ETV Bharat / state

1999 ମହାବାତ୍ୟାରେ ନିଖୋଜ ଥିଲେ, 23 ବର୍ଷ ପରେ ଜୀବିତ ଫେରିଲେ

author img

By

Published : Nov 21, 2022, 1:20 PM IST

Updated : Nov 23, 2022, 10:22 AM IST

1999 ମସିହା ମହାବାତ୍ୟାରେ ହଜିଯାଇଥିଲେ କ୍ରୀତିଚନ୍ଦ୍ର ବରାଳ । ଅନେକ ଖୋଜାଖୋଜି ପରେ କ୍ରୀତିଙ୍କୁ ମୃତ ଘୋଷଣା କରାଯାଇଥିଲା । 23 ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଫେରିପାଇଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ

man missing in 1999 super cyclone return home after 23 years
1999 ମହାବାତ୍ୟାରେ ନିଖୋଜ ଥିଲେ , 23 ବର୍ଷ ପରେ ଜୀବିତ ଫେରିଲେ

ଭୁବନେଶ୍ବର: 1999 ମସିହା ମହାବାତ୍ୟା ହଜାଇ ଦେଇଥିଲା ଠିକଣା । ଭାଗ୍ୟ ଦେଲା ସାଥ୍, ଶେଷରେ ଦୀର୍ଘ 23 ବର୍ଷ ପରେ ଜନ୍ମମାଟିକୁ ଫେରିଛନ୍ତି ଜଣେ 80 ବର୍ଷୀୟ ବୃଦ୍ଧ । ପୁରୀ ଜିଲ୍ଲା ପତିଗ୍ରାମ ବାସିନ୍ଦା କ୍ରୀତିଚନ୍ଦ୍ର ବରାଳ ବିଶାଖାପାଟନମରୁ ଦୀର୍ଘ 23 ବର୍ଷ ପରେ ନିଜ ଘରକୁ ଫେରିଛନ୍ତି । ସେ ତାଙ୍କ ସ୍ମୃତି ଶକ୍ତି ହରାଇ ସାରିଛନ୍ତି । କ୍ରୀତିଙ୍କୁ ଜୀବିତ ଦେଖି ପରିବାରରେ ଖୁସିର ଲହରି ଖେଳିଯାଇଛି । ଦୀର୍ଘ ବର୍ଷ ପରେ କ୍ରୀତିଙ୍କ ଘର ବାହୁଡ଼ା ହେବା ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

1999 ମହାବାତ୍ୟାରେ ନିଖୋଜ ଥିଲେ

1999 ମହାବାତ୍ୟାରେ କ୍ରୀତି ନିଖୋଜ ହୋଇଯାଇଥିଲେ । ପରିବାର ଅନେକ ଖୋଜାଖୋଜି ମଧ୍ୟ କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ନମିଳିବାରୁ ଶେଷରେ ମୃତ ଘୋଷଣା କରିଥିଲେ । 2012 ମସିହାରେ ଜଣେ ବ୍ୟକ୍ତି ଆନ୍ଧ୍ରପ୍ରଦେଶର ବିଶାଖାପାଟନମରୁ ଉଦ୍ଧାର ହୋଇଥିଲେ । ଏ.ଜେ ଷ୍ଟାଲିନ ନାମକ ଜଣେ କର୍ପୋରେଟର ତାଙ୍କୁ ଉଦ୍ଧାର କରିଥିଲେ । ଉକ୍ତ ବ୍ୟକ୍ତି ଜଣକ ବିଶାଖାପାଟନମର ବନ୍ଦର ନିକଟରେ ରହି ଯାଯାବର ଜୀବନ ବିତାଉଥିଲେ । ଏ. ଜେ ଷ୍ଟାଲିନ ତାଙ୍କର ପ୍ରତି ଦୟା ଦେଖାଇ ପ୍ରତିଦିନ ଖାଇବାକୁ ଦିଅନ୍ତି । ଷ୍ଟାଲିନ ନିଜ କାରରେ ଆସି ଏକ ସ୍ଥାନରେ ଠିଆ ହୁଅନ୍ତି । ତାଙ୍କ ଗାଡ଼ି ଶବ୍ଦ ଶୁଣି ସେ ଖାଇବା ନେବାକୁ ଆସି ପୁଣି ଫେରିଯାନ୍ତି । ଏହିଭଳି ଭାବରେ ଦୁହିଁଙ୍କ ମଧ୍ୟରେ ଏକ ନିଆରା ସମ୍ପର୍କ ଗଢ଼ି ଉଠିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: 1999 CYCLONE: ପୁରିଛି ୨୩ବର୍ଷ, ଆଜିବି ମହାବାତ୍ୟାର ମହାକ୍ଷତି ଅପୂରଣୀୟ

