ETV Bharat / state

ବିନା ଭକ୍ତରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

author img

By

Published : Jun 20, 2020, 9:00 AM IST

Updated : Jun 20, 2020, 10:01 AM IST

ନୀତି ନିର୍ଘଣ୍ଟ ଅନୁଯାୟୀ ବନକ ଲାଗି ସକାଳ 9 ଟା ରୁ 12 ଟା , 12 ଟା 15 ରେ ଚକା ଅପସର ନୀତି, ସାଢେ 12 ଟାରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତି ବଢି ସାଢ଼େ ଗୋଟାଏରେ ଦଶ ଅବତାର ଠାକୁରଙ୍କ ବାହୁଡା ବିଜେ ନୀତି ହେବ। ଅପରାହ୍ନ 2 ଟାରେ ତାଟି ଫିଟିବ।

ବିନା ଭକ୍ତରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ
ବିନା ଭକ୍ତରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ: ଅଣସର ଘରେ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ନବଯୌବନ ପ୍ରାପ୍ତି ହେବା ପାଇଁ ଅଣସର ପିଣ୍ଡିରେ ଚାଲିଥିବା ପ୍ରସ୍ତୁତି ପର୍ବରେ ଶୁକ୍ରବାର ବନକ ଲାଗି ହୋଇଛି। ଦତ୍ତ ମହାପାତ୍ର ସେବକମାନେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି। ଏଥି ସହିତ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଖଡ଼ି ପ୍ରସାଦ ଲାଗି ହୋଇଛି।

ତେବେ ଶନିବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। କୋରୋନା କଟକଣା ପାଇଁ ଶନିବାର ବିନା ଭକ୍ତରେ ମହାପ୍ରଭୁ ଦର୍ଶନ ଦେବେ। ତେବେ ନୀତି ନିର୍ଘଣ୍ଟ ଅନୁଯାୟୀ ବନକ ଲାଗି ସକାଳ 9 ଟା ରୁ 12 ଟା , 12 ଟା 15ରେ ଚକା ଅପସର ନୀତି, ସାଢେ 12ଟାରେ ମଙ୍ଗଳ ଆଳତୀ ସହ ଅନ୍ୟାନ୍ୟ ନୀତି ବଢି ସାଢ଼େ ଗୋଟାଏରେ ଦଶ ଅବତାର ଠାକୁରଙ୍କ ବାହୁଡା ବିଜେ ନୀତି ହେବ। ଅପରାହ୍ନ 2ଟାରେ ତାଟି ଫିଟିବ।

ବିନା ଭକ୍ତରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ଏହା ପରେ ନୀତି କାନ୍ତି ବଢି ସାଢେ 6ଟାରେ ନେତ୍ରୋତ୍ସବ ବନ୍ଦାପନା ସହ ଅନ୍ୟାନ୍ୟ ନୀତି ବଢି ମଇଲମ, ତଡ଼ପ ଲାଗି ନୀତି ପରେ ଗ୍ରହଣ ପାଇଁ ଦେବ ନୀତି ବନ୍ଦ ହେବ । ସେହିପରି 21 ତାରିଖ ଦିନ 10 ଟା 37ରେ ଗ୍ରହଣ ସ୍ପର୍ଶ ପରେ ଉତ୍ତରୀ ମଇଲମ ଓ ଗ୍ରହଣ ମହାସ୍ନାନ ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 20, 2020, 10:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.