ETV Bharat / state

ବନ୍ୟାଞ୍ଚଳ ପରିଦର୍ଶନ କଲେ ବିରୋଧୀ ଦଳ ନେତା - ବିରୋଧ ଦଳ ନେତା ପ୍ରଦୀପ୍ତ ନାଏକ

ପୁରୀ ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କଲେ ବିରୋଧୀ ଦେଳ ନେତା ପ୍ରଦୀପ୍ତ ନାୟକ । ସମସ୍ୟା ଓ ରିଲିଫ ନେଇ ସରକାରଙ୍କୁ କଲେ ଟାର୍ଗେଟ । ଅଧିକ ପଢ଼ନ୍ତୁ...

opposition leader pradipta nayak, pradipta nayak visited flood effected area, flood in puri, ବନ୍ୟାଞ୍ଚଳ ପରିଦର୍ଶନ, ବନ୍ୟାଞ୍ଚଳରେ ବିରୋଧୀ ଦଳ ନେତା, ବିରୋଧ ଦଳ ନେତା ପ୍ରଦୀପ୍ତ ନାଏକ, ପୁରୀ ବନ୍ୟା
ବନ୍ୟାଞ୍ଚଳ ପରିଦର୍ଶନ କଲେ ବିରୋଧୀ ଦଳ ନେତା
author img

By

Published : Sep 2, 2020, 8:06 AM IST

ପୁରୀ: ଜିଲ୍ଲାରେ ବନ୍ୟାର ବିଭୀଷିକା ଜାରି ରହିଛି। ବନ୍ୟା ଯୋଗୁଁ କଣାସ ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ତେବେ କଣାସ ଅଞ୍ଚଳରେ କିଭଳି ପରିସ୍ଥିତି ରହିଛି ସେ ନେଇ ସମୀକ୍ଷା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ମଙ୍ଗଳବାର କଣାସ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ବନ୍ୟା ଯୋଗୁଁ ଉତ୍ପନ୍ନ ସମସ୍ୟା ସମ୍ପର୍କରେ ବନ୍ୟା ପୀଡିତଙ୍କ ସହ ଆଲୋଚନା କରିଥିଲେ ପ୍ରଦୀପ୍ତ। ସେହିପରି ସେ କଣାସର ମାଟିଆ ପଡାରେ ହୋଇଥିବା ଘାଇ ପରିଦର୍ଶନ କରିଥିଲେ। ଯାଜପୁର ଭଳି କଣାସରେ ମଧ୍ୟ ସରକାରୀ ଅଫିସର ମାନେ ଜାଣି ଶୁଣି ଘାଇ କରିଥିବା ନେଇ ସେ ଲୋକଙ୍କ ନିକଟରୁ ଅଭିଯୋଗ ପାଇଛନ୍ତି ଓ ଏହା ଏକ ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି । ବନ୍ୟା ସମୟରେ ରାସ୍ତା କାମ କରିବା ପାଇଁ ଜାଣି ଶୁଣି ଘାଇ କରି ଲୋକଙ୍କୁ ମରଣ ମୁହଁକୁ ଠେଲିଦେଇ ସରକାରୀ ଅଫିସର ଓ କିଛି ନେତା ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଅକ୍ଷମଣୀୟ ବୋଲି ବିରୋଧୀ ଦଳ ନେତା କହିଛନ୍ତି।

ବନ୍ୟାଞ୍ଚଳ ପରିଦର୍ଶନ କଲେ ବିରୋଧୀ ଦଳ ନେତା

ସେହିପରି ସରକାର ବନ୍ୟା ପୀଡିତଙ୍କୁ ଏପର୍ଯ୍ୟନ୍ତ ଖାଦ୍ୟ, ପାନୀୟ ଜଳ ଯୋଗାଇ ପାରି ନଥିବା ସେ ଅଭିଯୋଗ କରିଛନ୍ତି । ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ରାଜନୀତି କରାଯାଉଛି । ଏଥିପାଇଁ ଶାସକ ଦଳ ସମର୍ଥକଙ୍କୁ ସ୍ଥାନୀୟ ସରପଞ୍ଚ ମାନେ ସହାୟତା କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.