ETV Bharat / state

ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ହତ୍ୟା

author img

By

Published : Nov 14, 2019, 9:02 AM IST

ପୁରୀ ଜିଲ୍ଲାରେ ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ : ଫାଇଲ ଫଟୋ

ପୁରୀ : ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ହତ୍ୟା । ପୁରୀ ସଦର ଥାନା କରୁଅ ଅଞ୍ଚଳରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଜଣେ ଯୁବକକୁ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଖଣ୍ଡାରେ ଅତି ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି ।

ପୁରୀ ସଦର ଥାନା ଆନ୍ତର୍ଗତ କରୁଅ ନିକଟସ୍ଥ କଣ୍ଠପୁର ଗାଁର ବେଲ ବିଶ୍ବାଳକୁ ବିଳମ୍ବିତ ରାତିରେ ଅତି ନିର୍ମମ ଭାବେ ହତ୍ୟା କରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି। ତେବେ ହତ୍ୟାକାଣ୍ଡର କାରଣ ଜଣା ପଡିନଥିଲେ ମଧ୍ୟ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୂର୍ଵ ଶତ୍ରୁତା ରୁ ହତ୍ୟାକାଣ୍ଡBody:ପୁରୀ ସଦର ଥାନା କରୁଅ ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକକୁ ହତ୍ୟା କରାଯାଇଛି। ଗତ କାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଖଣ୍ଡା ରେ ଅତି ନୃଶଂସ ଭାବେ ହାଣି ହତ୍ୟା କରିଛନ୍ତି। ମୃତକ ଯୁବକ ଜଣକ ହେଲେ ନିକଟସ୍ଥ କଣ୍ଠ ପୁର ଗାଁର ବେଲ ବିଶ୍ୱାଳ ବୋଲି ଜଣା ପଡ଼ିଛି। ହତ୍ୟା କରି ଦୁର୍ବୁତ୍ତ ମାନେ ଫେରାର ହୋଇ ଯାଇ ଛନ୍ତି। ତେବେ ହତ୍ୟାକାଣ୍ଡ ର କାରଣ ଜଣା ପଡି ଥିଲେ ମଧ୍ୟ ପୂର୍ଵ ଶତ୍ରୁତା କୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ଖେଳି ଯାଇଛି। ପୁରୀ ପୋଲିସ ପହଂଚି ତଦନ୍ତ ଆରଂଭ କରିଛି। ସ୍ଥାନୀୟ ଅଞ୍ଚଳରେ ଉତେଜନା ଲାଗି ରହିଥିବା ହେତୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.