ETV Bharat / state

ଶ୍ରୀମନ୍ଦିରରେ ସେବାୟତ ବିବାଦ, ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ - ସେବାୟତ ବିବାଦ ନେଇ ଶ୍ରୀମନ୍ଦିର ନୀତିକାନ୍ତି ବନ୍ଦ

ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁଙ୍କ ସେବା ନୀତି ବନ୍ଦ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ନିଯୋଗ ସେବାୟତଙ୍କ ସହ ଆଲୋଚନା କରିଥିବା ସୂଚନା ମିିଳିଛି । ଅଧିକ ପଢନ୍ତୁ

rituals halt due to dispute among servitor
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ
author img

By ETV Bharat Odisha Team

Published : Sep 15, 2023, 11:35 AM IST

Updated : Sep 15, 2023, 12:50 PM IST

rituals halt at shreemandir dispute among servitor

ପୁରୀ: ସେବାୟତଙ୍କ ମଧ୍ୟରେ ବିବାଦକୁ ନେଇ ଶ୍ରୀମନ୍ଦିର ନୀତିକାନ୍ତି ବନ୍ଦ ହୋଇଛି । ସେବାୟତଙ୍କ ବିବାଦ ଯୋଗୁଁ ମହାପ୍ରଭୁ ଶ୍ରୀଜିଉଙ୍କ ସେବା ନୀତି ହୋଇପାରି ନାହିଁ । ଜଣେ ସେବା ନିବୃତ ସିଂହାରୀ ସେବାୟତ ଜୋର୍ ଜବରଦସ୍ତ ମହାପ୍ରଭୁଙ୍କ ସେବାରେ ସାମିଲ ହେବାକୁ ନେଇ ବିବାଦ ଉପୁଜିଛି । ଫଳରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ ନୀତି ପରେ ଆଉ ନୀତି ବଢ଼ି ପାରିନାହିଁ । ଶ୍ରୀମନ୍ଦିର ପ୍ରଶାସନ ସେବାୟତ ନିଯୋଗଙ୍କ ସହ ଆଲୋଚନା କରୁଥିବା ସୂଚନା ମିଳିଛି । ବିବାଦ ତୁଟାଇବାକୁ ଶ୍ରୀମନ୍ଦିର ପ୍ରଶାସକ ଉଦ୍ୟମ ଜାରି ରଖିଛନ୍ତି । ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ହେବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ଶ୍ରୀମନ୍ଦିରେ ସେବାୟତଙ୍କୁ ନେଇ ବିବାଦ ହେତୁ ଆଜି ଶ୍ରୀମନ୍ଦିରରେ ନୀତିକାନ୍ତି ବଢିପାରି ନାହିଁ । ସେବା ନିବୃତି ଜଣେ ସିଂହାରୀ ସେବାୟତଙ୍କୁ ନେଇ ବିବାଦ ହୋଇଛି । ସେବା ନିବୃତି ସତ୍ତ୍ବେ ଶ୍ରୀମନ୍ଦିରରେ ସେବା କାର୍ଯ୍ୟ ନିୟୋଜିତକୁ ବିରୋଧ ହୋଇଛି । ଅନ୍ୟ ସେବାୟତଙ୍କ ବିରୋଧ ଯୋଗୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ହୋଇଛି । ଜଣେ ସେବା ନିବୃତ ସିଂହାରୀ ସେବାୟତ ଜୋର୍ ଜବରଦସ୍ତ ମହାପ୍ରଭୁଙ୍କ ସେବାରେ ସାମିଲ ହେବାକୁ ନେଇ ବିବାଦ ହୋଇଛି । ଫଳରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ ନୀତି ପରେ ଆଗକୁ ନୀତିକାନ୍ତି ବଢ଼ି ପାରିନାହିଁ । ଫଳରେ ମହାପ୍ରଭୁଙ୍କ ନୀତି ବନ୍ଦ ରହିଛି । ଯାହାକୁ ନେଇ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ...ବନକଲାଗି ନୀତି ବିବାଦ: ଦ୍ବିତୀୟ ଥର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗ, କଂଗ୍ରେସର ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ

ସେପଟେ ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି । ମହାପ୍ରଭୁଙ୍କ ନୀତିରେ ଯେଉଁ ସେବାୟତ ଜାଣିଶୁଣି ବିଭ୍ରାଟ କରିଥିଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ ଭାବେ ଚାଲିଛି । ତେବେ ମହାପ୍ରଭୁଙ୍କ ନୀତି ବନ୍ଦକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସେବାୟତଙ୍କ ଏପରି କାର୍ଯ୍ୟକୁ ଭକ୍ତମାନେ କଡା ବିରୋଧ କରିଛନ୍ତି । କିପରି ନୀତିକାନ୍ତି ଶୀଘ୍ର ହେବ ସ୍ବାଭାବିକ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ସେବାୟତ ନିଯୋଗଙ୍କ ସହ ଆଲୋଚନା କରୁଥିବା ସୂଚନା ମିଳିଛି ।

ଇଟିଭି ଭାରତ, ପୁରୀ

Last Updated : Sep 15, 2023, 12:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.