ETV Bharat / state

କୋଭିଡ କଟକଣା ମଧ୍ୟରେ ହେବ ପ୍ରଭୁ ଲୋକନାଥଙ୍କ ଜାଗର ଯାତ୍ରା

author img

By

Published : Mar 4, 2021, 10:07 PM IST

ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଚଳିତବର୍ଷ କୋଭିଡ-19 କଟକଣା ଭିତରେ ମହାଶିବରାତ୍ରୀ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

କୋଭିଡ କଟକଣା ମଧ୍ୟରେ ହେବ ପ୍ରଭୁ ଲୋକନାଥଙ୍କ ଜାଗର ଯାତ୍ରା
କୋଭିଡ କଟକଣା ମଧ୍ୟରେ ହେବ ପ୍ରଭୁ ଲୋକନାଥଙ୍କ ଜାଗର ଯାତ୍ରା

ପୁରୀ: ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଚଳିତବର୍ଷ କୋଭିଡ-19 କଟକଣା ଭିତରେ ମହାଶିବରାତ୍ରୀ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଆସନ୍ତା ୯ ତାରିଖରେ ପଙ୍କଉଦ୍ଧାର ଏକାଦଶୀ ପାଳନ ହେବା ସହ ଜାଗର ଯାତ୍ରା ମଧ୍ୟ ପାଳନ ହେବ । ତେବେ ଚଳିତ ବର୍ଷ ଭକ୍ତଙ୍କ ପାଇଁ ମନ୍ଦିର ଗର୍ଭଗୃହ ମଧ୍ୟକୁ ପ୍ରବେଶ କରିବା ଉପରେ କଟକଣା ଜାରି କରାଯାଇଛି ।

ବର୍ଷକରେ ଗୋଟିଏ ଦିନ ପଙ୍କଉଦ୍ଧାର ଏକାଦଶୀ ଦିନ ମାନସିକଧାରୀଙ୍କ ସହ ଶ୍ରଦ୍ଧାଳୁ ଗମ୍ଭୀରାକୁ ଯାଇ ଶ୍ରୀଲୋକନାଥଙ୍କ ଦର୍ଶନର ସୁଯୋଗ ପାଇଥାନ୍ତି । କିନ୍ତୁ ଏବର୍ଷ ଏହି ସୁଯୋଗ ମିଳିବ ନାହିଁ । ସେହିପରି ମହାଶିବରାତ୍ରି ବା ଜାଗର ପାଇଁ ମଧ୍ୟ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ବାହାର ଦୀପ ଦୋକାନୀ ଆସିପାରିବେ ନାହିଁ । ସେହିପରି ଭଜନ ସମାରୋହ ଉପରେ କଟକଣା ମଧ୍ୟ ଜାରି କରିଯାଇଛି ।

ଶ୍ରୀଲୋକନାଥଙ୍କ ମନ୍ଦିରକୁ ପ୍ରବେଶ ସ୍ଥାନରେ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ସହ ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିବାର ବ୍ୟବସ୍ଥା କରିବେ ମନ୍ଦିର କର୍ତ୍ତୃପକ୍ଷ । ଜାଗର ଯାତ୍ରା ଦିନ ରାତ୍ର ୧୨ ଟା ପରିବର୍ତ୍ତେ ଭୋର ୪ ଟାରୁ ଦର୍ଶନ ଆରମ୍ଭ ହୋଇ ରାତ୍ର ୧୨ ଟା ପର୍ଯ୍ୟନ୍ତ ଚାଲିବ । ଶ୍ରୀ ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.