ETV Bharat / state

କ୍ଷେତ ମଜଦୁରଙ୍କ ସୁରକ୍ଷା ଦାବିରେ ତହସିଲଦାରଙ୍କୁ ଦାବିପତ୍ର - କ୍ଷେତ ମଜଦୂରଙ୍କ ସୁରକ୍ଷା ଦାବିରେ ବ୍ରହ୍ମଗିରିରେ ବିକ୍ଷୋଭ ପ୍ରଦର୍ଶନ

କ୍ଷେତ ମଜଦୁରଙ୍କ ସୁରକ୍ଷା ଦାବି କରି ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ବିକ୍ଷୋଭ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ 16 ଦଫା ସମ୍ବଳିତ ଦାବିପତ୍ର । ଅଧିକ ପଢ଼ନ୍ତୁ

Odisha kheta majdur union gives memorandum to bramhagiri tahsildar
କ୍ଷେତ ମଜଦୂରଙ୍କ ସୁରକ୍ଷା ଦାବିରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
author img

By

Published : Aug 2, 2022, 1:59 PM IST

ବ୍ରହ୍ମଗିରି: କ୍ଷେତ ମଜଦୂରଙ୍କ ସୁରକ୍ଷା ଦାବିରେ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ବିକ୍ଷୋଭ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ 16 ଦଫା ସମ୍ବଳିତ ଦାବିପତ୍ର ବ୍ରହ୍ମଗିରି ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ବର୍ଷକୁ 200 ଦିନ କାମ ମିଳିବାକୁ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ଦାବି କରିଛି ।

କ୍ଷେତ ମଜଦୂରଙ୍କ ସୁରକ୍ଷା ଦାବିରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ମେସିନ ଦ୍ଵାରା କରାଯାଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା, 55 ବର୍ଷ ବୟସ୍କ କୃଷି ଶ୍ରମିକମାନଙ୍କୁ ମାସିକ 5000 ଟଙ୍କା ପେନସନ, ଦରଦାମ ବୃଦ୍ଧି ପାଉଥିବା ସ୍ଥଳେ ବିଧବା, ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ 500 ଟଙ୍କା ପରିବର୍ତ୍ତେ 3 ହଜାର ବୁଦ୍ଧି କରିବା ଆଦି 16ଟି ଦାବି ପତ୍ରରେ ଉଲ୍ଲେଖ ରହିଛି ।

ଇଟିଭି ଭାରତ, ବ୍ରହ୍ମଗିରି

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.