ETV Bharat / state

ପୁରୀ ବ୍ଲୁ ଫ୍ଲାଗ ବିଚରେ ପର୍ଯ୍ୟଟକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Oct 27, 2020, 3:41 PM IST

ପୁରୀ ବ୍ଲୁ ଫ୍ଲାଗ ବିଚକୁ ବୁଲିବାକୁ ଆସିଥିବା ଜଣେ ଝାଡଖଣ୍ଡ ପର୍ଯ୍ୟଟକ ଗଭୀର ସମୁଦ୍ର ମଧ୍ୟରେ ନିଖୋଜ ହୋଇଯାଇଛନ୍ତି । ସନ୍ଧାନ ପାଇଁ ଅଗ୍ନିଶମ ବିଭାଗ ନିୟୋଜିତ । ଅଧିକ ପଢନ୍ତୁ...

ପୁରୀ ବ୍ଲୁ ଫ୍ଲାଗ ବିଚରେ ପର୍ଯ୍ୟଟକ ନିଖୋଜ
ପୁରୀ ବ୍ଲୁ ଫ୍ଲାଗ ବିଚରେ ପର୍ଯ୍ୟଟକ ନିଖୋଜ

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ପର୍ଯ୍ୟଟକ । ପୁରୀ ସ୍ଥିତ ବ୍ଲୁଫ୍ଲାଗ ବିଚରେ ଏପରି ଏକ ଅଘଟଣ ଘଟିଛି । ଗାଧୋଉଥିବା ବେଳେ ଝାଡଖଣ୍ଡର ଜଣେ ପର୍ଯ୍ୟଟକ ବ୍ଲୁ ଫ୍ଲାଗ ବିଚରେ ଭାସିଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଝାଡଖଣ୍ଡର ତାନିସ୍କ ବିନୟ ପରିବାର ସହ ପୁରୀ ବ୍ଲୁ ଫ୍ଲାଗ ବିଚକୁ ବୁଲିବାକୁ ଆସିଥିଲେ । ସେ ବିଚରେ ଗାଧୋଉ ଥିବାବେଳେ ଗଭୀର ସମୁଦ୍ରକୁ ପଶିଯିବାରୁ ତାଙ୍କର ପତ୍ତା ମିଳିନଥିଲା । ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଖବର ଲେଖାହେବା ସୁଧା ତାନିସ୍କଙ୍କ ପତ୍ତା ମିଳିପାରିନାହିଁ । ଅନ୍ୟପଟେ ତାନିସ୍କ ଯୁକ୍ତ ଦୁଇର ଛାତ୍ର ବୋଲି ଜଣାପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.