ETV Bharat / state

ସରପଞ୍ଚ ପ୍ରାର୍ଥୀଙ୍କ ଡୋର ଟୁ ଡୋର କ୍ୟାମ୍ପେନ - ଗୋପୀନାଥପୁର ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ପୁରୀ ଗୋପୀନାଥପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଶୁଭଲକ୍ଷ୍ମୀ ରାଉତ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଥିବା ବେଳେ ସମଙ୍ଗ ପଞ୍ଚାୟତର ଯୁବ ପ୍ରାର୍ଥୀ ସୁରେଶ ଦଳେଇ ମଧ୍ୟ ନିଜ ସମର୍ଥକଙ୍କୁ ନେଇ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି । ଅଧିକ ପଢନ୍ତୁ

ଗୋପୀନାଥପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ଡୋର ଟୁ ଡୋର କ୍ୟାମ୍ପେନ

author img

By

Published : Feb 1, 2022, 3:15 PM IST

ପୁରୀ: ପୁରୀ ଗୋପୀନାଥପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ଶୁଭଲକ୍ଷ୍ମୀ ରାଉତ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଥିବା ବେଳେ ସମଙ୍ଗ ପଞ୍ଚାୟତର ଯୁବ ପ୍ରାର୍ଥୀ ସୁରେଶ ଦଳେଇ ମଧ୍ୟ ନିଜ ସମର୍ଥକଙ୍କୁ ନେଇ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି । ରାଜ୍ୟରେ ଶାସକ ଦଳ ଦୀର୍ଘ ବର୍ଷ ହେବ କ୍ଷମତାରେ ଥାଇ ମଧ୍ୟ ଲୋକଙ୍କ ଅସୁବିଧା ଦୂର ନହେବା, ପ୍ରତେକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ପ୍ରସଙ୍ଗକୁ ନେଇ ସୁରେଶ ଦଳେଇ ନିର୍ବାଚନ ଲଢୁଥିବା କହିଛନ୍ତି ।

ଗୋପୀନାଥପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ଡୋର ଟୁ ଡୋର କ୍ୟାମ୍ପେନ

ଅନ୍ୟପଟେ ସମଙ୍ଗ ପଞ୍ଚାୟତ କଣ୍ଠପୁର ଭୋଟର କହିଛନ୍ତି, ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ରହିଛି ଆଜି ପର୍ଯ୍ୟନ୍ତ ସମାଧାନ ହୋଇନାହିଁ । ସେହିପରି ରାସ୍ତା ଘାଟ ଠିକ ନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ହାଇସ୍କୁଲ ନାହିଁ । ସେହିଭଳି ବାତ୍ୟା ଆଶ୍ରୟ ସ୍ଥଳ ନାହିଁ ।

ଅପରପକ୍ଷେ ଅନେକ ଲୋକେ ପକ୍କା ଘର ପାଇ ନାହାଁନ୍ତି। ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ସ୍ଥାନୀୟ ଅଞ୍ଚଳରେ ଯେଉଁ ପ୍ରାର୍ଥୀ ବିକାଶ କରିବ ଅଥବା ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ଭୋଟର କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.