ଏକଦା ଷ୍ଟାଲିନ ନିଜ କାରରେ ଆସି ସେହି ସ୍ଥାନରେ ଠିଆ ହୋଇଥିଲେ । ମାତ୍ର ବ୍ୟକ୍ତି ଜଣକ ସେଠାରେ ଉପସ୍ଥିତ ନଥିଲେ । ଅନେକ ଖୋଜାଖୋଜି କରିବା ପରେ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାପରେ ଷ୍ଟାଲିନ ତାଙ୍କୁ ଉଦ୍ଧାର କରି ବିଶାଖାପାଟନମ ସ୍ଥିତ ମିଶନାରି ଅଫ ଚାରିଟି ସହିତ ଯୋଗାଯୋଗ କରି ସେମାନଙ୍କୁ ହସ୍ତାନ୍ତର କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହେଲା । ସ୍ବାସ୍ଥ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସିବାକୁ ଲାଗିଲା । କିନ୍ତୁ ତାଙ୍କର କୌଣସି କଥା ମନେ ପଡୁନଥିଲା । ଏହାପରେ 2014ରେ ଶ୍ରୀକାକୁଲମର ଏକ ଅନୁଷ୍ଠାନକୁ ତାଙ୍କୁ ସ୍ଥାନାନ୍ତର କରାଗଲା ।

ଚିକିତ୍ସା ବେଳେ ସମ୍ପୂର୍ଣ୍ଣ ଠିକଣା ବାହାର କରିବାକୁ ଉଦ୍ୟମ କରାଗଲା । ଏକ ସ୍ବେଚ୍ଛାସେବୀ ସଂଗଠନର ସହାୟତା କ୍ରମେ ଠିକଣା ବାହାର କରାଗଲା । ଆଉ ସେହି ବ୍ୟକ୍ତି ଜଣକ ଓଡ଼ିଶାର ପୁରୀ ଜିଲ୍ଲା ପାତିଗ୍ରାମର ବାସିନ୍ଦା କ୍ରୀତିଚନ୍ଦ୍ର ବରାଳ ବୋଲି ଜଣାପଡ଼ିଥିଲା ।

ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯାଗ କରି କ୍ରୀତିଙ୍କ ହସ୍ତାନ୍ତର କରାଯାଇଛି । ଘରେ ତିନି ପୁଅ ଓ ସ୍ତ୍ରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଦୃଷ୍ଟିହୀନ । ତେବେ ଦୀର୍ଘ 23 ବର୍ଷ ପରେ ହଜିଲା ବାପାଙ୍କୁ ଜୀବିତ ଦେଖି ତିନିପୁଅଙ୍କ ଭାବବିହ୍ବଳ ହୋଇପଡ଼ିଛନ୍ତି । କ୍ରୀତିଙ୍କୁ ବ୍ରହ୍ମପୁର ସ୍ଥିତ ମିଶନାରି ଅଫ ଚାରିଟିରେ ହସ୍ତାନ୍ତର କରାଯାଇଛି । ସେଠାରୁ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ନେଇଛନ୍ତି ।

Last Updated : Nov 23, 2022, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.