ETV Bharat / state

ପିନାକୀଙ୍କ କୁଶପୁତ୍ତଳିକା ଦାହ କଲା ପୁରୀ ବିଜେପି ଯୁବ ମୋର୍ଚ୍ଚା - ପୁରୀ ବିଜେପି ଯୁବ ମୋର୍ଚ୍ଚା ପ୍ରତିବାଦ

ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟ ନେଇ ଭୁଲ ତଥ୍ୟ ଦେବା ନେଇ ସାଂସଦ ପିନାକୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କଲା ପୁରୀ ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ

ପିନାକୀଙ୍କ କୁଶପୁତ୍ତଳିକା ଦାହ କଲା ପୁରୀ ବିଜେପି ଯୁବ ମୋର୍ଚ୍ଚା

author img

By

Published : Apr 2, 2022, 9:15 PM IST

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ନେଇ ଲୋକସଭାରେ ପୁରୀ ସାଂସଦ ପିନାକୀ ମିଶ୍ର ଦେଇଥିବା ତଥ୍ୟକୁ ନେଇ ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି । ପୁରୀ ଏମପି ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ଆଣି ଆଜି ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପୁରୀ ଟାଉନ ଥାନା ସମୁଖରେ ବିକ୍ଷୋଭ କରାଯିବା ସହ ପିନାକୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଯୁବ ମୋର୍ଚ୍ଚା କହିଛି, ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନାମରେ ଶ୍ରୀମନ୍ଦିର ଚାରିପାଖରେ ବଡ଼ବଡ଼ ଗର୍ତ୍ତ କାହିଁକି ଖୋଳାଯାଇଛି । କ’ଣ ସେଠାରେ ପ୍ରକୃତରେ ନିର୍ମାଣ କରାଯିବ ସେନେଇ ସ୍ପଷ୍ଟୀକରଣ ମାଗିଛି ବିଜେପି । ଶ୍ରୀମନ୍ଦିର ଚାରିପାଖରେ ନିର୍ମାଣ କାର୍ଯ୍ୟ ହେଲେ ଶ୍ରୀମନ୍ଦିର ପ୍ରତି ବିପଦ ଥିବା ASI କହିସାରିଥିବାବେଳେ ସରକାର କାହିଁକି ଜୋରଜବରଦସ୍ତ କାର୍ଯ୍ୟ କରୁଛନ୍ତି ସେନେଇ ବିଜେପି ପ୍ରଶ୍ନ କରିଛି ?

ପିନାକୀଙ୍କ କୁଶପୁତ୍ତଳିକା ଦାହ କଲା ପୁରୀ ବିଜେପି ଯୁବ ମୋର୍ଚ୍ଚା

ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟ ନେଇ ପୁରୀ ଏମପି ପରିଦର୍ଶନ ନକରି ସେଠାରେ କୌଣସି ନିର୍ମାଣ କାର୍ଯ୍ୟ ହେଉନାହିଁ, କେବଳ ମାତ୍ର ଦୁଇଟି ଶୌଚାଳୟ ହେଉଥିବା ପୁରୀ ଏମପି କହିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପ୍ରଶ୍ନ କରିଛି । ଯଦି ସରକାର ଶୌଚାଳୟ ନିର୍ମାଣ କରୁଛନ୍ତି ତାହା ହେଲେ କ’ଣ ଶୌଚାଳୟ ପାଇଁ 30 ଫୁଟ ମାଟି ଖୋଳି ନିର୍ମାଣ କାର୍ଯ୍ୟ କରାଯାଏ କି ବୋଲି ବିଜେପି ପ୍ରଶ୍ନ କରିଛି ? ତୁରନ୍ତ ପୁରୀ ଏମପି ପିନାକୀ ମିଶ୍ର ଏହାର ଜବାବ ଦେବାକୁ ବିଜେପି କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିବି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.