ETV Bharat / state

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅଭାବନୀୟ ଘଟଣା, ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଅଣହିନ୍ଦୁ ଭକ୍ତ - ସ୍ନାନଯାତ୍ରାରେ ଅଭାବନୀୟ ଘଟଣା

ସ୍ନାନଯାତ୍ରାରେ ଅଭାବନୀୟ ଘଟଣା । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଅଣହିନ୍ଦୁ ଭକ୍ତ । କଲୋମ୍ବିଆର ଅଣହିନ୍ଦୁ ବନ୍ଦନାନନ୍ଦ ଦାସ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ । ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଦେଖି ପରେ ତାଙ୍କୁ ବାହାର କରିଥିଲେ । ତେବେ ଶ୍ରୀମନ୍ଦିର ଭିତରକୁ ହିନ୍ଦୁଙ୍କ ଛଡ଼ା ଅନ୍ୟ କାହାର ପ୍ରବେଶ ନଥିବା କଥା ସେ ଜାଣିନଥିବା କହିଛନ୍ତି । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଅଣହିନ୍ଦୁ ଭକ୍ତ

author img

By

Published : Jun 4, 2023, 8:33 PM IST

ପୁରୀ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ । ତେବେ ଆଜି ସ୍ନାନଯାତ୍ରା ବେଳେ ଅନେକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ଦୁଇ ଦୁଇ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଛି । ଅସମ୍ଭାଳ ଭିଡ଼ ମଧ୍ୟରେ ଜଣେ ଭକ୍ତ ପ୍ରଥମେ ଅସୁସ୍ଥ ହୋଇ ପୁରୀ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସେପଟେ ଅନ୍ୟଜଣେ ପର୍ଯ୍ୟଟକଙ୍କର ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅନ୍ୟପଟେ ଶ୍ରୀମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପ୍ରବେଶ କରିଥିବା ଖବର ମିଳିଛି ।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅଭାବନୀୟ ଘଟଣା । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ଅଣହିନ୍ଦୁ । କଲୋମ୍ବିଆର ଅଣହିନ୍ଦୁ ବନ୍ଦନାନନ୍ଦ ଦାସ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ । କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିଥିଲେ । ଆଜି ସକାଳୁ ସେ ବ୍ୟାରିକେଡ ମଧ୍ୟରେ ରହିଥିଲେ । ଦର୍ଶନ ପାଇଁ ଲୋକଙ୍କୁ ଛଡାଯିବା ପରେ ସେ ଅନ୍ୟ ଭକ୍ତଙ୍କ ସହ ମିଶି ସିଂହଦ୍ଵାର ଦେଇ ପ୍ରବେଶ କରିଥିଲେ । ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଦେଖି ପରେ ତାଙ୍କୁ ବାହାର କରିଥିଲେ । ତେବେ ଶ୍ରୀମନ୍ଦିର ଭିତରକୁ ହିନ୍ଦୁଙ୍କ ଛଡ଼ା ଅନ୍ୟ କାହାର ପ୍ରବେଶ ନଥିବା କଥା ସେ ଜାଣିନଥିବା କହିଛନ୍ତି । ସେପଟେ ଶ୍ରୀମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ ଘଟଣା ନେଇ ଏସ୍‌ପି କହିଛନ୍ତି ଘଟଣା ନଜରକୁ ଆସିବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ସମ୍ପୃକ୍ତ ଅଣହିନ୍ଦୁଙ୍କୁ ବାହାର କରାଯାଇଛି । ତେବେ କେଉଁ ପରିସ୍ଥିତିରେ ସେ ଭିତରକୁ ଗଲେ, ତାର ତଦନ୍ତ ହେବ ବୋଲି କହିଛନ୍ତି ଏସ୍‌ପି ।

ପ୍ରତିବର୍ଷ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହୁଏ । ଏଥିପାଇଁ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ସ୍ନାନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରି ମନସ୍କାମନା ପୂରଣ କରିବା ପାଇଁ ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଭିଡ଼ । ପାଖରୁ ତିନି ଠାକୁରଙ୍କୁ ଦେଖି ଭାବ ବିହ୍ବଳ ହେଉଛନ୍ତି ଭକ୍ତ । ବର୍ଷରେ ଏହି ଗୋଟିଏ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ମନ୍ଦିର ବାହାରେ ଆସି ଜଳସ୍ନାନ କରନ୍ତି । ଏହିଦିନ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ସୁଦର୍ଶନଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଛୁଟିଥାଏ ଭକ୍ତଙ୍କ ସୁଅ । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସୁବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.