ETV Bharat / state

ମାଉସୀ ମା' ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି 30 ହଜାର ଲୁଟ - କୁମ୍ଭାରପଡା ପୋଲିସ

ଆଜି ବଡଦାଣ୍ଡର ବଳଗଣ୍ଡି ନିକଟରେ ଥିବା ମାଉସୀ ମା' ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ । ମନ୍ଦିର ହୁଣ୍ଡି ଭାଙ୍ଗି ପ୍ରାୟ 30 ହଜାର ଟଙ୍କା ଲୁଟ ହୋଇଛି । ଅଧିକ ପଢନ୍ତୁ...

ମାଉସୀ ମା' ମନ୍ଦିରରୁ ଚୋରି
ମାଉସୀ ମା' ମନ୍ଦିରରୁ ଚୋରି
author img

By

Published : Apr 1, 2021, 11:25 AM IST

ପୁରୀ: ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ପୁରୀ ସହରରେ ଥିବା ଛୋଟ ବଡ଼ ମନ୍ଦିର । କିଛିଦିନ ତଳେ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ପରେ ଆଜି(ଗୁରୁବାର) ବଡଦାଣ୍ଡର ବଳଗଣ୍ଡି ନିକଟରେ ଥିବା ମାଉସୀ ମା' ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ଆସିଛି। ମନ୍ଦିର ହୁଣ୍ଡି ଭାଙ୍ଗି ପ୍ରାୟ 30 ହଜାର ଟଙ୍କା ଲୁଟ ହୋଇଛି ।

ମାଉସୀ ମା' ମନ୍ଦିରରୁ ଚୋରି

ମୁଖ୍ୟ ପ୍ରବେଶ ଦ୍ୱାରର ଲୁହା ଗେଟରେ ଲାଗିଥିବା ତାଲା କାଟି ଦୁର୍ବୃତ୍ତମାନେ ପ୍ରଥମେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଏହାପରେ ଭିତରେ ପଡିଥିଲା 3 ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରିଛନ୍ତି ।

ମନ୍ଦିରର ହୁଣ୍ଡି ଭାଙ୍ଗି ପ୍ରାୟ 30 ହଜାର ଟଙ୍କା ଲୁଟ ହୋଇଥିବା ଆଶଙ୍କା କରାଯାଇଛି । ସେପଟେ ଭିତର ଗଡ଼ରେଜ ଭାଙ୍ଗି ମା'ଙ୍କ ଶାଢ଼ୀ ସବୁ ଚୋରି ହୋଇଛି । କୁମ୍ଭାରପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.