ETV Bharat / state

ଅସ୍ତରଙ୍ଗ ହତ୍ୟାକାଣ୍ଡକୁ 24 ଘଣ୍ଟା, ହତ୍ୟାକାରୀକୁ ଗିରଫ ଦାବିରେ ରାସ୍ତାରୋକ - ଆଳସାହି ହତ୍ୟାଘଟଣାରେ ଅଭିଯୁକ୍ତକୁ ଗିରଫ ଦାବୀ କରି ଆଳସାହି ଛକରେ ରାସ୍ତା ଅବରୋଧ

ଅସ୍ତରଙ୍ଗ ହତ୍ୟାକାଣ୍ଡ ଅଭିଯୁକ୍ତକୁ ଗିରଫ ଦାବିକରି ଅସ୍ତରଙ୍ଗ ଆଳସାହି ଛକରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Oct 6, 2019, 10:13 PM IST

Updated : Oct 7, 2019, 8:03 AM IST

ପୁରୀ: ଅସ୍ତରଙ୍ଗ ଆଳସାହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତର ଗିରଫ ଦାବି କରି ଆଳସାହି ଛକରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଭିଯୁକ୍ତର ତୁରନ୍ତ ଗିରଫ ଦାବି ନେଇ ଏହି ରାସ୍ତାରୋକ ହୋଇଛି। ତେବେ ପୋଲିସର ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଛନ୍ତି ଲୋକେ। ଏହି ଘଟଣାରେ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି। ଅଭିଯୁକ୍ତକୁ ପୋଲିସ ଚିହ୍ନଟ କରିସାରିଛି। ଖୁବ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁରୀ ଏସପି କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଘଟଣା ଅନୁସାରେ ଗତକାଲି ରାତି ପ୍ରାୟ 11 ଟା ବେଳେ ସାଧୁ ସ୍ଵାଇଁ କୌଣସି କାର୍ଯ୍ୟ ନିମନ୍ତେ ବଜାରକୁ ଆସିଥିବା ବେଳେ ଅଭିଯୁକ୍ତଙ୍କ ସହିତ ବଚସା ହୋଇଥିଲା । ଖବର ପାଇ ସାଧୁ ସ୍ଵାଇଁଙ୍କ ପୁଅ ଦିଲ୍ଲୀପ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ସାଧୁଙ୍କ ପୁଅ ଓ ଅଭିଯୁକ୍ତ ମଧ୍ୟ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଏକ ଛୁରୀରେ ଦିଲ୍ଲୀପଙ୍କୁ ଆକ୍ରମଣ କରିଥିଲେ । ପୁଅକୁ ରକ୍ଷା କରିବାକୁ ଯାଇ ସାଧୁ ସ୍ବାଇଁ ମଧ୍ୟ ଆହତ ହୋଇଛନ୍ତି । ଦିଲ୍ଲୀପ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ବାପା ସାଧୁ ସ୍ଵାଇଁ ଗୁରୁତ୍ବର ଅବସ୍ଥାରେ ଚିକିତ୍ସିତ ଅଛନ୍ତି । ଅନ୍ୟପଟେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଅସ୍ତରଙ୍ଗ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବାରୁ ଏପରି ହତ୍ୟାକାଣ୍ଡ ମାନ ଘଟୁଛି ବୋଲି ଅଭିଯୋଗ କରିଛନ୍ତି । ଏହାସହ ଏହି ଘଟଣାରେ ପରୋକ୍ଷରେ ପୋଲିସକୁ ଦାୟୀ କରିଛନ୍ତି ଜନ ସାଧାରଣ ।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଗିରଫ ଦାବି କରି ରାସ୍ତା ଅବରୋଧ କରିଥିବା ବେଳେ ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବାର ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଅସ୍ତରଙ୍ଗ ହତ୍ୟାକାଣ୍ଡ ର ଅଭିଯୁକ୍ତ କୁ ଗିରଫ ଦାବି ରେ ରାସ୍ତା ରୋକBody:
