନେଇ ବିଜେଡି ଏବେ ଅଡ଼ୁଆରେ । 5ଟି ସଚିବଙ୍କ କାର୍ଯ୍ୟଶୈଳୀକୁ ନେଇ ନିଜ ଖବର କାଗଜରେ ସୌମ୍ୟ ସଂପାଦକୀୟ ଲେଖି ପରୋକ୍ଷରେ ସମାଲୋଚନା ପରେ ସୌମ୍ୟଙ୍କୁ ନିଜ ଦଳ ବିଜେଡିର ବିଧାୟକମାନେ ସମାଲୋଚନା କରିଛନ୍ତି । ଏଣେ ସୌମ୍ୟ ଏବେ କଂଗ୍ରେସକୁ ପୁଣି ଫେରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ସେପଟେ ସୌମ୍ୟଙ୍କୁ କଂଗ୍ରେସରେ ସାମିଲ ନେଇ କୌଣସି ଅସୁବିଧା ନ ଥିବା ପରୋକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ସୌମ୍ୟ କଂଗ୍ରେସରେ ମିଶିଲେ କଂଗ୍ରେସ ଏହାକୁ ଗ୍ରହଣ କରିବ କି ପ୍ରଶ୍ନର ଉତ୍ତର ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି, "କଂଗ୍ରେସର ନେତା ଓ କର୍ମୀ ମିଶିବାକୁ ଚାହିଁଲେ ଏହାକୁ ସମୀକ୍ଷା କରାଯିବ। ତେବେ କଂଗ୍ରେସର ନେତା ଓ କର୍ମୀ ଅନ୍ୟ ଘରେ କେତେଦିନ ଆଉ ଘର ଭଡ଼ା ଦେଇ ରହିବେ । ଏଣୁ କଂଗ୍ରେସର ନେତା ଓ କର୍ମୀ ଘରକୁ ଆସିବାକୁ ଚାହିଁଲେ ସେ ନେଇ ବ୍ୟବସ୍ଥା ହେବ ।" ଏଣୁ ସୌମ୍ୟଙ୍କୁ କଂଗ୍ରେସରେ ସାମିଲ ନେଇ କୌଣସି ଅସୁବିଧା ନ ଥିବା ପରୋକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ଏହା ବି ପଢନ୍ତୁ- ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ, ଦଳ ଛାଡ଼ିବିନି: ସୌମ୍ୟ

ସେ ଆହୁରି କହିଛନ୍ତି, " ବିଜେଡି ଆଉ କିଛି ଦିନ ପରେ ଭାଗ ଭାଗ ହୋଇଯିବ। କଂଗ୍ରେସ ଦଳ ଏକାଠି ରହିଛି। ବିଜେଡି ସରକାରକୁ ଶାସନ ପାଇଁ ବିଜେଡି ଓଡ଼ିଶାରୁ ସମାପ୍ତ ହୋଇଯିବ। 5ଟି ସଚିବଙ୍କ କାର୍ଯ୍ୟଶୈଳୀ ଉପରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ସମ୍ପୂର୍ଣ୍ଣ ସତ୍ୟ । ଏହାକୁ କେହି ବି ଅସ୍ବୀକାର କରିପାରିବେ ନାହିଁ । ଗରିବ ଲୋକ ଟିକସ ଅର୍ଥରେ 5ଟି ସଚିବ 500କୋଟି ଖର୍ଚ୍ଚ କରି ହେଲିକପ୍ଟର ବୁଲିବା ଅତି ଦୁଃଖର ବିଷୟ । ଚନ୍ଦ୍ରଯାନ ପାଇଁ ବୈଜ୍ଞାନିକମାନେ 600କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ 5ଟି ସଚିବ ହେଲିକପ୍ଟରରେ 500କୋଟି ଖର୍ଚ୍ଚ କରିବା କେତେ ଯୁକ୍ତି ଯୁକ୍ତ ?"

