ETV Bharat / state

ଛିଡୁନି ପିସି ଭାଗବଣ୍ଟା, ଆଗଉନି ପାନୀୟ ଜଳପ୍ରକଳ୍ପ ! ସ୍ୱଚ୍ଛ ପାଣି ପାଇଁ ହନ୍ତସନ୍ତ ଶ୍ରୀକ୍ଷେତ୍ରବାସୀ

author img

By

Published : Dec 9, 2022, 9:04 PM IST

ଟ୍ୟାପ୍ ଲାଗିଛି, ହେଲେ ପାଣି ଆସୁନି । ଠିକାଦାର ଏବଂ ଅଧିକାରୀଙ୍କ ଭିତରେ ପିସି ଭାଗ ବଣ୍ଟା ନଛିଡିବାରୁ ଅଟକଛି କୋଟି କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ । ମୁନ୍ଦାଏ ସ୍ବଚ୍ଛ ପାଣି ପାଇବାରୁ ବଞ୍ଚିତ ସାଧାରଣ ଲୋକେ । ଅଧିକ ପଢନ୍ତୁ

ପିସି ଭାଗବଣ୍ଟା ନଛିଡିବାରୁ ଅଟକି ପାନୀଜ ଜଳପ୍ରକଳ୍ପ ! ସ୍ବଚ୍ଛ ପାଣି ପାଇଁ ହନ୍ତସନ୍ତ ସହରବାସୀ

ପୁରୀ: ୨୦୨୪ ମସିହା ପୂର୍ବରୁ ପୁରୀ ଜିଲ୍ଲାରେ ଘରେ ଘରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ମାତ୍ର ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କ ଦୁର୍ନୀତି ପାଇଁ ସ୍ବଚ୍ଛ ପାନୀୟ ପାଇବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ । ପ୍ରତି ଘରେ ପାଇପ୍ ବିଛା ଯାଇଛି । ହେଲେ ପାଣି ଆସୁନି । ଠିକାଦାର ଏବଂ ଅଧିକାରୀଙ୍କ ଭିତରେ ପିସି ଭାଗ ବଣ୍ଟା ନଛିଡିବାରୁ ଅଟକିଛି କୋଟି କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ । ପୁରୀ ସହରରୁ ମାତ୍ର କେଇ ମିଟର ଦୂରରେ ଥିବା ମୁକୁନ୍ଦ ମିଶ୍ର ନଗରରୁ ସାମ୍ନାକୁ ଆସିଛି ଏହି ଦୁର୍ନୀତି ଚିତ୍ର । ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମୁକୁନ୍ଦ ମିଶ୍ର ନଗରରେ ହୋଇଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନି । ଫଳରେ ପାଣି ପାଇଁ ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଏନେଇ ସେମାନେ ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ ଗ୍ରାମୀଣ ଜଳ ଯୋଗାଣ ଓ ପରିମଣ ବିଭାଗ (RWSS) ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ସ୍ୱଚ୍ଛ ପାଣି ପାଇଁ ହନ୍ତସନ୍ତ ଶ୍ରୀକ୍ଷେତ୍ରବାସୀ

ସୂଚନା ଅନୁସାରେ, ମୁକୁନ୍ଦ ମିଶ୍ର ନଗରରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଟାଟା ପାୱାରକୁ ୧ ଲକ୍ଷ ୧,୬୭୮ଟଙ୍କା ଦେବା କଥା RWSS । ତେବେ ଏହି ଟଙ୍କାର ୭୫ ପ୍ରତିଶତ ଅର୍ଥାତ୍ ୭୫ ହଜାର ୪୬୨ ଟଙ୍କା RWSS ଟାଟା ପାୱାରକୁ ଦେଇ ଚୁପ୍ ବସି ପଡିଛି । ତେବେ ପ୍ରକଳ୍ପ କାର୍ଯ୍ୟ ନେଇଥିବା ଠିକାଦାର ଏହି ବିଭାଗୀୟ ଅଧିକାରୀଙ୍କୁ ପିସି ଦେଇନଥିବାରୁ ପ୍ରକଳ୍ପ ବିଲ୍‌କୁ ଜାଣିଶୁଣି ବିଳମ୍ବିତ କରିବା ପାଇଁ ବିଦ୍ୟୁତ ବିଭାଗକୁ ସମ୍ପୂର୍ଣ୍ଣ ଅର୍ଥ ଦିଆଯାଇନଥିବା ଅଭିଯୋଗ ହୋଇଛି । ଟାଟା ପାୱାର ଆବଶ୍ୟକ ଅର୍ଥ ପାଇନଥିବାରୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ । ଫଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନଥିବାରୁ ହଜାର ହଜାର ଲୋକ ପାନୀୟ ଜଳ ପାଇଁ ସମସ୍ୟା ଭୋଗୁଥିବା କହିଛନ୍ତି ।

୨୦୨୪ ମସିହା ପୂର୍ବରୁ ପୁରୀ ଜିଲ୍ଲାର ସମସ୍ତ ବ୍ଲକରେ ଲୋକଙ୍କ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି । ଏଥିପାଇଁ ପୁରୀ ଜିଲ୍ଲାରେ ୫ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ ହୋଇଛି । ତେବେ ଏହି ବିପୁଳ ଟଙ୍କାକୁ ପୁରୀ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କିଛି ବରିଷ୍ଠ ଅଧିକାରୀ ହରିଲୁଟ୍ କରିବା ଯୋଜନାରେ ଅଛନ୍ତି । ଯାହାର ଉଦାହରଣ ହେଉଛି ମୁକୁନ୍ଦ ମିଶ୍ର ନଗରର ଏହି କୋଟି କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ । କାର୍ଯ୍ୟ ସରିଥିଲେ ମଧ୍ୟ ଠିକାଦାର ସହିତ ଅଧିକାରୀଙ୍କ ପିସି ଭାଗବଣ୍ଟା ବିବାଦକୁ ଯୋଗୁଁ ଏହି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନାହିଁ । ସେପଟେ ପିସି କାରବାରକୁ ନେଇ କାମ ଅଟକି ଥିବା ପ୍ରସଙ୍ଗ ଅଭିଯୋଗ ପରେ RWSS(rural water supply and sanitation)ର SDO କହିଛନ୍ତି, ''ପ୍ରକଳ୍ପ କାର୍ଯ୍ୟରେ ଥିବା ସମସ୍ୟା ସମାଧାନ କରାଯାଇ ଲୋକଙ୍କୁ ଶୀଘ୍ର ପାନୀୟ ଜଳ ଯୋଗାଇ ଦିଆଯିବ ।''

ପୁରୀ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରେ ଚାଲିଥିବା ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ତୁରନ୍ତ ସରକାର ଦୁର୍ନିତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନ ନେଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ବିଭିନ୍ନ ସଙ୍ଗଠନ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.