ଅସ୍ତରଙ୍ଗ ଆଳସାହି ହତ୍ୟାଘଟଣା ରେ , ଅଭିଯୁକ୍ତକୁ ଗିରଫ ଦାବୀ କରି ଅ।ଳସାହି ଛକରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅଭିଯୁକ୍ତ କୁ ତୁରନ୍ତ ଗିରଫ ଦାବି ନେଇ ଏହି ରାସ୍ତା ରୋକ ହୋଇ ଥିଲା। ତେବେ ପୋଲିସ ର ବୁଝା ସୁଝା ପରେ ଆନ୍ଦୋଳନ ରୁ ଲୋକେ ଓହରି ଛନ୍ତି। ତେବେ ଏହି ଘଟଣା ରେ ଜଣେ ବ୍ୟକ୍ତି କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି। ଅଭିଯୁକ୍ତ ଙ୍କୁ ପୋଲିସ ଚିନ୍ହଟ କରିଛି। ଖୁବ ଶୀଘ୍ର ପୋଲିସ ତାଙ୍କୁ ଗିରଫ କରିବ ବୋଲି ପୁରୀ ଏସ ପି କହିଛନ୍ତି। ଅଭିଯୁକ୍ତ ଙ୍କୁ ଗିରଫ ନେଇ ଦୁଇଟି ପୋଲିସ ଟିମ ଗଠନ କରାଯାଇ ଚଢ଼ାଉ ଜାରି ରହିଛି। ତେବେ ଘଟଣା ତଦନ୍ତ ପରେ ହତ୍ୟାକାଣ୍ଡ ର ପ୍ରକୃତ କାରଣ କହି ହେବ ବୋଲି ଏସ ପି କହିଛନ୍ତି।
ଗତକାଲି ରାତି ପ୍ରାୟ 11 ଟା ସମୟରେ ସାଧୁ ସ୍ଵାଇଁ ନିଜର ଏକ ଦଶାହ କାର୍ଯ୍ୟ ନିମନ୍ତେ ବଜାରରୁ କିଛି ସଉଦା ଅ।ଣିବା ନିମନ୍ତେ ଅ।ସିଥିବା ବେଳେ ଅଭିଯୁକ୍ତଙ୍କ ସହିତ କୈାଣସି କାରଣରୁ ବଚସା ହୋଇଥିଲା। ପାଟିତୁଣ୍ଡ ଶୁଣି ପୁଅ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ସହିତ ପୁଣି ଵଚସା ହେବାରୁ ଅଭିଯୁକ୍ତ ଛୁରୀ ରେ ପୁଅ ଦିଲ୍ଲିପଙ୍କୁ ଅ।କ୍ରମଣ କରିଥିଲା, ପୁଅକୁ ରକ୍ଷା କରିବାକୁ ଯାଇ ବାପା ମଧ୍ୟ ଅ।କ୍ରମଣର ଶିକାର ହୋଇଥିଲେ । ପୁଅ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ବରଣ କରିଥିବା ବେଳେ ବାପା ସାଧୁ ସ୍ଵାଇଁ ଗୁରୁତର ଅବସ୍ଥାରେ ଚିକିତ୍ସିତ ଅଛନ୍ତି । ଅ।ଜି ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଗିରଫ ଦାବୀ କରି ରାସ୍ତା ଅବରୋଧ କରିଥିବା ବେଳେ ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତକୁ ଗିରଫ କରାଯିବାର ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଥିଲା। ସେପଟେ ଅ।ଳସାହି ଗ୍ରାମରେ ନିଶାକାର ଦିନକୁ ଦିନ ବୁଦ୍ଧି ଯୋଗୁଁ ଏଭଳି ହତ୍ୟାକାଣ୍ତ ଘଟିଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ନିଶା ଖାଇ ଅପରାଧି ଏଭଳି ଜଘନ୍ୟ କାଣ୍ଡ କରୁଛନ୍ତି। ପୂର୍ବରୁ ମଧ୍ୟ ଅନେକ ହତ୍ୟାକାଣ୍ଡ ଘଟିଛି। ହେଲେ ପୋଲିସ ନିଶା କାରବାର କୁ ରୋକୁ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
ବାଇଟ- ସ୍ଥାନୀୟ ବାସିନ୍ଦା
ବାଇଟ2, ଉମା ସଙ୍କର ଦାଶ, ପୁରୀ ଏସ ପି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Oct 7, 2019, 8:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.