ETV Bharat / state

ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଜଗାକୁ ଦେଖି ଭାବବିହ୍ବଳ ଭକ୍ତ

author img

By

Published : Jun 19, 2023, 8:47 AM IST

Updated : Jun 19, 2023, 11:18 AM IST

ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଜି ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ପ୍ରଥମେ ପରିମାଣିକ ଟିକେଟଧାରୀ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

Nabajouban Darshan
ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ
ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ

ପୁରୀ: ଦୀର୍ଘ 14 ଦିନର ଅପେକ୍ଷା ଶେଷ ହୋଇଛି । ଭକ୍ତଙ୍କୁ ମିଳିଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । 14 ଦିନ ପରେ ଚକା ଆଖିକୁ ଦେଖି ଭକ୍ତର ମନରେ ଖୁସିର ଲହରୀ । ଶ୍ରୀମନ୍ଦିରରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ତିନିଠାକୁରଙ୍କ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମହାପ୍ରଭୁଙ୍କୁ ଦର୍ଶନ କରି ଲୁହରେ ଭିଜିଛି ଭକ୍ତର ନୟନ । ଦିବ୍ୟ ମୁହୂର୍ତ୍ତର ସାନ୍ନିଧ୍ୟ ପାଇଁ ଚାହିଁ ରହିଥିବା ଭକ୍ତ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛି । ଅଣସର ତାଟି ଘର ଫିଟିବା ପରେ ସକାଳ 8ଟାରୁ କାଳିଆ ସାଆନ୍ତେଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଛି । ଏହା ପୂର୍ବାହ୍ନ 11ଟା ଯାଏଁ ଚାଲିବ ।

ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଜି ନବଯୌବନ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ପ୍ରଥମେ ପରିମାଣିକ ଟିକେଟଧାରୀ ଦର୍ଶନ କରିଛନ୍ତି । ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କରିଛନ୍ତି ପରମାଣିକ ଟିକେଟଧାରୀ । ସକାଳ 8ଟାରୁ 9ଟା ଯାଏ ପରିମାଣିକ ଟିକେଟ ଦର୍ଶନ ପରେ 9ଟାରୁ 11ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ରହିଛି । ନବଯୌବନ ଦର୍ଶନକୁ ସୀମିତ ସମୟ ମଧ୍ୟରେ ଶେଷ କରିବାକୁ ସ୍ଥିର ହୋଇଛି । ଏହି ସମୟ ପରେ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିରତକୁ ଯାଇ ବେଢା ପରିକ୍ରମା କରିବା ସହିତ ମହାପ୍ରସାଦ ସେବନ କରିପାରିବେ । ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇ ଭକ୍ତ ଭାବ ବିହ୍ଵଳ ହୋଇଛନ୍ତି ।

ବନକଲାଗି ନୀତି ପରେ ନବଯୌବନ ପ୍ରାପ୍ତି ହୋଇଛନ୍ତି ଶ୍ରୀଜିଉ । ଶ୍ରୀମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ । ସ୍ନାନପୂର୍ଣ୍ଣିମାରେ ସ୍ନାନ କରି ଅସୁସ୍ଥ ଶ୍ରୀଜୀଉ ଦୀର୍ଘ 14 ଦିନ ପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ତୃପ୍ତି ଲାଭ କରିଛନ୍ତି ଭକ୍ତ । ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ରହିଛି ବିଶ୍ୱାସ । ପ୍ରାୟ 3ଘଣ୍ଟାର ନବଯୌବନ ଦର୍ଶନ ବ୍ୟବସ୍ଥା ରହିଥିବା ବେଳେ ଭକ୍ତ ଓ ଭଗବାନଙ୍କର ମହାମିଳନ ହୋଇଛି । ପରିମାଣିକ ଟିକେଟ କିଣିଥିବା ଶ୍ରଦ୍ଧାଳୁମାନେ ଦକ୍ଷିଣ ଦ୍ୱାର ଦେଇ ସକାଳ 8 ଟା ଠାରୁ 9 ଟା ପର୍ଯ୍ୟନ୍ତ ନବଯୌବନ ଦର୍ଶନ କରିବାର ବ୍ୟବସ୍ଥା ରହିଛି । 9ଟା ଠାରୁ 11ଟା ସାହାଣ ମେଲା ଦର୍ଶନ ହେବ ।

ଆସନ୍ତାକାଲି (ମଙ୍ଗଳବାର) ରଥାରୂଢ ହୋଇ ନବଦିନାତ୍ମକ ଯାତ୍ରାରେ ଯିବେ ଶ୍ରୀବିଗ୍ରହ । ସେପଟେ ଆଜ୍ଞାମାଳ ପରେ ତିନି ରଥକୁ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବ । ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ ପରେ ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ନେବେ । ତିନି ରଥକୁ ଉତ୍ତରମୁହାଁ କରି ରଖାଯିବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ତିନି ରଥରେ ଠାକୁରକୁ ବିଜେ କରି ରଥଟଣା ଆରମ୍ଭ ହେବ । ଆଜି ନବ ଯୌବନ ଦର୍ଶନରେ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା ପାଇଁ 70 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jun 19, 2023, 11:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.