ETV Bharat / state

ପୁରୀରେ ଡିସେମ୍ବର ୨୬ରୁ ହେବ ଖରିଫ ଧାନ ସଂଗ୍ରହ

ପୁରୀରେ ଖରିଫ ଧାନ ସଂଗ୍ରହ ପ୍ରକିୟା ଆସନ୍ତା ଡିସେମ୍ବର ୨୬ ତାରିଖରୁ ଆରମ୍ଭ କରାଯିବ । ଏନେଇ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

author img

By

Published : Nov 16, 2022, 8:49 AM IST

ଖରିପ ଧାନ ସଂଗ୍ରହ
ଖରିପ ଧାନ ସଂଗ୍ରହ

ପୁରୀ: ସର୍କିଟ ହାଉସ ଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୨-୨୩ ଖରିଫ ଧାନ ସଂଗ୍ରହ ଡିସେମ୍ବର ୨୬ ତାରିଖରୁ ଶୁଭାରମ୍ଭ ହେବ ଓ ବିଭିନ୍ନ ବ୍ଲକରେ ଧାନ ଅମଳକୁ ଦେଖି ଭିନ୍ନ ଭିନ୍ନ ତାରିଖରେ ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ କରିବା ପାଇଁ ସର୍ବସମ୍ମତ୍ତି କ୍ରମେ ସ୍ଥିର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: World COPD Day 2022: ଫୁସ୍‌ଫୁସ୍‌ରେ ରହିଛି ଜୀବନ, ଅବହେଳା ପହଞ୍ଚାଇପାରେ କ୍ଷତି

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଏହି ବୈଠକରେ ଯୋଗଦେଇ ଚାଷୀମାନେ ମଣ୍ଡିରେ ଧାନ ବିକ୍ରୟ ସମୟରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ଓ ସଠିକ ମୂଲ୍ୟ ନିର୍ଦ୍ଧାରିତ ସମୟରେ ପାଆନ୍ତି ସେଥିପ୍ରତି ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ଧାନ ସଂଗ୍ରହ ବ୍ୟବସ୍ଥାକୁ ସରକାରୀ ନିୟମ ଅନୁସାରେ ପରିଚାଳନା କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା ସମସ୍ତଙ୍କୁ ସ୍ୱାଗତ ସହ ଆଲୋଚନା କରିଥିଲେ ।

୨୦୨୧-୨୨ ଖରିଫ୍ ଓ ରବି ଋତୁରେ ୧୬୪୭୮୪.୦୪୪ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇ ଥିବାବେଳେ ୧୧୨୦୫୩.୧୫୦ ମେଟ୍ରିକ ଟନ୍ ଚାଉଳ ପ୍ରସ୍ତୁତ ହୋଇଥିଲା । ୪୭୧୧୯ ଚାଷୀ ପଞ୍ଜିକରଣ କରିଥିବା ବେଳେ ୩୪୭୬୬ ଚାଷୀ ୧୮୫ଟି ପ୍ୟାକ୍ସରେ ଧାନ ବିକ୍ରି କରିଥିଲେ। ସେହିପରି ରବି ଋତୁରେ ୧୭୪୮୧ ପଞ୍ଜିକରଣ କରିଥିବା ଚାଷୀଙ୍କ ମଧ୍ୟରୁ ୧୪୧୩୪ ଜଣ ୧୦୦ ଟି ପ୍ୟାକ୍ସରେ ଧାନ ବିକ୍ରି କରିଥିଲେ। ଚଳିତ ଖରିଫରେ ୪୬୧୬୭ ପଞ୍ଜିକରଣ କରିଥିବା ବେଳେ ଯାଞ୍ଚ ପରେ ୪୨୬୫୧ ଯୋଗ୍ୟ ଚାଷୀ ରହିଛନ୍ତି । ୧୭୫ଟି ପ୍ୟାକ୍ସ ଓ ୩ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୯୭୭୭୯.୪୧୨ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ । ନିଷ୍ପତ୍ତି ଅନୁସାରେ ଜଣେ ଚାଷୀ ଟୋକନ୍ ମାଧ୍ୟମରେ ଦୈନିକ ସର୍ବାଧିକ ୧୦୦ କ୍ୟୁଣ୍ଟାଲ ଧାନ ବିକ୍ରି କରି ପାରିବେ । ଚାଷୀ ମାନଙ୍କ ପାଇଁ ମଣ୍ଡିରେ ଆଶ୍ରୟସ୍ଥଳୀ, ପିଇବା ପାଣିର ବ୍ୟବସ୍ଥା, ନିର୍ଦ୍ଧାରିତ ଦିନରେ ମିଲର ମାନଙ୍କ ଦ୍ୱାରା ଧାନ ସଂଗ୍ରହ ସହ ଧାନ ସଂଗ୍ରହ ମଧ୍ୟରେ ସଠିକ ଭାବରେ ଧାନ ସଂଗ୍ରହ ସମ୍ପର୍କରେ ଆଉ ଏକ ବୈଠକ ଆୟୋଜନ କରି ସମୀକ୍ଷା କରିବାକୁ ଚାଷୀ ପ୍ରତିନିଧିମାନେ ପ୍ରସ୍ତାବ ଦେଇଥିଲେ ଯାହା ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.