ETV Bharat / state

ବୀରହରେକୃଷ୍ଣପୁର ପଞ୍ଚାୟତରେ ଇଟିଭି ଭାରତ: ପରଖିଲେ ଭୋଟର୍ ଓ ପ୍ରାର୍ଥୀଙ୍କ ମୁଡ୍ - ବୀରହରେକୃଷ୍ଣପୁର ପଞ୍ଚାୟତରେ ମତଦାତାଙ୍କ ମୁଡ୍

ବାଜି ସାରିଛି ପଞ୍ଚାୟତ ନିର୍ବାଚନ ବିଗୁଲ୍ । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ସରିଛି । ଏଣିକି ଭୋଟରଙ୍କୁ ମନାଇବା ପାଇଁ ଲାଗି ପଡିଛନ୍ତି ପ୍ରାର୍ଥୀ । ତେବେ ଭୋଟରଙ୍କୁ ମନେଇବା ପାଇଁ କିଏ କେଉଁ ପନ୍ଥା ଆପଣେଇବେ ପ୍ରାର୍ଥୀ ତାକୁ ନେଇ କରୁଛନ୍ତି କସରତ୍ । ଅଧିକ ପଢନ୍ତୁ

voters mood in puri sadar block biraharekrushnapur panchayat
ଆସନ୍ତୁ ଦେଖିବା ପୁରୀ ସଦର ବ୍ଲକ ବିରହରେକୃଷ୍ନପୁର ପଞ୍ଚାୟତରେ ଭୋଟରଙ୍କ ମୁଡ୍
author img

By

Published : Jan 23, 2022, 7:38 PM IST

ପୁରୀ: ବାଜି ସାରିଛି ପଞ୍ଚାୟତ ନିର୍ବାଚନ ବିଗୁଲ୍ । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ସରିଛି । ଏଣିକି ଭୋଟରଙ୍କୁ ମନାଇବା ପାଇଁ ଲାଗି ପଡିଛନ୍ତି ପ୍ରାର୍ଥୀ । ତେବେ ଭୋଟରଙ୍କୁ ମନେଇବା ପାଇଁ କିଏ କେଉଁ ପନ୍ଥା ଆପଣେଇବେ ପ୍ରାର୍ଥୀ ତାକୁ ନେଇ କରୁଛନ୍ତି କସରତ୍ ।

ଆସନ୍ତୁ ଦେଖିବା ପୁରୀ ସଦର ବ୍ଲକ ବିରହରେକୃଷ୍ନପୁର ପଞ୍ଚାୟତରେ ଭୋଟରଙ୍କ ମୁଡ୍

ସେହିଭଳି କେଉଁ ମୁଦ୍ଦାକୁ ନେଇ ନିର୍ବାଚନ ଲଢିବେ ଓ କିଭଳି ବିପକ୍ଷ ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜିମାତ୍ କରିବେ ତାକୁ ନେଇ କରୁଛନ୍ତି ରଣକୌଶଳ । ଏପଟେ ଭୋଟର ସଚେତନ । ଗାଁର ଥିବା ପ୍ରମୁଖ ସମସ୍ୟା ରାସ୍ତା ଘାଟ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ବ୍ୟବସ୍ଥା, ଗାଁ ପରିମଳ, ଗରିବ ବ୍ୟକ୍ତିଙ୍କ ପାଇଁ ଭତ୍ତା, ବାସଗୃହ ପ୍ରଦାନରେ ଯେଉଁ ପ୍ରାର୍ଥୀ ସହଯୋଗ କରିବେ ତାଙ୍କୁ ହିଁ ଭୋଟ ଦେବୁ ବୋଲି କହିଛନ୍ତି ଭୋଟର ।

ଆସନ୍ତୁ ଦେଖିବା ପୁରୀ ସଦର ବ୍ଳକ ବୀରହରେକୃଷ୍ଣପୁର ପଞ୍ଚାୟତ ଲୋକଙ୍କ ମୁଡ୍ । ଏହି ପଞ୍ଚାୟତରେ ମୋଟ 19ଟି ୱାର୍ଡ ଥିବାବେଳେ ମୋଟ ଭୋଟର ସଂଖ୍ୟା 6 ହଜାର 9 ଶହ 97 ରହିଛି । ଏଥିମଧ୍ୟରୁ ପୁରୁଷ ଭୋଟର ହେଉଛନ୍ତି 3 ହଜାର 6 ଶହ 33 ଓ ମହିଳା ଭୋଟରଙ୍କ ସଂଖ୍ୟା 3 ହଜାର 3 ଶହ 64 ଜଣ ରହିଛନ୍ତି ।

ଅପରପକ୍ଷେ ନିର୍ବାଚନ ଲାଗି ପ୍ରତିଦ୍ବନ୍ଦିତା କରୁଥିବା ସରପଞ୍ଚ ପ୍ରାର୍ଥୀ କହିଛନ୍ତି ଜିତିଲେ ଅଞ୍ଚଳର ବିକାଶ କରିବେ । ସେହିପରି ଶାସକ ଦଳ ସମର୍ଥିତ ପ୍ରାର୍ଥୀ ରାଜ୍ୟ ସରକାରଙ୍କ ସଫଳ ଯୋଜନାକୁ ନେଇ ଭୋଟରଙ୍କ ସମର୍ଥନ ଆଶା କରୁଥିବାବେଳେ ବିରୋଧୀ ପ୍ରାର୍ଥୀ ପଞ୍ଚାୟତରେ ଦୁର୍ନୀତି, ମୌଳିକ ସମସ୍ୟାକୁ ମୁଦ୍ଦା କରି ଭୋଟରଙ୍କ ମନ ଜିଣିବା ଲାଗି ପ୍ରୟାସ କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.