ETV Bharat / state

୨୮ ଦିନ ପରେ ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢ଼ା, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ - ନୀଳାଚଳ ଅବଢ଼ା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼

ଦୀର୍ଘ ୨୮ ଦିନ ପରେ ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢ଼ା । ମହାପ୍ରଭୁଙ୍କ ମହାପ୍ରସାଦ ପାଇବା ଲାଗି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଅଧିକ ପଢ଼ନ୍ତୁ

nilachala abadha of lord jagannath
ଭକ୍ତ ପାଇଲେ ନୀଳାଚଳ ଅବଢ଼ା
author img

By

Published : Jul 2, 2023, 8:59 PM IST

ଭକ୍ତ ପାଇଲେ ନୀଳାଚଳ ଅବଢ଼ା

ପୁରୀ: ଭକ୍ତଙ୍କ ଅପେକ୍ଷାରେ ଅନ୍ତ ଘଟିଛି । ଶ୍ରୀମନ୍ଦିରରୁ ବାହାରିଛି ନୀଳାଚଳ ଅବଢ଼ା । ଦୀର୍ଘ ୨୮ ଦିନର ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ବାହାରିଲା ନୀଳାଚଳ ଅବଢ଼ା । ନୀଳାଚଳ ଅବଢ଼ା ପାଇବାକୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ରଥଯାତ୍ରାରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଯିବା ପରେ ରଥ ଉପରେ ଶୁଖିଲା ଭୋଗ ଲାଗି କରାଯାଇଥିଲା । ମହାପ୍ରଭୁ ରତ୍ନବେଦୀକୁ ଫେରିବା ପରେ ଆଜିଠୁ ମହାପ୍ରସାଦ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ନୀଳକନ୍ଦରକୁ ବାହୁଡିଲେ ମହାବାହୁ, ଆଜିଠୁ ମିଳିବ ନୀଳାଚଳ ଅବଢା

ଦୀର୍ଘ ୨୮ ଦିନ ପରେ ପ୍ରଥମ ଅବଢ଼ା ବାହାରିଥିବାରୁ ଭକ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା । ସନ୍ଧ୍ୟା ୫ଟାରେ ଭକ୍ତ ନୀଳାଚଳ ଅବଢ଼ା ପାଇଛନ୍ତି । ନିଜର ବରାଦ ମୁତାବକ ଅବଢ଼ା ନେଇଛନ୍ତି । ବିଶେଷ କରି ପୁରୀ ବାସିନ୍ଦା ମହାପ୍ରଭୁଙ୍କ ପ୍ରଥମ ନୀଳାଚଳ ଅବଢ଼ା ନେବା ପାଇଁ ଅପେକ୍ଷାରେ ଥିଲେ । ଆଜି ମହାପ୍ରଭୁଙ୍କ ଅନେକ ସ୍ଵତନ୍ତ୍ର ନୀତି ଥିବାରୁ ଅବଢ଼ା ବାହାରିବାରେ ସାମାନ୍ୟ ବିଳମ୍ୱ ହୋଇଥଲା । ସେପଟେ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥଲା । ମହାପ୍ରଭୁ ଆଡ଼ପ ମଣ୍ଡପରେ ବିଜେ ପରେ ନିଳାଚଳ ଅବଢ଼ା ବନ୍ଦ ରହିଥିଲା । ତେବେ ଆଜି ପୂର୍ବ ଭଳି ଶ୍ରୀମନ୍ଦିର ରୋଷ ଘର ଚଳଚଞ୍ଚଳ ହୋଇଛି । ସକାଳୁ ସ୍ବତନ୍ତ୍ର ନୀତିକାନ୍ତି ପରେ ସୂପକାରମାନେ ମହାପ୍ରସାଦ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ । ମହାପ୍ରଭୁଙ୍କ ପ୍ରଥମ ନୀଳାଚଳ ଅବଢ଼ା ପାଇ ଭକ୍ତ ବେଶ ଖୁସି ପ୍ରକାଶ କରିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: Niladri Bije: ମାନବୀୟ ଲୀଳା ସାରି ରତ୍ନବେଦୀକୁ ବାହୁଡ଼ିଲେ ମହାପ୍ରଭୁ

ତେବେ ଗତ ସ୍ନାନ ଯାତ୍ରାରେ ମହାପ୍ରଭୁ 108 ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଗୁପ୍ତ ଉପଚାରରେ ଥିଲେ । ଏଣୁ ମହାପ୍ରଭୁଙ୍କ ପାଖରେ ଅନ୍ନ ଭୋଗ ବନ୍ଦ ରହିଥିଲା । ପରେ ମହାପ୍ରଭୁ ରଥଯାତ୍ରାରେ ଆଡ଼ପମଣ୍ଡପରେ ବିଜେ ପରେ ଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ପ୍ରସ୍ତୁତ କରାଯାଉଥିଲା । ନବଦିନାତ୍ମକ ଯାତ୍ରା ସାରି ନିଳାଦ୍ରୀ ବିଜେରେ ମହାପ୍ରଭୁ ରତ୍ନ ସିଂହାସନରେ ପୁଣି ବିଜେ କରିଛନ୍ତି । ନିଳାଦ୍ରୀ ବିଜେ ପରଦିନ ଯେଉଁ ପ୍ରଥମ ଅବଢ଼ା ମହାପ୍ରସାଦ ବାହାରିଥାଏ ତାକୁ ନୀଳାଚଳ ଅବଢ଼ା କୁହାଯାଏ । ମହାପ୍ରଭୁଙ୍କ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ପରେ ପ୍ରଥମ ଅବଢ଼ା ମହାପ୍ରସାଦ ବାହାରୁଥିବାରୁ ଭକ୍ତ ମହଲରେ ବେଶ ଉତ୍କଣ୍ଠା ଦେଖା ଦେଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.