ETV Bharat / state

ଥମୁନି ପଞ୍ଜାବୀ ଓ ମଙ୍ଗୁ ମଠ ଉଚ୍ଛେଦ ବିବାଦ - ପଞ୍ଜାବୀ ଓ ମଙ୍ଗୁ ମଠ ଉଚ୍ଛେଦକୁ ନେଇ ପ୍ରତିବାଦର ସ୍ବର

ପଞ୍ଜାବୀ ଓ ମଙ୍ଗୁ ମଠ ଉଚ୍ଛେଦକୁ ନେଇ ଉଠୁଛି ପ୍ରତିବାଦର ସ୍ବର । ପୁରୀରେ ଥିବା ମଠ ଗୁଡିକର ସମ୍ପର୍କ ପ୍ରଭୁ ଜଗନ୍ନାଥଙ୍କ ସହ ଅତି ପୁରୁଣା । ଏହାର ଉଚ୍ଛେଦ କରାନଯାଉ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 1, 2019, 8:32 PM IST

ଭୁବନେଶ୍ବର: ପଞ୍ଜାବୀ ଓ ମଙ୍ଗୁ ମଠ ଉଚ୍ଛେଦ ନେଇ ଘନାଉଛି ବିବାଦ । ବିଶେଷ କରି ମଙ୍ଗୁ ମଠ ଉଚ୍ଛେଦକୁ ନେଇ ଉଠୁଛି ପ୍ରତିବାଦର ସ୍ବର । ପୁରୀରେ ଥିବା ମଠ ଗୁଡିକର ସମ୍ପର୍କ ପ୍ରଭୁ ଜଗନ୍ନାଥଙ୍କ ସହ ଅତି ପୁରୁଣା । ଏଥିପାଇଁ ଏହାକୁ ଉଚ୍ଛେଦ ନକରିବାକୁ ବାରମ୍ବାର ଅନୁରୋଧ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ଲୋକଙ୍କ ମତକୁ କେନ୍ଦ୍ର କରି ବର୍ତ୍ତମାନ ମଙ୍ଗୁ ଓ ପଞ୍ଜାବୀ ମଠ ଉଚ୍ଛେଦ ବନ୍ଦ ରହିଛି । ଏପରିକି ଏନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ଯାହାର ଶୁଣାଣି ଓଡିଶା ହାଇକୋର୍ଟ କରିବେ । ଯଦି ଉକ୍ତ ମାମଲାରେ କୌଣସି ବଳ ପୂର୍ବକ ଶୁଣାଣି ହୁଏ, ତେବେ ସୁପ୍ରିମକୋର୍ଟରେ ପୁନଃଅଭିଯୋଗ କରାଯିବ ।

ପୁରୀ ଶ୍ରୀମନ୍ଦିର 75 ମିଟର ସୁରକ୍ଷା ବଳୟକୁ ଦୃଷ୍ଟିରେ ରଖି କରାଯାଉଥିବା ଉଚ୍ଛେଦରେ ସମସ୍ତ ମଠକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଉଛି । ମଠ ବିନା ମନ୍ଦିର କିମ୍ବା ମନ୍ଦିର ବିନା ମଠର କୌଣସି ପରିଚୟ ନାହିଁ । ଏକଥା ରାଜ୍ୟ ସରକାର ବୁଝିବାର ଆବଶ୍ୟକ ରହିଛି । କାରଣ ରଥଯାତ୍ରା ସମୟରେ ଅନେକ ଲୋକ ଏହି ମଠ ଉପରେ ନିର୍ଭର କରିଥାନ୍ତି । ସେ ସମୟରେ ମଠ ଏକ ପ୍ରକାର ଏମ୍ବାସି ଭଳି କାମ କରେ ବୋଲି କହିଛନ୍ତି ଐତିହାସିକବିତ ଅନିଲ ଧୀର ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ପଞ୍ଜାବୀ ଓ ମଙ୍ଗୁ ମଠକୁ ନେଇ ଘନାଉଛି ବିବାଦ।

ପୁରୀରେ ଥିବା ବିଭିନ୍ନ ସମ୍ପ୍ରଦାୟ ର ପ୍ରସିଦ୍ଧ ମଠ କୁ ନେଇ ବିବାଦ ଦେଖା ଯାଇଛି। ବିଶେଷ ଭାବରେ ମଙ୍ଗୁ ମଠକୁ ନେଇ ବିବାଦ ଲାଗିଛି। ପୁରୀରେ ରହିଥିବା ମଠ ଗୁଡିକ ପ୍ରଭୁ ଜଗନ୍ନାଥଙ୍କ ସହ ସମ୍ପର୍କଅତି ପୁରୁଣା। ତେବେ ମଠ ଗୁଫିକକୁ ଉଛେଦ ନ କରିବାକୁ ଅନୁରୋଧ କରିଛନ୍ତି ।

Body:
ସୂଚନା ଅନୁଯାୟୀ, ମଙ୍ଗୁ ମଠ ଓ ପଞ୍ଜାବୀ ମଠ ଦୁଇ ମଠର ଲୋକମାନଙ୍କ ମତକୁ କେନ୍ଦ୍ରକରି ଉଛେଦ ବନ୍ଦ ରହିଛି। ଏହା ଉପରେ ମାମଲା ରୁଜୁ କରି ସୁପ୍ରିମ କୋର୍ଟରେ ମାମଲା ଦାୟର କରାଯାଇଛି। ଏହା ଛଡା ଓଡିଶା ମାନ୍ୟବର ହାଇକୋର୍ଟ ଏହା ଉପରେ ଶୁଣାଣି କରିବେ। ଯଦି ଏହା ଉପରେ କୌଣସି ବଳ ପୂର୍ବକ ଶୁଣାଣି କରାଯାଏ ତେବେ ସୁପ୍ରିମ କୋର୍ଟ ରେ ପୁନଃ ଅଭିଯୋଗ କରାଯିବ। ପୁରୀରେ ଯେଉଇଁ ଭଳି ଭାବରେ ଶ୍ରୀ ମନ୍ଦିର ଚାରି ପାଖ ରେ ଉଛେଦ କରାଯାଉଛି। ସମସ୍ତ ମଠ କୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଉଛି। ରାଜ୍ୟ ସରକାର ଜାଣିବା ଦରକାର ଯେ ମଠ ବିନା ମନ୍ଦିର ନାହିଁ କି ମନ୍ଦିର ବିନା ମଠ ନାହିଁ। ରଥ ଯାତ୍ରା ସମୟରେ ଅନେକ ଲୋକ ମାନେ ଏହି ମଠ ୱାରେ ନିର୍ଭର କରିଥାନ୍ତି। ଯେହେତୁ ମଠ ଏକ ପ୍ରକାରର ଆମ୍ବାସି ଭଳି କାମ କରେ । ରାଜ୍ୟ ତଥା ଦେଶ ବହତୁ ଆବେକ ସିକ ପଞ୍ଜାବୀ ଓ ମଙ୍ଗୁ ସମ୍ପ୍ରଦାୟର ଲୋକ ରହିଛନ୍ତି। ମଠ ବିନା ପୁରୀ ସମ୍ପୂର୍ଣ୍ଣ ଅନ୍ଧାର ବୋଲି କହିଛନ୍ତି ଅନୀଲ ଧୀର।

Byte- ଅନୀଲ ଧୀର,
Byte-ଅରବିନ୍ଦ ଲଖନ, ସିକ ଧର୍ମାବଲମ୍ବୀ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.