ETV Bharat / state

ନିମାପଡାରେ ଜନୈକ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା, ଦୁର୍ବୃତ୍ତ ଫେରାର

author img

By ETV Bharat Odisha Team

Published : Sep 27, 2023, 11:55 AM IST

ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରି ଦୁର୍ବୃତ୍ତ ଫେରାର । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର
ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର

ପୁରୀ: ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରି ଦୁର୍ବୃତ୍ତ ଫେରାର୍‌ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୁରୀ ଜିଲ୍ଲା ନିମାପଡ଼ା ଅନ୍ତର୍ଗତ ରେଞ୍ଜ୍‌ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମଙ୍ଗଳବାର ରାତିରେ ରକ୍ତ ଜୁ଼ଡୁବୁଡୁ ଅବସ୍ଥାରେ ରାସ୍ତାକଡରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରେ ତାଙ୍କ ବାଇକ୍‌ ମଧ୍ୟ ପଡ଼ିଛି । ତେବେ ମୃତ ବ୍ୟକ୍ତି ଜଣକ ପିପିଲି ଶିରିଆପୁର ଗ୍ରାମର ବାସୁଦେବ ମାଝି ବୋଲି ଜଣା ପଡ଼ିଛି । ତେବେ ହତ୍ୟାକାଣ୍ଡ ପଛରେ ଥିବା କାରଣ ଏବେବି ଅସ୍ପଷ୍ଟ ରହିଛି । ଅନ୍ୟପଟେ ଅଭିଯୁକ୍ତ ମଧ୍ୟ ଫେରାର ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ମୃତକ ଶିରିଆପୁର ଗ୍ରାମର ବାସୁଦେବ ମାଝିଙ୍କ ଶ୍ୱଶୂର ଘର ନିମାପଡ଼ା ରେଞ୍ଜ ଅଞ୍ଚଳରେ । ତେବେ ସେ କେଉଁଥି ପାଇଁ ଓ କେଉଁ ଆଡ଼େ ଯାଉଥିଲେ ତାହା ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ନିଶା କାରବାର କିମ୍ୱା ଚୋରି ଉଦ୍ଦେଶ୍ୟରେ କେହି ଦୁର୍ବୃତ୍ତ ଏଭଳି ହତ୍ୟାକାଣ୍ଡ ଘଟାଇଥାଇ ପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ସ୍ଥାନୀୟ ଲୋକ ଓ ପରିବାର ଲୋକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରି ପଚରାଉଚରା କରିଛି ପୋଲିସ । ତେବେ ଖୁବଶୀଘ୍ର ଏହି ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବା ସହ ଅଭିଯୁକ୍ତ ଧରା ପଡ଼ିବ ବୋଲି ଆଶା ରଖିଛି ପୋଲିସ ।
ଏହାମଧ୍ୟ ପଢନ୍ତୁ.. ଗଜପତିରେ ଡବଲ ମର୍ଡର, ଘରେ ପଶି ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା

ସେହିଭଳି ଗଜପତି ଜିଲ୍ଲା ଅଡବା ଥାନା ଘୋଡାପଙ୍କା ଗାଁରେ ଡବଲ ମର୍ଡର ହୋଇଛି । ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ସୋମବାର ସନ୍ଧ୍ୟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସେହି ଗାଁର କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ପତ୍ନୀ ଶଶି ମଲ୍ଲିକ । 2 ଜଣ ଦୁର୍ବୃତ୍ତ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରି କପିଳେନ୍ଦ୍ରଙ୍କୁ ହତ୍ୟା କରିବା ପରେ ଗାଁ ରାସ୍ତାରେ ତାଙ୍କ ସ୍ତ୍ରୀ ଶଶିଙ୍କୁ ମଧ୍ୟ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ହତ୍ୟା କରାଯାଉଥିବା ଅନୁମାନ କରାଯାଉଛି । ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.