ETV Bharat / state

ପ୍ରେମ ବିବାହର କରୁଣ ପରିଣିତି, କିରୋସିନ ଢାଳି ନବବଧୂଙ୍କ ଆତ୍ମହତ୍ୟା ଉଦ୍ୟମ - puri news

ପ୍ରେମ କରି ସାତ ଜନ୍ମର ସାଥି ହୋଇ ରହିବାର ସ୍ବପ୍ନ ଦେଖିଥିଲେ । ହେଲେ ବିବାହକୁ ଗ୍ରହଣ କରିପାରିନଥିଲେ ପୁରୀ ନିମାପଡା ବ୍ଲକ ବାମନାଳ ଦାସ ସାହି ଗ୍ରାମର ଅଜୟ ଦାସଙ୍କ ପରିବାର । ଫଳରେ ପତ୍ନୀଙ୍କ ସହ ଅଜୟଙ୍କ ମା ଓ ଭାଉଜଙ୍କର ଲାଗି ରହୁଥିଲା ପାଟିତୁଣ୍ଡ । ଶେଷରେ ନିର୍ଯାତନା ସହି ନପାରି ଅତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଜୟଙ୍କ ପତ୍ନୀ ଗୀତା ।

କିରୋସିନ ଢାଳି ହୋଇ ନବବଧୂଙ୍କ ଆତ୍ମହତ୍ୟା ଉଦ୍ୟମ
author img

By

Published : Nov 11, 2019, 11:42 PM IST

ପୁରୀ: ନଵବଧୂଙ୍କ ଆତ୍ମହତ୍ୟା ଉଦ୍ୟମ । ପ୍ରେମ ବିବାହ ପରେ ଶାଶୂ ଓ ଜା'ଙ୍କ ନିର୍ଯାତନା ସହି ନପାରି ନବବିବାହିତା ମହିଳା କିରୋସିନି ଢାଳି ହୋଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ମହିଳାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

କିରୋସିନ ଢାଳି ହୋଇ ନବବଧୂଙ୍କ ଆତ୍ମହତ୍ୟା ଉଦ୍ୟମ

ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ବ୍ଲକ ବାମନାଳ ଦାସ ସାହି ଗ୍ରାମର ଅଜୟ ଦାସ କଟକର ଏକ ଲୁଗା ଦୋକାନରେ କାମ କରନ୍ତି । ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅଞ୍ଚଳର 26 ବର୍ଷୀୟା ଗୀତା ଦାସଙ୍କ ସହ ଅଜୟଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଫଳରେ ଦୁହେଁ ଜୀବନସାଥୀ ହେବା ପାଇଁ ନିଷ୍ପତ୍ତି ନେଇ ଏକ ମନ୍ଦିରରେ ଗତ 4ମାସ ତଳେ ବିବାହ କରିଥିଲେ ।

IMAGE
କିରୋସିନ ଢାଳି ହୋଇ ନବବଧୂଙ୍କ ଆତ୍ମହତ୍ୟା ଉଦ୍ୟମ

ବିବାହ ପରେ ନବବିବାହିତ ପତ୍ନୀକୁ ନିଜ ଗ୍ରାମ ବାମନାଳକୁ ଆଣିଥିଲେ । ହେଲେ ଏହି ବିବାହକୁ ଅଜୟଙ୍କ ପରିବାର ଗ୍ରହଣ କରିନଥିଲେ । ଗୀତାଙ୍କୁ ଅନେକ ସମୟରେ ଗାଳିଗୁଲଜ କରୁଥିଲେ । ଶେଷରେ ନିର୍ଯ୍ୟାତନା ସହି ନପାରି ନିଜ ଦେହରେ କିରୋସିନି ଢାଳିହୋଇ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସ୍ଥାନୀୟ କେତେକ ପଡୋଶୀ ଆହତ ମହିଳାକୁ ପ୍ରଥମେ ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମହିଳାଙ୍କ ଶରୀର 90 ଭାଗ ପୋଡି ଯାଇଥିବା ଜଣାପଡିଛି । ନିମାପଡା ପୋଲିସ ପହଞ୍ଚି ମହିଳାଙ୍କ ଜମାନବନ୍ଦୀ ରେକର୍ଡ କରିଛି । ଏଥି ସହିତ ଘଟଣା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Intro:ନଵ ବଧୁ ଙ୍କ ଆତ୍ମହତ୍ୟା ଉଦ୍ୟମBody:ଜଣେ ଯୁବତୀ କୁ ପ୍ରେମ ବିବାହ ମହଙ୍ଗା ପଡିଛି।ଶାଶୂ,ଜା ଙ୍କ ନିର୍ଯ୍ୟାତନା ସହି ନ ପାରି ନବ ବିବାହିତା ମହିଳା କିରୋସିନୀ ଢାଳି ହୋଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରି କରିଥିବା ଅଭିଯୋଗ ହୋଇଛି ।ଗୁରୁତର ଆହତ ମହିଳା ଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ବ୍ଲକ ବାମନାଳ ଦାସ ସାହି ଗ୍ରାମର ଅଜୟ ଦାସ କଟକର ଏକ ଲୁଗା ଦୋକାନରେ କାମ କରନ୍ତି ,।ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅଞ୍ଚଳର ଗିତା ଦାସ (26) ଯୁବତୀଙ୍କ ସହିତ ଅଜୟ ର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗୀତା ଓ ଅଜୟ ଜୀବନ ସାଥି ହେବା ପାଇଁ ନିଷ୍ପତ୍ତି ନେଇ ଏକ ମନ୍ଦିରରେ ଗତ 4ମାସ ତଳେ ବିବାହ କରିଥିଲେ ।ବିବାହ ପରେ ନବବିଭାହିତ ପତ୍ନୀ କୁ ନିଜ ଗ୍ରାମ ବାମନାଳ କୁ ଆସିଥିଲେ ।ଅଜୟଙ୍କ ପରିବାର ଏହି ବିବାହ କୁ ଗ୍ରହଣ ନ କରି ବିଭିନ୍ନ ସମୟରେ ଗାଳିଗୁଲଜ କରିଆସୁଥିଲେ ।ଗୀତା ନିଜର ଭାର ସାମ୍ୟ ହରାଇ ,ନିଜ ଦେହରେ କିରୋସିନୀ ଢାଳିହୋଇ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।ସ୍ଥାନୀୟ କେତେକ ପଡୋଶୀ ଆହତ ମହିଳା କୁ ପ୍ରଥମେ ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ, ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି ,ମହିଳାଙ୍କ ଶରୀର 90 ଭାଗ ପୋଡି ଯାଇଛି ।ନିମାପଡା ପୋଲିସ ପହଞ୍ଚି ମହିଳାଙ୍କ ଜମାନବନ୍ଦୀ ରେକର୍ଡ କରିଛି । ଏଥି ସହିତ ଘଟଣା ନେଇ ପୋଲିସ ତଦନ୍ତ ଆରଂଭ କରିଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.