ETV Bharat / state

Panchayat Election: ବିଜେଡିକୁ ଭୋଟ ଦେବାକୁ କହି ଶାବଳରେ ଆକ୍ରମଣ ! ୬ ଗୁରୁତର - ବ୍ରହ୍ମଗିରିରେ ନିର୍ବାଚନୀ ହିଂସା

ବ୍ରହ୍ମଗିରି ବ୍ଲକ ରାହାଡ଼ମଲ୍ଲ ପଞ୍ଚାୟତ ନିସିଭଅଁର ଗ୍ରାମର 8 ନମ୍ବର ବୁଥରେ ପ୍ରଥମ ନିର୍ବାଚନୀ ହିଂସା । ୬ ଜଣ ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

ବ୍ରହ୍ମଗିରିରେ ନିର୍ବାଚନୀ ହିଂସା, ୬ ଗୁରୁତର
ବ୍ରହ୍ମଗିରିରେ ନିର୍ବାଚନୀ ହିଂସା
author img

By

Published : Feb 16, 2022, 12:02 PM IST

Updated : Feb 16, 2022, 1:36 PM IST

ବ୍ରହ୍ମଗିରି: ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ । ସମସ୍ତ କଡାକଡି ସୁରକ୍ଷା ଭିତରେ ମଧ୍ୟ ବ୍ରହ୍ମପୁରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବ୍ରହ୍ମଗିରି ବ୍ଲକ ରାହାଡ଼ମଲ୍ଲ ପଞ୍ଚାୟତ ନିସିଭଅଁର ଗ୍ରାମର 8 ନମ୍ବର ବୁଥରେ ନିର୍ବାଚନୀ ହିଂସାରେ ୬ ଜଣ ଗୁରୁତର ହୋଇଛନ୍ତି ।

ବିଜେଡିକୁ ଭୋଟ ଦେବାକୁ କହି ଶାବଳରେ ଆକ୍ରମଣ !

ଅଭିଯୋଗ ଅନୂଯାୟୀ ବିଜେଡିକୁ ଭୋଟ ଦେବାକୁ କହି ବଜେପି କର୍ମୀଙ୍କୁ ଆକ୍ରମଣ ହୋଇଛି । ଏଥିରେ 3 ଜଣ ପୁରୁଷ ଏବଂ 3 ଜଣ ମହିଳା ଗୁରୁତର ହୋଇଛନ୍ତି । ଆହତଙ୍କ ମୁଣ୍ଡରେ ଗଭୀର ଆହତ ଲାଗିଛି । 3 ଜଣ ରେବଣା ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ବେଳେ ଅନ୍ୟ 3 ଜଣଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି । ନିର୍ବାଚନ ପାଇଁ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ପରେ ବି ବିଶୃଙ୍ଖଳା ସ୍ଥିତି ଉପୁଜିଛି ।

ପ୍ରକାଶ ଥାଉ କି ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ମତଦାନ କରୁଛନ୍ତି ମତଦାତା । ସକାଳ ୭ ଟାରୁ ଅପରାହ୍ନ ୧ଟା ଯାଏଁ ଭୋଟଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୨ଟି ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଜୋନ ଏବଂ ୧,୬୬୯ଟି ଗ୍ରାମପଞ୍ଚାୟତରେ ଭୋଟଗ୍ରହଣ ଚାଲିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ

Last Updated : Feb 16, 2022, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.