ETV Bharat / state

ଶ୍ରୀମନ୍ଦିରରେ ଭକ୍ତଙ୍କ ଭିତରେ ଠେଲାପେଲା; 20 ଆହତ - ଶ୍ରୀମନ୍ଦିର

ଶ୍ରୀମନ୍ଦିରରେ ପ୍ରବଳ ଗହଳି ଯୋଗୁଁ ଠେଲାପେଲା । ହବିଷ୍ୟାଳୀଙ୍କ ସମେତ 20 ଶ୍ରଦ୍ଧାଳୁ ଆହତ । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିରରେ ପ୍ରବଳ ଗହଳି
ଶ୍ରୀମନ୍ଦିରରେ ପ୍ରବଳ ଗହଳି
author img

By ETV Bharat Odisha Team

Published : Nov 10, 2023, 12:49 PM IST

Updated : Nov 10, 2023, 2:58 PM IST

ଶ୍ରୀମନ୍ଦିରରେ ଭକ୍ତଙ୍କ ଭିତରେ ଠେଲାପେଲା

ପୁରୀ: ଶ୍ରୀମନ୍ଦିରରେ ଆଜି(ଶୁକ୍ରବାର) ପ୍ରବଳ ଗହଳି ଯୋଗୁଁ ଠେଲାପେଲା ହୋଇଛି । ଏଥିରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାହା ସୂଚନା ମିଳିଛି, ସକାଳେ ମଙ୍ଗଳ ଆଳତୀ ସମୟରେ ଘଣ୍ଟିଦ୍ବାର ଓ ସାତପାହାଚ ନିକଟରେ ଶ୍ରଦ୍ଧାଳୁଙ୍କ ଭିତରେ ଠେଲାପେଲା ହୋଇଥିଲା । ଏଥିରେ ବହୁ ହବିଷ୍ୟାଳୀ ସମେତ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ତେବେ ତ୍ରୁଟିପୂର୍ଣ୍ଣ ଦର୍ଶନ ବ୍ୟବସ୍ଥା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ସେପଟେ ପୁରୀ ଏସ୍‌ପି କହିଛନ୍ତି ଏଭଳି କୌଣସି ଘଟଣା ଘଟିନି ।

ସୂଚନା ମୁତାବକ, ମଙ୍ଗଳ ଆଳତୀ ପରେ ସିଂହଦ୍ବାର ବ୍ୟାରିକେଡ ଖୋଲାଯିବା ସମୟରେ ହବିଷ୍ୟାଳୀମାନଙ୍କୁ ଏକକାଳୀନ ମନ୍ଦିରକୁ ଛଡାଯାଇଥିଲା । ଫଳରେ ଘଣ୍ଟିଦ୍ବାର ନିକଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଯୋଗୁଁ ଠେଲାପେଲା ହୋଇଥିଲା । ପୋଲିସ ଓ ଜେଟିପିମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ । ଆହତ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁମାନଙ୍କ କହିବା କଥା, ଠେଲାପେଲା ସମୟରେ ଲୋକମାନେ ସେମାନଙ୍କ ଉପରେ ଚଢିଯିବା ସହ ଚକଟି ଦେଇଥିଲେ । ଫଳରେ ବହୁ ଶ୍ରଦ୍ଧାଲୁ ଆହତ ହେବା ସହ ଅନେକ ଗୁରୁତର ଅଛନ୍ତି । ବଗଲା ଧର୍ମଶାଳା ସରକାରୀ ହବିଷ୍ୟାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ୟାଳୀଙ୍କ ଗୋଡରେ ଶକ୍ତ ଆଘାତ ଲାଗିଛି ।

ଏହାମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ନେଇ ଡେଡ୍‌ଲାଇନ ଦେଲା କଂଗ୍ରେସ

