ETV Bharat / state

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପାଇଁ ଖୁବଶୀଘ୍ର ଲାଗୁ ହେବ ନୂଆ ନିୟମ - selling of Jagannath land

ନିକଟ ଅତୀତରେ ମହାପ୍ରଭୁଙ୍କ ଜମି ବିକ୍ରି ପାଇଁ ରାଜ୍ୟ କ୍ୟାବିନେଟ ଶ୍ରୀମନ୍ଦିର ଜମି ପରିଚାଳନା ନିୟମକୁ ଅନୁମୋଦନ କରିଥଲେ । ତାହାକୁ ଶ୍ରୀମନ୍ଦିର ଲ୍ୟାଣ୍ଡ ସବ କମିଟିରେ ଅନୁମୋଦନ କରାଯାଇଛି। ପରେ ପରିଚାଳନା କମିଟି ଏହି ନୁଆ ନୀୟମକୁ ଅନୁମୋଦନ କଲେ । ରାଜ୍ୟ ସରକାରଙ୍କୁ ଏହି ଚିଠା ପ୍ରସ୍ତାବ ପଠାଯିବ । ପରବର୍ତ୍ତୀ ସମୟରେ ଏହା ଆଇନରେ ପରିଣତ ହେବ। ସେହି ଆଧାରରେ ଜମି କିଣାବିକା ହେବ । ଅଧିକ ପଢନ୍ତୁ

http://10.10.50.80:6060/reg-lowres/18-January-2023/od-pur-02-landcomitee-avob-7205521_18012023180314_1801f_1674045194_1021.mp4

author img

By

Published : Jan 18, 2023, 9:10 PM IST

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପାଇଁ ଖୁବଶୀଘ୍ର ଲାଗୁ ହେବ ନୂଆ ନିୟମ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପାଇଁ ଖୁବ ଶୀଘ୍ର ଲାଗୁ ହେବ ନୂଆ ନିୟମ । ଦୀର୍ଘ ବର୍ଷ ଧରି ମହାପ୍ରଭୁଙ୍କ ଜମିର ଭୋଗ ଦଖଲରେ ଥିବା ପ୍ରଜା ଜମିର ମାଲିକାନା ପାଇ ପାରିବେ । ଆବେଦନର ଏକ ବର୍ଷ ଭିତରେ ମିଳିବ ଜମି ପଟ୍ଟା । ଏଥିପାଇଁ 90 ଦିନ ଭିତରେ ଧାର୍ଯ୍ୟ ଅର୍ଥ ରାଶି ପୈଠ କରିବାକୁ ପଡିବ। ଆଇନ ବିଭାଗର ଅନୁମୋଦନକୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ। ଏଣିକି ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନରେ ଜମିର ପଟ୍ଟା ପାଇ ପାରିବେ ଲୋକେ।

ନିକଟ ଅତୀତରେ ମହାପ୍ରଭୁଙ୍କ ଜମି ବିକ୍ରି ପାଇଁ ରାଜ୍ୟ କ୍ୟାବିନେଟ ଶ୍ରୀମନ୍ଦିର ଜମି ପରିଚାଳନା ନିୟମକୁ ଅନୁମୋଦନ କରିଥଲେ। ତାହାକୁ ଶ୍ରୀମନ୍ଦିର ଲ୍ୟାଣ୍ଡ ସବ କମିଟିରେ ଅନୁମୋଦନ କରାଯାଇଛି । ପରେ ପରିଚାଳନା କମିଟି ଏହି ନୁଆ ନୀୟମକୁ ଅନୁମୋଦନ କଲେ । ରାଜ୍ୟ ସରକାରଙ୍କୁ ଏହି ଚିଠା ପ୍ରସ୍ତାବ ପଠାଯିବ । ପରବର୍ତ୍ତୀ ସମୟରେ ଏହା ଆଇନରେ ପରିଣତ ହେବ । ସେହି ଆଧାରରେ ଜମି କିଣାବିକା ହେବ । ନିଷ୍ପତ୍ତି ଅନୁଯାୟୀ ଆବେଦନକାରୀ 2019 ୟୁନିଫର୍ମ ପଲିସି ଓ ଶ୍ରୀମନ୍ଦିର ଲ୍ୟାଣ୍ଡ ମ୍ୟାନେଜମେଣ୍ଟ କମିଟି ରୁଲ ଆଧାର ରେ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଜମି ବାବଦ ଏନଓସି ପାଇ ପାରିବେ ।

ଯଦି କେହି ଆବେଦନକାରୀ 30 ବର୍ଷ ରୁ ଅଧିକ ଜମିର ଭୋଗ ଦଖଲରେ ଥିବେ ସେମାନଙ୍କୁ ଏକର ପିଛା ଧାର୍ଯ୍ୟ ମୂଲ୍ୟ 6 ଲକ୍ଷ ଟଙ୍କାର 10 ପ୍ରତିଶତ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦେବାକୁ ପଡ଼ିବ। ସେହିପରି 20 ରୁ 30 ବର୍ଷ ଭିତରେ 9 ଲକ୍ଷ ଟଙ୍କା ହିସାବ ରେ 15 ପ୍ରତିଶତ, 12 ରୁ 20 ଭିତରେ 15 ଲକ୍ଷ ଟଙ୍କା ହିସାବ ରେ 25 ପ୍ରତିଶତ ଟଙ୍କା ଦେବାକୁ ପଡିବ। 12 ବର୍ଷ ରୁ କମ ଭୋଗ ଦଖଲ ରେ ଥିବା ଜମି ପାଇଁ ବର୍ତ୍ତମାନର ସରକାରୀ ଦର ଅନୁସାରେ ଅର୍ଥ ରାଶି ପୈଠ କରିବାକୁ ପଡ଼ିବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ତହସିଲ, ଜିଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ରେ ଅବେଦନ କରାଯାଇ ପାରିବ।

ଆବେଦନର 90 ଦିନ ଭିତରେ ଜମି ମାମଲାର ଫଇସଲା ସହ ଧାର୍ଯ୍ୟ ଟଙ୍କା ଦେବାକୁ ପଡିବ। ନୂଆ ନିୟମ ଆଧାରରେ ଘରବାରି କ୍ଷେତ୍ରରେ 10 ଡିସିମିଲ ଜାଗା ପାଇଁ ଜିଲ୍ଲାପାଳ, 10 ରୁ 20 ଡିସିମିଲ ଜାଗା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, 20 ରୁ 50 ଡିସିମିଲି ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ, 50 ଡିସିମିଲ ରୁ 5 ଏକର ଶ୍ରୀ ମନ୍ଦିର ପରିଚାଳନା କମିଟି, ଓ 5 ଏକର ରୁ ଅଧିକ ଜମି ପାଇଁ ରାଜ୍ୟ ସରକାର ଜମି କିଣାବିକା ପାଇଁ ଅନୁମତି ପ୍ରଦାନ କରିବେ।

ଅନ୍ୟପଟେ ବାଗାୟତ ଜମି ପାଇଁ ମଧ୍ୟ ବିଭିନ୍ନ ବର୍ଗରେ ଆବେଦନ କରିବାକୁ ପଡ଼ିବ। ମହାପ୍ରଭୁଙ୍କ ଜମି ଯେଉଁଠି ଜବର ଦଖଲ ହୋଇ ରହିଛି ତାକୁ ଦଖଲକୁ ଆଣିବାକୁ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ଲ୍ୟାଣ୍ଡ ସବ କମିଟିରେ ନିଷ୍ପତ୍ତି ହୋଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.