ETV Bharat / state

ଜମୁଛି ପିପିଲି ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନିରଞ୍ଜନ

ପିପିଲି ଉପନିର୍ବାଚନ ପାଇଁ ଘମାଶାନ ପ୍ରଚାର ଚାଲିଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଓହ୍ଲାଇଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

author img

By

Published : Apr 6, 2021, 10:54 PM IST

ଜମୁଛି ପିପିଲି ପ୍ରଚାର , ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନିରଞ୍ଜନ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଘମାଶାନ ପ୍ରଚାର ଚାଲିଛି। ବିଭିନ୍ନ ଦଳ ବଡ଼ ନେତା ମାନେ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଓହ୍ଳାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପାଇଁ ପିପିଲିରେ ପ୍ରଚାର କରିଛନ୍ତି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପିପିଲିର ଲକ୍ଷ୍ମୀନାରାୟଣପୁର, ଗୋବିନ୍ଦପୁର,ପୁବା ଆଦିପଞ୍ଚାୟତରେ ଅଜିତଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିଥିଲେ ନିରଞ୍ଜନ ପଟ୍ଟନାୟକ ।

ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, କଂଗ୍ରେସ ଯୁବ ନେତା ନିଶିକାନ୍ତ ମିଶ୍ର ଅଜିତଙ୍କ ପାଇଁ ଭୋଟ ଭିକ୍ଷା କରି କଂଗ୍ରେସକୁ ନିର୍ଵାଚନରେ ବହୁମତ ଦେଇ ନିର୍ଵାଚିତ କରିବାକୁ ଅନୁରୋଧ କରିଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଡେଲାଙ୍ଗ ବ୍ଲକ ସାଉରିଅ, ଘନିପୁର,ମୋଟରୀ ଆଦି ଅଞ୍ଚଳରେ ଭୋଟ ପ୍ରଚାର କରି ନିଜ ଜନସାଧାରଣଙ୍କ ସମର୍ଥନ କାମନା କରିଛନ୍ତି। ଅନ୍ୟପଟେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଡେଲାଙ୍ଗ ବ୍ଲକର ଅରିଶଲ, ଖେଲୋର, ବେରଵୋଇ ,ଘନିପୁର ଆଦି ଅଞ୍ଚଳରେ ଭୋଟ ଭିକ୍ଷା କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.