ETV Bharat / state

ଚିଲିକାକୁ ଅଡୁଆ ମାଲେସିଆ ଜାହାଜ

କୃଷ୍ଣପ୍ରସାଦର ରାଜହଂସ ନିକଟରେ ଫସିଥିବା ମାଲେସିଆ ଜାହାଜର ପରିସ୍ଥିତି ପାରାଦୀପର ବ୍ଲାକରୋଜ ଭଳି ଘଟିପାରେ । ଜିନହୁଆ ନାମକ ଜାହାଜଟି ହ୍ରଦର ବାଲିରେ ଧୀରେ ଧୀରେ ଦବିବାକୁ ଲାଗିଥିବାବେଳେ ଜାହାଜର ମରାମତି ହୋଇପାରୁନାହିଁ ।

author img

By

Published : Aug 18, 2019, 3:03 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: କୃଷ୍ଣପ୍ରସାଦର ରାଜହଂସ ନିକଟରେ ଫସିଥିବା ମାଲେସିଆ ଜାହାଜର ପରିସ୍ଥିତି ପାରାଦୀପର ବ୍ଲାକରୋଜ ଭଳି ଘଟିପାରେ । ଏକଥା ଆମେ ନୁହେଁ ପରିବେଶବିତମାନେ କହୁଛନ୍ତି । ପାରାଦୀପରୁ ଦୁଇ ଜଣିଆ ମେକାନିକାଲ ଇଞ୍ଜିନିୟର ଆସି ଅନୁଧ୍ୟାନ କରି ଫେରିଯାଇଛନ୍ତି । ଜିନହୁଆ ନାମକ ଜାହାଜଟି ହ୍ରଦର ବାଲିରେ ଧୀରେ ଧୀରେ ଦବିବାକୁ ଲାଗିଥିବାବେଳେ ଜାହାଜର ମରାମତି ହୋଇପାରୁନାହିଁ ।

ଫଳରେ ଜାହାଜରେ ଥିବା ପ୍ରାୟ 13ହଜାର ଲିଟର ତେଲ କିଭଳି ନିଷ୍କାସନ ହେବ ସେନେଇ ସମସ୍ତେ ଚିନ୍ତାରେ । ନଚେତ ତେଲ ଯଦି ହ୍ରଦରେ ମିଶେ ସେପଟେ ସମୁଦ୍ର ପାଣି ମଧ୍ୟ ପ୍ରଦୂଷିତ ହେବ । ତା ସହ ଚିଲିକାର ଜୈବ ବିବିଧତା ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହେବା ସହ ମତ୍ସ୍ୟଜୀବୀମାନେ ଜୀବନ ଜୀବିକାକୁ ନେଇ ଚିନ୍ତାରେ । ସେପଟେ କୋଷ୍ଟଗାର୍ଡଙ୍କ ସହ ଯୋଗାଯୋଗ କରାଯାଇଛି । ସେଭଳି କିଛି ବିପଦ ନାହିଁ । ତଥାପି ତା ଉପରେ ନଜର ରଖାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଜାହାଜ କର୍ତ୍ତୃପକ୍ଷ କମ୍ପାନୀ ସହିତ ଆଲୋଚନା କରିଛନ୍ତି । 10 ଦିନ ଭିତରେ ଜାହାଜ ନେଇ ଯିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ତେବେ କୌଣସି ତେଲ ଲିକ୍ ହେବ ନାହିଁ ବୋଲି ଜାହାଜର ବୈଷୟିକ ଟିମ ଯାଞ୍ଚ କରି ସ୍ପଷ୍ଟ କରିଛନ୍ତି । ପ୍ରତି ଘଣ୍ଟାକୁ ଘଣ୍ଟା ସେମାନେ ତାର ଯାଞ୍ଚ କରୁଛନ୍ତି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ତେବେ ତେଲ ଲିକ୍ ହେଲେ ଚିଲିକାରେ ରହିଥିବା ୪୮ପ୍ରକାର ବିରଳ ଜଳଜୀବ, ଏରୱଡି ଡଲଫିନଙ୍କ ଜୀବନ ହୋଇଯିବାର ଆଶଙ୍କା ରହିଛି । ତେବେ ଜାହାଜଟି ଅଗଷ୍ଟ 3ରେ ବାଂଲାଦେଶରୁ ଆସି ବଙ୍ଗୋପସାଗରରେ ଫସି ଯାଇଛି । ଆଉ ସେଥିରେ ଥିବା ବିଦେଶୀ ନାଗରିକଙ୍କ ତଥ୍ୟ ରଖାଯାଇଛି । ସେହି ଜାହାଜଟି 18 ଡିଗ୍ରୀ ଢଳିକି ସମୁଦ୍ର ଆଡକୁ ରହିଛି ।

ଜାହାଜଟି ଯଦି ଲେଉଟି ଯାଏ, ତେବେ ସେଥିରେ ଥିବା ପ୍ରାୟ 3ଶହ ଲିଟର ଡିଜେଲ, 1ହଜାର ଲିଟର ଲିଉବ୍ ଅଏଲ ଓ 200ଲିଟର ହାଇଡ୍ରୋଲିକ ଅଏଲ ସିଧା ସମୁଦ୍ର ଓ ଚିଲିକା ପାଣିରେ ମିଶିବ ।

