ETV Bharat / state

ଅଦିନିଆ ରଥଯାତ୍ରା ଆୟୋଜନ, ଇସ୍କନ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଦାବି - ଶ୍ରୀମନ୍ଦିର ପ୍ରଶାସନ

ଅଦିନିଆ ରଥଯାତ୍ରା ଆୟୋଜନ କରୁଥିବା ଇସ୍କନ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତିଙ୍କୁ ଦାବିପତ୍ର ।

ଅଦିନିଆ ରଥଯାତ୍ରା ଆୟୋଜନ, ଇସ୍କନ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

author img

By

Published : Dec 13, 2022, 11:03 PM IST

ଅଦିନିଆ ରଥଯାତ୍ରା ଆୟୋଜନ, ଇସ୍କନ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ପୁରୀ: ଅଦିନିଆ ରଥଯାତ୍ରା ଆୟୋଜନ । ଏନେଇ ଉକ୍ତ ଇସ୍କନ ବିରୋଧ ରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତିଙ୍କୁ ଦାବି ପତ୍ର । ତେବେ ପଞ୍ଜାବ ର ଅମୃତସର ରେ ଗତ 10 ତାରିଖରେ ରଥଯାତ୍ରା ଆୟୋଜନ କରାଯାଇଥିବାରୁ ଏହାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପରମ୍ପରାକୁ ଭଙ୍ଗ କରି ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ଉତ୍କଳ ବିଦ୍ୟୋତ ପରିଷଦ ବିରୋଧ କରିଛି । ଏଥିସହ ପରିଷଦ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ, ଗଜପତି ମହାରାଜା ଓ ରାଜ୍ୟ ସରକାର ଙ୍କୁ ଚିଠି ଦେଇ ଅବଗତ କରାଯାଇଛି।

ଅନ୍ୟପଟେ ତୁରନ୍ତ ଇସ୍କନ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ କରିଛି ସଙ୍ଗଠନ । ଅତି ଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ସ୍ଵତନ୍ତ୍ର ଆଇନ ପାଇଁ ପ୍ରସ୍ତାବ ରାଜ୍ୟ ସରକାର ଦେବା ପାଇଁ ଦାବି ହୋଇଛି । ଏନେଇ ସ୍ଵତନ୍ତ୍ର ଆଇନ କରି ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଥିବା ବ୍ୟକ୍ତି ବିଶେଷ ଙ୍କ ବିରୋଧ ରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ଉତ୍କଳ ବିଦୂତ୍ ପରିଷଦ ଦାବି କରିଛି । ରାଜ୍ୟ ସରକାର ଏନେଇ ସବୁ ରାଜ୍ୟ କୁ ଅବଗତ କରାଇବା ଉଚିତ ।

ସେପଟେ ଶ୍ରୀମନ୍ଦିର ପ୍ରଶାସନ କହିଛି ଇସ୍କନ ପରମ୍ପରା ଭଙ୍ଗ କରିଥିବାରୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଦେଶରେ ଅଦିନିଆ ରଥଯାତ୍ରା କୁ ଅନୁମତି ନ ଦେବାକୁ ସଂସ୍କୃତି ବିଭାଗ ମାଧ୍ୟମରେ ସବୁ ରାଜ୍ୟ ର ମୂଖ୍ୟ ଶାସନ ସଚିବ ଙ୍କୁ ଅବଗତ କରାଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.