ETV Bharat / state

ସୁଧୁରୁ ନାହାନ୍ତି ସେବାୟତ ! ମହାପ୍ରଭୁଙ୍କ ସମ୍ମୁଖରେ ମାରପିଟ, ଗର୍ଭଗୃହରେ ପଡିଲା ରକ୍ତ ଛିଟା

ସେପଟେ ଏତେବଡ ଘଟଣା ଘଟିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ଘଟଣାର ସମାଧାନ ହୋଇଯାଇଛି । ସବୁଠାରୁ ବଡ କଥା ହେଉଛି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନେକ ଗାଇଡ ଲାଇନ କରି ଶୃଙ୍ଖଳା ପାଇଁ ପଦକ୍ଷେପ ନେଉଥିବା କହୁଥିବାବେଳେ ବିଶୃଙ୍ଖଳିତ ସେବାୟତଙ୍କ ଆଚାର ବ୍ୟବହାର ଉପରେ କୌଣସି ଅଙ୍କୁଶ ଲଗାଇ ପାରୁନାହିଁ ଶ୍ରୀ ମନ୍ଦିର ପ୍ରଶାସନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 13, 2023, 9:55 PM IST

ସୁଧୁରୁ ନାହାଁନ୍ତି ସେବାୟତ! ମହାପ୍ରଭୁଙ୍କ ସମ୍ମୁଖରେ ମାରପିଟ, ଗର୍ଭଗୃହରେ ପଡିଲା ରକ୍ତ ଛିଟା

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ ସେବାୟତଙ୍କ ମଧ୍ୟରେ ମୁଥ ମରାମରି । ଓଠ ଫାଟି ପଡିଲା ରକ୍ତ ଛିଟା । ମହାପ୍ରଭୁଙ୍କର ହେଲା ବଡ ମହାସ୍ନାନ ନୀତି । ଅପରାହ୍ନ ପ୍ରାୟ ୪ଟା ୧୦ରେ ଦ୍ଵିପ୍ରହର ଧୂପ ସରିବା ପରେ ପିଠା ସୁଆରଙ୍କ ପସରିଆ ବାବୁଲି ପ୍ରଧାନଙ୍କ ପିଠା ଅଧିକା କାଢି ଦେଇଥିଲେ ପତ୍ରିବଡୁ ସେବାୟତ ମାଧବ ପତ୍ରି । ଏନେଇ ଜଗନ୍ନାଥଙ୍କ ସମ୍ମୁଖରେ ଗର୍ଭଗୃହରେ ଉଭୟଙ୍କ ମଧ୍ୟରେ ହାତାହାତି ହେବା ପରେ ମାଧବ ପତ୍ରୀଙ୍କ ମୁଥ ମାଡରେ ଆହତ ହେଲେ ପସରିଆ ବାବୁଲି ପ୍ରଧାନ । ଗର୍ଭଗୃହରେ ପଡିଲା ରକ୍ତ ଛିଟା । ଆହତ ସେବାୟତଙ୍କୁ ମେଡିକାଲ ନିଆଯାଇ ଚିକିତ୍ସିତ କରାଯାଇଥିବା ଵେଳେ ସିଂହଦ୍ବାର ପୋଲିସ ଉଭୟଙ୍କୁ ଡାକି ପଚରାଉଚରା କରିଛି ।

ଅଧିକ ପଢନ୍ତୁ- ପୁଣି ଶ୍ରୀମନ୍ଦିର ଭିତର ଭିଡ଼ିଓ ଭାଇରାଲ, ରିଲ୍ସ ବନାଇ ଇନଷ୍ଟାଗ୍ରାମରେ ଅପଲୋଡ଼ କଲେ ଯୁବକ

ସେପଟେ ଏତେବଡ ଘଟଣା ଘଟିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ଘଟଣାର ସମାଧାନ ହୋଇଯାଇଛି । ସବୁଠାରୁ ବଡ କଥା ହେଉଛି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନେକ ଗାଇଡ ଲାଇନ କରି ଶୃଙ୍ଖଳା ପାଇଁ ପଦକ୍ଷେପ ନେଉଥିବା କହୁଥିବାବେଳେ ବିଶୃଙ୍ଖଳିତ ସେବାୟତଙ୍କ ଆଚାର ବ୍ୟବହାର ଉପରେ କୌଣସି ଅଙ୍କୁଶ ଲଗାଇ ପାରୁନାହିଁ ଶ୍ରୀ ମନ୍ଦିର ପ୍ରଶାସନ । ଗର୍ଭଗୃହ ମଧ୍ୟରେ ମହାପ୍ରଭୁଙ୍କ ସମ୍ମୁଖରେ ମାରପିଟ ହୋଇ ଲହୁଲୁହାଣ ହେବା କେତେଦୁର ଠିକ ? ସେବାୟତ କଣ ଜାଣି ନାହାଁନ୍ତି କି ଗର୍ଭଗୃହର କଣ ନୀତି ନିୟମ ରହିଛି । ଅଯଥା ଗଣ୍ଡଗୋଳ ହୋଇ ରକ୍ତଛିଟା ଯୋଗୁଁ ମହାପ୍ରଭୁଙ୍କର ବଡମହାସ୍ନାନ ହେଲା । ମାମଲାର ରଫାଦଫା କରି ଥାନାରୁ ମୁକୁଳିଛନ୍ତି ଦୁଇ ସେବାୟତ । ଏହି ଘଟଣାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରୀମନ୍ଦିର ସ୍ଥାୟୀ ପ୍ରଶାସକ ଭାବେ ରଞ୍ଜନ କୁମାର ଦାସ ଯୋଗ ଦେବା ପରେ ଶ୍ରୀମନ୍ଦିରରେ ବିଶୃଙ୍ଖଳା କମିବ ବୋଲି ଭକ୍ତ ଆଶା ରଖିଥିଲେ ।

ଅଧିକ ପଢନ୍ତୁ- ଶ୍ରୀମନ୍ଦିରରେ ସେବାୟତ ବିବାଦ, ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ

ହେଲେ ସ୍ଥାୟୀ ପ୍ରଶାସକ ଯୋଗ ଦେବା ପରେ ମଧ୍ୟ ଶ୍ରୀମନ୍ଦିର ଭିତରେ ଆଜି ଯାଏ ଶୃଙ୍ଖଳା ଆସି ପାରିଲା ନାହିଁ । ଫଳରେ ଗଣ୍ଡଗୋଳ ଘଟି ଗର୍ଭ ଗୃହରେ ରକ୍ତ ଛିଟା ପଡ଼ିବା ଯୋଗୁଁ ମହାପ୍ରଭୁଙ୍କ ମହାସ୍ନାନ ନୀତି ହେବା ସହ ନୀତି ବିଳମ୍ବ ହୋଇଛି । ଫଳରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ଦୀର୍ଘ 2 ଘଣ୍ଟା ବଞ୍ଚିତ ହୋଇଛନ୍ତି । ଶ୍ରୀମନ୍ଦିରରେ ଦିନକୁ ଦିନ ବିଶୃଙ୍ଖଳା ବଢୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କାହା ଚାପରେ ଚୁପ ବସିଛନ୍ତି ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.