ଭାଇଜାଗର ଏକ ଏଜେନ୍ସି ତାକୁ ଭଡା ସୂତ୍ରରେ ଆଣି ଲୁହା ପଥର ବୋହିବା ପାଇଁ ନିୟୋଜନ କରିଥିଲା । ତାହାର ମାଲିକଙ୍କୁ ମଧ୍ୟ ଖବର ଦିଆଯାଇଛି । ଡକ୍ୟୁମେଣ୍ଟସନର ଯାଞ୍ଚ କରାଯାଇଛି । ଜାହାଜର ସୁରକ୍ଷା ପାଇଁ ମଧ୍ୟ ପୋଲିସ ମୁତୟନ କରାଯାଇଛି । ଜାହାଜକୁ ନେବା ପାଇଁ ମୁମ୍ବାଇର ଏକ ସଂସ୍ଥାକୁ ଦିଆଯାଇଛି । ତେଲ ଲିକକୁ ନେଇ ସେମାନେ ମଧ୍ୟ ବେଶ ଯତ୍ନବାନ ରହିଛନ୍ତି । ଜାହାଜ ସୁରକ୍ଷିତ ରହିଛି । ପ୍ରତି ଘଣ୍ଟାକୁ ଯାଇ ଜାହାଜର କର୍ମକର୍ତ୍ତାମାନେ ତେଲକୁ ମାପୁଛନ୍ତି । ତେଣୁ କିଛି ବି ଭୟ କରିବାର ଆଶଙ୍କା ନାହିଁ ।

ଅନ୍ୟପଟେ ଜାହାଜ ଲାଗିବା 12ଦିନ ବିତିଯାଇଥିଲେ ମଧ୍ୟ ତାର ମରାମତି ଉପରେ ସରକାର ଚେଷ୍ଟା କରି ନାହାଁନ୍ତି । ତେବେ ଖୁବଶୀଘ୍ର ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଅନୁରୋଧ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ଚିଲିକା ପାଈଁ ବିପଦ ମାଲେସିଆ ଜାହାଜ।
ଆଜିକୁ 12 ଦିନ ଧରି ଚିଲିକା ରାଜହଂସ ନିକଟବର୍ତ୍ତୀ ସମୁଦ୍ର କୂଳରେ ମାଲେସିଆ ର ଏକ ମାଲ ଵାହି ଜାହାଜ ଯାନ୍ତ୍ରିକ ତ୍ରୁଟି ହେବାରୁ ଭାସି ଆସି କୁଳରେ ଲାଗିଛି।ସେଥିରେ 11 ଜଣ ନାବିକ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଭାରତୀୟ ବୋଲି ଜଣାପଡିଛି।
ଚିଲିକା ତଟ ବର୍ତୀ କୁଳରେ ବିଦେଶୀ ଜାହାଜ ଲାଗିଥିବା ଖବର ପାଇ ସେଠାରେ ଜଳପଥ ସୁରକ୍ଷା କର୍ମୀ ଓ ଚିଲିକା ଉନ୍ନୟନ କତ୍ରୁ ପକ୍ଷ ପହଁଚି ନିଜର ଦାୟିତ୍ୱ ସାରି ଦେଇଥିବା ବେଳେ
ସ୍ଥାନୀୟ ଖିରିସାହି ଗ୍ରାମର ଲୋକମାନେ ଅସହାୟ ନାବିକ ଓ ଜାହାଜ ର ସୁରକ୍ଷା ନିଜ ଉପରକୁ ନେଇଛନ୍ତି।
ଜାହାଜ ଲାଗିବା 12ଦିନ ବିତିଯାଇଥିଲେ ମଧ୍ୟ ତାର ମରାମତି ଉପରେ ସରକାର ଚେଷ୍ଟା କରି ନାହାନ୍ତି।
ଢେଉ ମାଡରେ ଜାହାଜଟି ଲେଉଟିବ ଅବସ୍ଥାରେ। ଜାହାଜଟି ଯଦି ଲେଉଟାଇ ଯାଏ ତେବେ ସେଥିରେ ଥିବା ପ୍ରାୟ 3ସହ ଲିଟର ଡିଜେଲ,1ହଜାର ଲିଟର ଳିଉବ୍ ଅଏଲ ଓ 200ଲିଟର ହାଇଡ୍ରୋଲିକ ଅଏଲ ସିଧା ସମୁଦ୍ର ଓ ଚିଲିକା ପାଣିରେ ମିସିବ।ଯାହା ଫଳରେ ଜଳୀୟ ପ୍ରାଣୀ ବଂଶ ଲୋପ ପାଇଯିବ।ବିରଳ ଚିଲିକା ମାଛ,ଚିଙ୍ଗୁଡ଼ି,କଙ୍କଡା ଏବଂ ଡ଼ଲଫିନ ଲୀନ ହୋଇଯିବା ଆଶଙ୍କା କରି ପରିବେଶ ବିତ ମାନେ ଉଦ୍ ବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାର ଅବା ରାଜ୍ୟ ସରକାର ଏଥିରେ ଯଥା ଶୀଘ୍ର ହସ୍ଟଖ୍ୟାପ୍ କରିବା ପାଇଁ ଅନୁ ରୋଧ କରିଛନ୍ତି।Body:ଚିଲିକା ପାଇ ବିପଦ ସୃଷ୍ଟି କରିପାରେ ମାଲେସିଆ ଜାହାଜ।Conclusion:ଦେବାଶିଷ ଦାସ,ବ୍ରହ୍ମଗିରି
Byte . Ramasankar patra, paribesbit
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.