କିଛି ଆହତଙ୍କୁ ଶ୍ରୀମନ୍ଦିର ଭିତରେ ଥିବା କାର୍ଯ୍ୟାଳୟରେ ରଖିଥିଲେ । ସେଠାରେ ସେମାନଙ୍କୁ ଫ୍ୟାନ ଓ ଏସି ଲଗାଇ ଶୋଇ ଦେଇଥିଲେ । ଓଆରଏସ ପାଣି ମଧ୍ୟ ପିଇବାକୁ ଦେଇଥିଲେ । ପରେ ଆହତମାନଙ୍କୁ ପର୍ଯ୍ଯାୟକ୍ରମେ ମେଡ଼ିକାଲ ପଠାଯାଇଛି । ଏଥିପାଇଁ ଏକାଧିକ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା । ତେବେ ଦର୍ଶନ ବ୍ଯବସ୍ଥାରେ ଗୁରୁତର ତ୍ରୁଟି ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି । ସେପଟେ ପୁରୀ ଏସପି ଠେଲାପେଲା ଘଟଣାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, କିଛି ବୟସ୍କ ଭକ୍ତ ବେହୋସ୍ ହୋଇ ପଡିଯିବାରୁ ମେଡ଼ିକାଲ ନିଆଯାଇଛି । ସମସ୍ତେ ସୁସ୍ଥ ଅଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।

ବର୍ତ୍ତମାନ ଧର୍ମ ମାସ କାର୍ତ୍ତିକ ମାସ ଚାଲୁଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମୁଛି । ଜଗା ଦର୍ଶନ ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କ ସୁଅ ଛୁଟିଛି । କାର୍ତ୍ତିକ ବ୍ରତ କରିଥିବା ହବିଷ୍ୟାଳୀମାନଙ୍କ ଅଧିକ ଭିଡ ଲାଗି ରହୁଛି । ଭିଡ ଏମିତି ଯେ, ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କୁ ନେଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା କଷ୍ଟସାଧ୍ୟ ହୋଇପଡୁଛି । ସ୍ଥାନୀୟ ଭକ୍ତଙ୍କ ଅଭିଯୋଗ ମୁତାବକ କେବଳ କାର୍ତ୍ତିକ ମାସ ନୁହେଁ, ସପ୍ତାହ ଶେଷ ବେଳକୁ ପ୍ରାୟ ପ୍ରତ୍ୟେକ ଥର ଶ୍ରୀମନ୍ଦିରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳେ ।

ପ୍ରତ୍ୟେକ ଛୁଟି ଦିନରେ ପ୍ରାୟ ଏଠାରେ କୌଣସି ନା କୌଣସି ଶ୍ରଦ୍ଧାଳୁ ଗୁରୁତର ହେଉଛନ୍ତି । ହେଲେ ପ୍ରଶାସନର ଏଥିପ୍ରତି ନିଘା ନାହିଁ । ପୂର୍ବରୁ ଚାରିଦ୍ୱାରରୁ ପ୍ରବେଶ ଅନୁମତି ଥିଲା, ଏଣୁ ଏଭଳି ଠେଲାପେଲା ପରିସ୍ଥିିତି ଦେଖିବାକୁ ମିଳୁନଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ ହେବା ପରେ କେବଳ ଗୋଟିଏ ଦ୍ୱାରରୁ ପ୍ରବେଶ ଅନୁମତି ରହିଛି । ଶ୍ରୀମନ୍ଦିର ଚାରି ଦ୍ୱାରରୁ ପ୍ରବେଶ ଅନୁମତି ଦେବାକୁ ଦୀର୍ଘ ଦିନ ହେଲା ଶ୍ରଦ୍ଧାଳୁ ଓ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଦାବି କରିଆସୁଛନ୍ତି । ହେଲେ ଫଳ ଶୂନ । ନାନା ଆଳ ଦେଖାଇ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଏଡ଼ାଇ ଆସୁଛନ୍ତି । ଏହାର ପରିଣାମ ଭୋଗୁଛନ୍ତି ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ । ଏ ବାବଦରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ପଚାରିଲେ କେହି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି । ଏବେ ଧର୍ମ ମାସ କାର୍ତ୍ତିକ ଆରମ୍ଭ ହୋଇଛି, ଏଣୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି । ବାରମ୍ବାର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଥିବା ଡିଣ୍ଡିମ ପିଟୁଥିଲେ ମଧ୍ୟ ଅବ୍ୟବସ୍ଥା ପଦାରେ ପଡ଼ୁଛି ।

ଇଟିଭି ଭାରତ, ପୁରୀ

Last Updated : Nov 10, 2023, 2:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.