ETV Bharat / state

Panchayat Polls: କିଏ ଦଖଲ କରିବ ପୁରୀ ? କାହାକୁ ଭରସା କରିବେ ଶ୍ରୀକ୍ଷେତ୍ରବାସୀ - କିଏ ଜିତିବ ପୁରୀ ବାଜି

ପଞ୍ଚାୟତ ନିର୍ବାଚନ (Panchayat Election) ବିଗୁଲ ବାଜିବା ପର ଠାରୁ ପୁରୀ ଜିଲ୍ଲା ରାଜନୀତି ଉଷ୍ମ ହେବାରେ ଲାଗିଛି । 2024 ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଜିତି ଦୃଢ ସ୍ଥିତିରେ ରହିବାକୁ କମର କସୁଛନ୍ତି 3 ରାଜନୈତିକ ଦଳ । ଅଧିକ ପଢନ୍ତୁ

ପଞ୍ଚାୟତ ଟକ୍କର
ପଞ୍ଚାୟତ ଟକ୍କର
author img

By

Published : Jan 31, 2022, 9:33 PM IST

ପୁରୀ: ପଞ୍ଚାୟତ ନିର୍ବାଚନ (Panchayat Election) ବିଗୁଲ ବାଜିବା ପର ଠାରୁ ପୁରୀ ଜିଲ୍ଲା ରାଜନୀତି ଉଷ୍ମ ହେବାରେ ଲାଗିଛି । 2024 ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଜିତି ଦୃଢ ସ୍ଥିତିରେ ରହିବାକୁ କମର କସୁଛନ୍ତି 3 ରାଜନୈତିକ ଦଳ । ପୁରୀ ଜିଲ୍ଲା(Puri District) ରେ ମୋଟ 33 ଟି ଜିଲ୍ଲା ପରିଷଦ ଜୋନ ଥିବାବେଳେ 268 ପଞ୍ଚାୟତ , 3 ହଜାର 804 ୱାର୍ଡ ରହିଛି । 2017 ନିର୍ବାଚନରେ ଶାସକ ବିଜେଡି 31 ଜିଲ୍ଲା ପରିଷଦ ଜୋନ ଦଖଲ କରି ଜିଲ୍ଲା ପରିଷଦ ଗଠନ କରିଥିଲା । ଆଉ ବିଜେପି ଗୋଟିଏ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଖାତା ଖୋଲି ପାରିନଥିଲା ।

ପଞ୍ଚାୟତ ଟକ୍କର: କିଏ ଦଖଲ କରିବ ପୁରୀ? କାହାକୁ ଭରଷା କରିବେ ଶ୍ରୀକ୍ଷେତ୍ରବାସୀ

ପୁରୀ ଜିଲ୍ଲାରେ 11 ଟି ବ୍ଳକ ରହିଥିବା ବେଳେ 6 ଟି ବିଧାନସଭା ଆସନ ରହିଛି । 2017 ନିର୍ବାଚନରେ ସମସ୍ତ ବ୍ଳକ ଅଧ୍ୟକ୍ଷ ପଦ ଶାସକ ବିଜେଡି କବଜ କରିଥିଲା । ତେବେ ଜିଲ୍ଲାର ବର୍ତ୍ତମାନ ରାଜନୈତିକ ସ୍ଥିତି ପ୍ରତିମୁହୂର୍ତ୍ତରେ ବଦଳିବାରେ ଲାଗିଛି । ବିଜେଡିରେ ଅନ୍ତ କନ୍ଦଳ ଲାଗିରହିଛି । ଟିକେଟ ପାଇନଥିବା ପ୍ରାର୍ଥୀ ନିଜ ପତିଆରା ଅକ୍ଷୁର୍ଣ୍ଣ ରଖିବା ପାଇଁ ସ୍ବାଧିନ ପ୍ରାର୍ଥୀ ଭାବେ ମୈଦାନରେ ଅଛନ୍ତି । ସେହିପରି ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି , ଫୋନି ସହାୟତାରେ ଦୁର୍ନୀତି , ରାସ୍ତା,ପାନୀୟ ଜଳ , କୃଷି , ବେକାରୀର ସମସ୍ୟା ଓ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯାଉଛି ବିଜେପି ।

ସେପଟେ କଂଗ୍ରେସ ମଧ୍ୟ ନିଜ ସ୍ଥିତି ବଜାୟ ରଖିବା ପାଇଁ ନିଜ କାର୍ଯ୍ୟକାଳର କାମ ଓ ଉଭୟ ରାଜ୍ୟ କେନ୍ଦ୍ର ସରକାରଙ୍କ ଜନବିରୋଧୀକୁ ମୁଦ୍ଦା କରି ଲୋକଙ୍କୁ ଭୋଟ ମାଗୁଛି । ଏହାସହ ଦଳ ନିଜର ସଂଗଠନ ଦୂର୍ବଳ ହୋଇପଡିଥିଲେ ମଧ୍ୟ ସଂଗଠନ ସଜାଡି ସ୍ଥିତି ଜାହିର ପାଇଁ ଉଦ୍ୟମ କରୁଛି ।

ଅନ୍ୟପଟେ ଗତ 2019 ସାଧାରଣ ନିର୍ବାଚନରେ ବିଜେପି ପୁରୀ ଜିଲ୍ଲାରେ ଧସେଇ ପଶିଥିଲା । ଗୁରୁତ୍ବପୂର୍ଣ୍ଣ ପୁରୀ ସଦର ଆସନରେ ବିଜେପି ପ୍ରଥମଥର ପାଇଁ ପଦ୍ମ ଫୁଟାଇଥିଲା । ଦଳୀୟ ପ୍ରାର୍ଥୀ ବିଜୟୀ ହୋଇ ବିଧାନସଭା ପହଞ୍ଚିଥିଲେ । ଏହାସହ ବ୍ରହ୍ମଗିରି ଆସନକୁ ମଧ୍ୟ ଦଳ ବିଜେଡି ହାତରୁ ଛଡାଇ ଆଣିବାରେ ସଫଳ ହୋଇଥିଲା । ଏପରିକି ଲୋକସଭା ଲଢେଇରେ ମଧ୍ୟ ଦଳ ବିଜେଡିକୁ ପୁରା ଟକ୍କର ଦେଇଥିଲା ।

ତେବେ ଦେଖିବାର କଥା ଗୁରୁତ୍ବପୂର୍ଣ୍ଣ ପୁରୀ ଜିଲ୍ଲାବାସୀ କେଉଁ ଦଳକୁ ଭରଷା କରୁଛନ୍ତି । କେଉଁ ଦଳକୁ ନିଜର ତୃଣମୂଳସ୍ତରର ପ୍ରତିନିଧୀ ରୂପେ ଚୟନ କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.