ମହିଳାଙ୍କ ସମ୍ମାନ ନାରା ଦେଉଥିବା ବିଜେଡି ସରକାର ମଣିପୁରରେ ମହିଳାଙ୍କ ଉପରେ ଅତ୍ୟାଚାର ଉପରେ ମୁହଁ ନ ଖୋଲିବା ବିଜେଡି ସରକାରର ମହିଳାଙ୍କୁ କେତେ ସମ୍ମାନ ଦେଉଚି ତାହା ସ୍ପଷ୍ଟ ହୋଇଯାଇଥିବା ପିସିସି ସଭାପତି କହିଛନ୍ତି । ଓଡ଼ିଶା ପୂର୍ବରୁ କୃଷି, ବାଣିଜ୍ୟ ପାଇଁ ପ୍ରସିଦ୍ଧ ଥିଲା । ହେଲେ ଏ ନବୀନ ସରକାର 25ବର୍ଷରେ ଓଡ଼ିଶାକୁ ଦାରିଦ୍ର୍ୟ ରାଜ୍ୟରେ ପରିଣତ କରିଛି । ଏଣୁ ଏହାର ଜବାବ ଓଡ଼ିଶାବାସୀ ଆଗାମୀ ନିର୍ବାଚନରେ ଦେବେ । ନବୀନ ସରକାରକୁ ଓଡ଼ିଶାବାସୀ ବରଖାସ୍ତ କରିବେ ବୋଲି ପିସିସି ସଭାପତି କହିଛନ୍ତି।

ତେବେ ଆସନ୍ତା ସେପ୍ଟେମ୍ବର 25ରୁ ଅକ୍ଟୋବର 15 ଯାଏଁ ରାଜ୍ୟର ସବୁ ପଞ୍ଚାୟତରେ କଂଗ୍ରେସ ଦଳ ଏକ ଅଭିଯାନ ଚଳାଇବ । ବିଜେଡି ସରକାରର ବିଫଳତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ଅଭିଯାନ କରାଯିବ । ସେପଟେ କଂଗ୍ରେସରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେବା ଚର୍ଚ୍ଚା ଉପରେ ମତ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, " ସୌମ୍ୟଙ୍କୁ ସେ ଭଲ ଭାବରେ ଜାଣନ୍ତି । ସେ ଜଣେ ଅତି ସ୍ବାଭିମାନୀ ଏବଂ ସ୍ଵାଧୀନ ଚେତା ବ୍ୟକ୍ତି । ସେ ଅନ୍ୟାୟ ଅନୀତି ବିରୋଧରେ ସ୍ବର ଉତ୍ତୋଳନ କରେ । ଏଣୁ ବିଜେଡି ଦଳ ରେ ଯାହା ଚାଲିଛି, ଦଳ ପାଇଁ ତାହା କେତେ ହିତକର ସେ ସାମ୍ବାଦିକ ହିସାବରେ ସେ ସଂମ୍ପାଦକୀୟ ଲେଖିଥିଲେ ।"

ତେବେ ଯଦି ଦଳ ଭାବୁଛି ସେ କିଛି ଭୁଲ କରିଛନ୍ତି ବିଜେଡି ଦଳ ତାଙ୍କୁ କାହିଁକି ଦଳରୁ ବାହାର କରିଦେଉନୁ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ବିଜେଡି ଏକ ଘରୋଇ କମ୍ପାନୀ । ମୁଖ୍ୟମନ୍ତ୍ରୀ ଏହାର ମୁଖ୍ୟ । ସେ ଅମଲାମାନଙ୍କ ଉପରେ ଅଧିକ ନିର୍ଭରଶୀଳ। ଏଣୁ ଏହି ଅବ୍ୟବସ୍ଥାକୁ ନେଇ ସୌମ୍ୟ ନିଜର ସମ୍ପାଦକୀୟରେ ଉପସ୍ଥାପନା କରିଛନ୍ତି । ତେବେ ସୌମ୍ୟ ଜଣେ ଅତି ସ୍ଵାଭିମାନୀ ବ୍ୟକ୍ତି । ସେ ମାଟି, ଦେଶର ସୁରକ୍ଷା ପାଇଁ କାହାରି କଥା ଶୁଣନ୍ତି ନାହିଁ । ଏପରିକି ସୌମ୍ୟ ନିଜ ଭାଇ, କୁଟୁମ୍ବଙ୍କ କଥା ଶୁଣନ୍ତି ନାହିଁ । ସେ ସବୁବେଳେ ଦେଶ, ରାଜ୍ୟର ଭଲ ପାଇଁ ସମ୍ପାଦକୀୟ ଲେଖିଥାନ୍ତି । ଯାହାକୁ ଏବେ ବିଜେଡି ପାଇଁ ଏହା ଅସହ୍ୟ ହୋଇଛି ବୋଲି କହିଛନ୍ତି ନିରଞ୍ଜନ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.